ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଟବରଡି ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ଦେବଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ୟୁରୋ ନିୟୁଜ୍// ୨୭/୦୪ – (ମନିସ):- ଖୋର୍ଦ୍ଧ ଜିଲ୍ଲା ଚିଲିକା ବ୍ଳକ ଅଧିନରେ ଥିବା ହାଟବରଡିହା ଗ୍ରାମପାୟତ ମୂଖ୍ଯାଳୟ ଠାରେ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଷିଗନ୍ଧା ଭାଷା ପ୍ରତିଷ୍ଠାନର ମିଳିତ ଭାବେ ଶ୍ରୀ ଶ୍ରୀ ହନୁମାନ ଦେବଙ୍କ ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ବ ଶାନ୍ତି ମହାଯଜ୍ଞ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ପାରୀକୁଦ ରାଜା ସନ୍ତୋଷ ସିଂ ଦେବ, ଗୁଣୁପୁର ରାଜା ଯଶୋବନ୍ତ ଦେବ, ଖଣ୍ତପଡା ରାଜା ସିର୍ଦ୍ଧାର୍ଥ ସିଂ ଦେବ ଯୋଗଦେଇ ମହାଯଜ୍ଞରେ ଆହୁତି ପ୍ରଦାନ କରି ଥିବାବେଳେ ଏକ ଆଧ୍ୟାତ୍ମିକ ଭାଗବତ ଆଲୋଚନା କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଆଲୋଚକ ଭାବେ ଅଧ୍ଯାପକ ପାର୍ଥ ସାରର୍ଥୀ ଅଜୟ ବାରିକ, ଲୋହିତ ନାରାୟଣ ମହାପାତ୍ର, ଅଷ୍ଟବକ୍ର ମୁନୀ, ସତ୍ଯ ସାଧୁ ବହ୍ମଚାରୀ, ଡ.ରଶ୍ମୀ କର, ତାରିଣୀ ପ୍ରସାଦ,ନିଷିଗନ୍ଧା ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବ୍ଯକ୍ତବ୍ଯ ପ୍ରଦାନ କରିଥିଲେ। ସଂନ୍ଧ୍ୟା ରେ ଭଜନ ସମାରୋହ ଆୟୋଜନ କରାଯାଇଥିଲା ଏଥିରେ ଆକାଶବାଣୀ କଟକର ସ୍ବୀକୃତି ପ୍ରାପ୍ତ ଗାୟକ କଳାକାର ଗଗନ ବିହାରୀ ସ୍ବାଇଁ ସହିତ ଅନ୍ଯାନ୍ଯ ଗାୟକ ଗାୟିକା ନିଜ ନିଜ ଭଜନ ପରିବେଷଣ କରିଥିଲେ। ଉକ୍ତ ଉତ୍ସବକୁ ହାଟବରଡିହା ଗ୍ରାମର ଜନସାଧାରଣ ଓ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ମିଳିତଭାବେ ଆୟୋଜନ କରିଥିବା ଦୁଇ ଦିନିଆ କାର୍ଯ୍ୟକ୍ରମରେ ବହୁ ଭକ୍ତ ଶ୍ରଧାଳୁ, ଶ୍ରୋତାଙ୍କର ସମାଗମ ହୋଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଧର୍ମଗଡ ତିନିଛକ ଠାରେ ଅସହାୟ ଅବସ୍ଥାରେ ବୁଲୁଥିବା ବୃଦ୍ଧା ର ପରିଚୟ ମିଳିଲା , ପରିବାରକୁ ହସ୍ତାନ୍ତର କଲା ଧର୍ମଗଡ ଥାନା ପୋଲିସ

Sunil Chandra Nayak

ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଗୁରୁ ଘାସିଦାସ ବାବାଙ୍କ ୨୬୭ ତମ ବାର୍ଷିକ ଜୟନ୍ତୀ ମହୋତ୍ସବ

masiha

Leave a Comment

error: Content is protected !!