ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଠାରେ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘର ଉପସଭାପତି ଅଜୟ କୁମାର ଗୋସ୍ବାମୀଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ରାଧାମୋହନ ନାୟକ ଙ୍କ ଆବାହକତ୍ବରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ଓ ମୁଖ୍ୟବକ୍ତା ଭାବେ ଅନ୍ୟତମ ଉପସଭାପତି ଡଃ ପ୍ରଭାତ କୁମାର ମଲ୍ଲିକ ଯୋଗଦେଇ ବିଜୁ ବାବୁଙ୍କ ସ୍ମୃତି ଚାରଣ ସହ ତାଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋଚନା କରିଥିଲେ। ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ମାନେ କହିଥିଲେ ଯେ ବିଜୁବାବୁ ସ୍ବପ୍ନଦ୍ରଷ୍ଟା, କ୍ରାନ୍ତିଦର୍ଶୀ, ଝଡର ଇଗଲ, ଧରଣୀର କୃଷ୍ଣସାର,ମାଟିର ମୂର୍ତ୍ତିକାର,ଇଣ୍ଡୋନେସିଆର ଭୂମିପୁତ୍ର, ଓଡିଶାର ସ୍ବପ୍ନପୁରୁଷ,ମହିଳା ସଶକ୍ତିକରଣର ମହାନାୟକ, ଉତ୍ତୁଙ୍ଗ ବ୍ୟକ୍ତିତ୍ବ, ଶିଳ୍ପପତି,ବୈମାନିକ ଓ ରାଷ୍ଟ୍ରିନୀତିଜ୍ଞ ଥିଲେ। ତାଙ୍କର ଓଡିଆ ଜାତି ତଥା ଓଡିଶା ପାଇଁ ଅବଦାନ ଅତୁଳନୀୟ। ଅନ୍ୟତମ ବକ୍ତା ଭାବେ ଭାରତଭୂଷଣ ମହାନ୍ତି ବିଜୁବାବୁଙ୍କ ଶିକ୍ଷା ଓ ରାଉରକେଲା ପ୍ରତି ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ପ୍ରଣତୀ ବେହେରା ସଭାପତିତ୍ବ କରିଥିବା ବେଳେ କନକଲତା ମିଶ୍ର ଓ ଜୋସ୍ନାରାଣୀ ନାଏକଙ୍କ କବିତା ଗୁଡିକୁ ସଂଯୋଜନା କରିଥିଲେ। ଅଙ୍ଗୁରବାଳା ପରିଡା ସମୀକ୍ଷା କରିଥିଲେ। ସର୍ବଶ୍ରୀ ମୀନକେତନ ପଶାୟତ, ନୃସିଂହ ଚରଣ ବିଶ୍ବାଳ,କୁଞ୍ଜବିହାରୀ ରାଉତ, ଅଶୋକ କୁମାର ପଟ୍ଟନାୟକ, ସ୍ମିତା ମିଶ୍ର, ତ୍ରିନାଥ ସିଂ, ପ୍ରଣତୀ ବେହେରା, ସୁସ୍ମିତା ଚିନ୍ତକ, ବିଭୁ ନାୟକ, ଗୀତାରାଣୀ ବେହେରା, ପ୍ରତାପ ପଣ୍ଡା, ହରପ୍ରିୟା ପରିଡା, କନକଲତା ମିଶ୍ର, ଅଙ୍ଗୁରବାଳା ପରିଡା ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।
previous post