ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପାପଡାହାଣ୍ଡି ବ୍ଲକ ବିଜେଡି କର୍ମୀ ସମ୍ମିଳନି 

ପାପଡାହାଣ୍ଡି 26 /4, ମନିସ – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ଶହିଦ ମିନାର ଠାରେ ବ୍ଲକ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ମନହୋର ରନ୍ଧାରି, ସଂମ୍ମାନୀୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ଯୋଗ ଦେଇଥିଲେ |ବ୍ଲକ ର ସମସ୍ତ ପଞ୍ଚାୟତ ରୁ ବିଜେଡି କର୍ମୀ ସହ ପଞ୍ଚାୟତ ରୁ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ | ଏହି ସମ୍ମିଳନୀ ରେ ବିଭିନ୍ନ ଦିଗରେ ଆଲୋଚନା କରାଗଲା | ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ଏହି କର୍ମୀ ସମ୍ମିଳନୀ ହୋଇଥିଲା | ସଭାରେ ପାପଡାହାଣ୍ଡି ଜନ 1 ଜିଲ୍ଲାପରିଷଦ ସଭ୍ୟ ଯଶବନ୍ତ ନାୟକ, ମୋକିଆ ସରପଞ୍ଚ ଜଗତ ଜୀବନ ନାୟକ , ରାଜ୍ୟସଭା ସାଂସଦ ପ୍ରତିନିଧି ଅବଦୁଲ ତାଜୁଧିନ, ବିଜେଡି ଯୁବ ଜିଲ୍ଲା ସଭାପତି ଶିବାନନ୍ଦ ବିଷୋୟୀ , ରଜନୀକାନ୍ତ ସାସମଲ, ବିଧାୟକ ପ୍ରତିନିଧି ପ୍ରହଲ୍ଲାଦ ଅଗ୍ରୱାଲ , ତ୍ରିନାଥ ବିଷୋୟୀ , ବ୍ଲକ ଅଧକ୍ଷା ପ୍ରତିନିଧି ପରେଶ ଜେନା , ସରଜ ଜାଲ, ଏସ ଡି ସି ର ଉପସଭାପତି ଭାନୁମତି ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚନ୍ଦାହାଣ୍ଡି ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ବାବୁଙ୍କ ଜନ୍ମଦିନ ପାଳିତ

Sunil Chandra Nayak

ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ମିଶ୍ରଣ ପର୍ବ 

masiha

ପଟାମୁଣ୍ଡାଇ ବ୍ଲକ ର ଖଣତା ଓ ଓଉପଦା ଗ୍ରାମ ପଂଚାୟତ ରେ ବିଜେଡି ବନ୍ଧୁମିଳନ ଉତ୍ସବ 

masiha

Leave a Comment

error: Content is protected !!