ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସର କର୍ମୀ ସମ୍ମିଳନୀ ଓ କର୍ମ କର୍ତା ଚୟନ

ପାପଡାହାଣ୍ଡି 26/4, ମନିସ – — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ପଞ୍ଚାୟତ ଜାମ୍ବୁଗୁଡା ଆର ଏମ ସି ଗୋଡାଉନ ପରିସରରେ ବୁଧବାର ବ୍ଲକ କଂଗ୍ରେସ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥିଭାବେ ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସଂମ୍ମାନୀୟ ଅତିଥି ଭାବେ ପାପଡାହାଣ୍ଡି ଜନ 2 ର ଜିଲ୍ଲା ପରିଷଦ ସଭ୍ୟା ଡ଼. ଲିପିକା ମାଝୀ ଉପସ୍ଥିତ ଥିଲେ | ବ୍ଲକ ର 23ଗୋଟି ପଞ୍ଚାୟତ ର ପୁରୁଖା କଂଗ୍ରେସ ନେତା ଉପସ୍ଥିତ ଥିବା ସହ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ | ଆଗାମୀ 2024 ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ପାପଡାହାଣ୍ଡି ବ୍ଲକ ର ନୂତନ କର୍ମକର୍ତା ଚୟନ କରାଯାଇଛି | ଏଥିରେ ସର୍ବ ସମ୍ମତି କ୍ରମେ ଶ୍ରୀକାନ୍ତ ମିଶ୍ର ଙ୍କୁ ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି, ସମ୍ପାଦକ ଭାବେ ସେକ ଆକବର ହୁସେନ ଙ୍କୁ ଚୟନ କରାଯାଇଥିଲା | ଆଗାମୀ 2024 ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଆମେ କଂଗ୍ରେସ କୁ ତୃଣ ମୂଳ ସ୍ତରରେ ପହଞ୍ଚାଇ ବିଜେଡି କୁ କଡା ଟକର ଦେବୁ ବୋଲି ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି | ଏହାପରେ ଶ୍ରୀ ମିଶ୍ର ଦଳୀୟ କର୍ମୀଙ୍କ ସହ ପାପଡାହାଣ୍ଡି ସ୍ଥିତ ସହିଦ ମିନାର ପହଂଚି ସହିଦ ମାନଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ | ଏହି ସଭାରେ ଇଶ୍ୱର ମିର୍ଗାନ, ପନକୁ ନାୟକ, ଶେଖ ୱାଜିର ହୁସେନ , ପ୍ରଭାକର ନାୟକ, କେ. ଝାଡ଼େଶ୍ୱର ରାଓ , ଏ. ଶ୍ରୀନିବାସ ରାଓ, ଶଶୀ ମୋହନ ଶର୍ମା , ଭାସ୍କର ବିଷୋୟୀ, ତୁଲାରାମ ନାୟକ, ଗଜେନ୍ଦ୍ର ବିଷୋୟୀ , ଟିକି ବିଷୋୟୀ , ଅବଦୁଲ ବାରି , ଧର୍ମେନ୍ଦ୍ର ବିଷୋୟୀ , ଅଭି ବାବୁ, ରବୀନ୍ଦ୍ର ପ୍ରଧାନ , ନରେନ୍ଦ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଂଗ୍ରେସ ଓ.ବି.ସି. ବିଭାଗ ରାଷ୍ଟ୍ରୀୟ ଅଧିବେଶନ ଦିଲ୍ଲୀଠାରେ ହେବାକୁ ନେଇ ଭୁବନେଶ୍ୱର କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ

ନୂଆପଡ଼ା ଜିଲ୍ଲା ହିନ୍ଦୁ ଏକତା ମଞ୍ଚ ପକ୍ଷ ରୁ ବଙ୍ଗଳାଦେଶ ରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଏବଂ ଅନ୍ୟାୟ ବିରୁଦ୍ଧ ରେ ଏକ ବିକ୍ଷୋଭ ସଭା, ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର 

masiha

ତରାପୁର ଠାରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ ସାଂଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!