ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନ ପହଞ୍ଚିବ ଲୋକଙ୍କ ପାଖରେ

  ତେନ୍ତୁଳିଖୁଣ୍ଟି -୨୭/୦୪/୨୩ -ସରକାରୀ ଯୋଜନାରୁ ବଞ୍ଚିତ ଙ୍କୁ ଯୋଗାଇ ଦେବ ସେମାନଙ୍କ ହକ। ଏନେଇ ଏକ କର୍ମଶାଳା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସଭାଗୃହ ରେ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଯୋଗ ଦେଇ ସରକାରୀ ଯୋଜନା ରୁ ବଞ୍ଚିତ ଙ୍କୁ ସରକାରୀ ଯୋଜନା ର ଲାଭ ଯୋଗାଇ ଦେବାକୁ ଘର ଘର ବୁଲି ସର୍ଭେ କରିବାକୁ କହିଥିଲେ। ଭତ୍ତା ପାଇଁ ଯୋଗ୍ୟ ବ୍ୟକ୍ତି ଙ୍କୁ ଭତ୍ତା ବ୍ୟବସ୍ଥା ରାସନ କାର୍ଡ ନଥିବା ହିତାଧିକାରୀ କୁ ରାସନ କାର୍ଡ ଯୋଗାଇବା। କୌଶଳ ଯୋଜନା ରୁ ବଂଚିତ ହେଉ ଅବା ମମତା ଯୋଜନା ରୁ ବଂଚିତ ଙ୍କୁ ସେମାନଙ୍କ ହକ ଯୋଗାଇଦେବାକୁ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିବ ବୋଲି କହିଥିଲେ । ଏ ବି ଡି ଓ କୃପାସିନ୍ଧୁ ନାୟକ ,ଉପାଧ୍ୟକ୍ଷ ରାଜେନ୍ଦ୍ର ନାୟକ ,ଏ ବି ଇ ଓ ମୋହନ ମଧୁସୂଦନ ବାଘ , ସି ଡି ପି ଓ ସୁରମା ମହାପାତ୍ର , ବିପ୍ପଣୀ ନିରୀକ୍ଷକ ରୋହିତ ମାଝୀ, ବି ଏସ ଏସ ଓ ରବୀନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। ଅଙ୍ଗନବାଡି କର୍ମୀ ସମେତ ଅନ୍ୟ ବ୍ଲକ ତଥା ପଞ୍ଚାୟତ ସ୍ତରୀୟ କର୍ମଚାରୀ ଯୋଗ ଦେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ

masiha

ଇନ୍ଦ୍ରାବତୀ ପ୍ରୋଜେକ୍ଟ ଦେଓପାଲି ଡେମ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ :କାରଣ ଅସ୍ପଷ୍ଟ

Sunil Chandra Nayak

ରାମନାଥ ଉଚ୍ଚ ବିଦ୍ୟାପୀଠ ଚଲାନ ପଡ଼ା ଠାରେ ଗୁରୁ ଦିବସ ପାଳିତ

masiha

Leave a Comment

error: Content is protected !!