ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀ ରେ ବୁଡି ୫ ବର୍ଷର ଶିଶୁ ମୃତ, ଆଉ ଜଣେ ୫ ବର୍ଷର ଶିଶୁ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ଥୁଆମୂଳ ରାମପୁର:୨୬/୦୪ – (ମନିସ):- ପୋଖରୀ ରେ ବୁଡି ଜଣେ ଶିଶୁ କନ୍ଯା ମୃତ୍ଯୁବରଣ କରିଛନ୍ତି ଓ ଜଣେ ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ପାଡେପଦର ଗ୍ରାମପାୟତ ଅଧିନରେ ଥିବା ଦୁରେସ୍ ପଦର ଗ୍ରାମର ଜନୈକ ବ୍ଯକ୍ତି ଭୁର୍ଷା ମାଝୀ ଙ୍କ ଶିଶୁ କନ୍ଯା ଅଞ୍ଜଳି ମାଝୀ (୫ ) ଓ ସୁବାଷ ମାଝୀଙ୍କ ଝିଅ ସୁନୀତା ମାଝୀ (୫) ଉଭୟ ମିଶି ଗ୍ରାମ ପୋଖରୀ କୁ ଗାଧୋଇବା ପାଇଁ ତା ୨୬/୪/୨୦୨୩ ରିଖ ଦିନ ୧୨ ଘଣ୍ଟା ସମୟରେ ଯାଇଥିବା ବେଳେ ଉଭୟଙ୍କ ଗୋଡ ଖସି ଯିବାରୁ ଗଭୀର ପାଣିରେ ପଡି ଯାଇଥିଲେ। ଏହି ଘଟଣାକୁ ଗ୍ରାମର ଜଣେ ବ୍ଯକ୍ତି ଦେଖିବାକୁ ପାଇଥିଲେ। ସେ ଦୁଇ ଝୀଅଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଘଟଣା ସ୍ଥଳରେ ହିଁ ଅଞ୍ଜଳି ମାଝୀ ମୃତ୍ଯୁବରଣ କରିଥିଲେ। ଅନ୍ଯ ଝୀଅ ସୁନୀତା ମାଝୀଙ୍କ ଦେହାବସ୍ଥା ସଙ୍କଟାପନ୍ନ ହେବାରୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଛି। ସେଠାରେ ସୁନୀତା ମାଝୀ ଙ୍କ ଅବସ୍ଥା ଗୁରତର ଥିବା ପରିବାର ଲୋକେ କହିଛନ୍ତି। ଏହି ଘଟଣା କୁ ନେଇ ମହୁଲପାଟଣା ପୋଲିସ ଫାଣ୍ତିରେ ପରିବାର ଲୋକେ ଜଣାଇଥିବା ଜଣାପଡ଼ିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଚିଲିଗୁଡା ଫାଣ୍ଡିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

masiha

ସାଇକେଲ ଓ ବାଇକ ମୁହାଁମୁହିଁ ଧକ୍କା,ସାଇକେଲ ଚାଳକ ଆହତ 

masiha

ରାୟଗଡ଼ା ରେଳ ମଣ୍ଡଳର ପଣ୍ୟ ପରିବହନରେ ରେକର୍ଡ ସଫଳତା ଜୁଲାଇରେ ପଣ୍ୟ ବୋଝେଇ ୧୩.୪୫% ଓ ରେକ୍ ଲୋଡିଂ ୧୧.୩୨% ବୃଦ୍ଧି; ଭିତ୍ତିଭୂମି ବିକାଶରେ ମଧ୍ୟ ବଡ଼ ସଫଳତା

Sunil Chandra Nayak

Leave a Comment

error: Content is protected !!