ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଲାଞ୍ଜିଗଡ଼,୨୬/୦୪(ମନିସ)-ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ସ୍କୁଲରେ କାର୍ଯ୍ୟରତ ବରିଷ୍ଠ ଶିକ୍ଷକ ତଥା ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦେବେନ୍ଦ୍ର ବିଶ୍ବାଳ ନିଜ ଚାକିରି ଜୀବନରୁ ଅବସର ନେବାକୁ ଯାଉଥିବାବେଳେ ଆଜି ତାଙ୍କ ସମ୍ମାନାର୍ଥେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ପୋଖରୀବନ୍ଧ ସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢ଼ଳଦେବ ମୁଣ୍ଡ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ଧୀରେନ୍ଦ୍ର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣା, ପଦ୍ମଲୋଚନ ସୁନା, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଉପସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ପ୍ରମୋଦ ମହାନ୍ତି ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ବିଶ୍ବାଳ ପ୍ରମୁଖ ମଞ୍ଚାସୀନ ଥିଲେ ! ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି ଦୁଃଶାସନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାକୁ ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ ପରିଚାଳନା କରିଥିବାବେଳେ ଆରତୀବାଳା ବିଶ୍ବାଳ ସ୍ବାଗତ ଅଭିଭାଷଣ ଏବଂ ପ୍ରଦୀପ କୁମାର ପୁଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ! ଶେଷରେ ଶ୍ରୀ ବିଶ୍ବାଳଙ୍କୁ ନେଇ ଏକ ବିଶାଳ ପଟୁଆର ତାଙ୍କ ବାସଭବନ ଯାଏଁ ଯାଇଥିଲା ! ଏଇ ଅବସରରେ ବଦଳି ହୋଇଥିବା ବରିଷ୍ଠ ଶିକ୍ଷୟିତ୍ରୀ ତଥା ଶ୍ରୀ ବିଶ୍ବାଳଙ୍କ ଧର୍ମପତ୍ନୀ କଳ୍ପନା ସ୍ବାଇଁଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ! 

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଚୁଲା ଭଟା ଗାଁ ରେ ବାଘ ଆତଙ୍କ

Sunil Chandra Nayak

ଜୁନାଗଡ଼ ରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ

Sunil Chandra Nayak

ରାଇରଙ୍ଗପୁର ଆରଟିଓ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ୍ ପିକଅପ୍ ଭେନ୍ ମୁହାଁମୁହିଁ; ଦୁଇ ମୃତ ; ବାଇକ୍ ଜଳିଗଲା

masiha

Leave a Comment

error: Content is protected !!