ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେବ ସେନା ଭାଇ ମାନଙ୍କ ମିଳିତ ସହଯୋଗରେ ଗୋ ମାଫିଆଙ୍କ ଠାରୁ ଉଦ୍ଧାର ହେଲେ ଗୋମାତା

ଢେ଼ଙ୍କାନାଳ(ମ ସୀ ହା)୨୭/୦୪_ହିନ୍ଦୁ ଧର୍ମ ରୀତି ନୀତିକୁ ନେଇ ହିନ୍ଦୁ ଧର୍ମର ଲୋକେ ଗୋ ମାତାଙ୍କୁ ପୂଜା କରିବା ସହିତ ସେବା କରି ଥାଆନ୍ତି। କିନ୍ତୁ ଏଠି କିଛି ବିଧର୍ମୀ ଗୋ ମାଫିଆ ଦିନ ଦି ପହରେ ଗୋଚାଲାଣରେ ଲିପ୍ତ ରହି ନୃଶଂସ ଭାବେ ଗୋ ମାତାଙ୍କୁ ନିର୍ଯାତନା ଦେଇ କଂସେଇ ଖାନାକୁ ଅଡେଇ ନେଇ ଯାଆନ୍ତି। ଏହି ଗୋ ମାଫିଆଙ୍କ ମନମୁଖୀ ଅଧର୍ମ କାର୍ଯ୍ୟ ସକାଶେ ଦିନକୁ ଦିନ ଗୋ ବଂଶ ହ୍ରାସ ପାଇବାକୁ ବସିଲାଣି। ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବନ୍ଦାଣିଆ ଗ୍ରାମ ରଗୁଡିସାହି ନିକଟରେ । ଗଲା କାଲି ଚାରି ଘଟିକା ସମୟରେ କିଛି ଅଧର୍ମୀ ଗୋ ମାଫିଆ ଦିନ ଦ୍ଵିପହରେ ଗୋଚାଲାଣ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ଯାହା ଫଳରେ କିଛି ଦେବ ସେନାର ଭାଇ ମାନେ ଗୋମାଫିଆଙ୍କ ପିଛା କରି ବନ୍ଦାଣିଆ ଗ୍ରାମର ରଗୁଡ଼ିସାହି ନିକଟରୁ କିଛି ଗ୍ରାମବାସି ଓ ଦେବ ସେନାର ଭାଇ ମାନଙ୍କ ମିଳିତ ସହଯୋଗରେ ଗୋ ମାତାଙ୍କୁ ଉଦ୍ଧାର କରାଯାଇଥିଲା। ସେଥିରେ ହାରାହାରି ଶହେରୁ ଉର୍ଦ୍ଧ୍ବ ଗୋ ମାତାଙ୍କୁ ଉଦ୍ଧାର କରାଯାଇଛି। ଓଡ଼ିଶାର ବିଭନ୍ନ ଜାଗାରୁ ଓଡ଼ିଶା ବାହାରକୁ ଗୋ ଚାଲାଣ ଚାଲୁ ଥିବା ବେଳେ।କିନ୍ତୁ ଏଠି ଆମେ କହି ରହିବୁ ଦିନ ଦିପହରେ ଗୋ ମାଫିଆ ମାନେ ଗୋ ଚାଲାଣ କରୁଥିବା ବେଳେ ପୋଲିସ ପ୍ରଶାସନ କଣ କରୁଛି ???ପୋଲିସ ପ୍ରଶାସନ ଓ ଗୋ ମାଫିଆ ମାନଙ୍କ ମଧ୍ୟରେ କିଛି ମଧୁ ଚନ୍ଦ୍ରିକା ଚାଲୁ ନାହିଁ ତ ???ଯଦି ମଧୁ ଚନ୍ଦ୍ରିକା ନାହିଁ ତାହାଲେ ପୋଲିସ ପ୍ରଶାସନ କାହିଁକି ନୀରବ ଦ୍ରଷ୍ଟା ସାଜିିଛି??? ଗୋ ମାଫିଆଙ୍କ ବିରୋଧରେ ଖବର ପ୍ରସାରଣ ପରେ ପୋଲିସ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ପୁଣ୍ୟାତ୍ମା ଗୋପବନ୍ଧୁ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

Sunil Chandra Nayak

ବିମାନ ବନ୍ଦର ଉନ୍ନତିକରଣ ପାଇଁ ଆଲୋଚନା 

masiha

ବଜ୍ରପାତ ମୃତ୍ୟୁ ଓ ହାତୀ ଉପଦ୍ରବ ରୋକିବାରେ ଡାଳଗଛ

Sunil Chandra Nayak

Leave a Comment

error: Content is protected !!