ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଆଁ କୁ ଫେରିଲା ଦାଦନ ଶ୍ରମିକ ଙ୍କ ଶବ

ନର୍ଲା (ମସିହା )କଳାହାଣ୍ଡି ଜିଲ୍ଲା ରେ ଥମୁନି ଦାଦନ ଶ୍ରମିକ ଙ୍କ ମୃତ୍ୟୁ ସଂଖ୍ୟା। ଦିନକୁ ଦିନ ବୃଦ୍ଧି ପାଉଛି ଦାଦନ ଶ୍ରମିକ ଙ୍କ ମୃତ୍ୟୁ ସଂଖ୍ୟା ଏବଂ ନିର୍ଯାତିତ ଖବର । ରାକ୍ଷସ ଠିକାଦାର ଓ ଦଲାଲ୍ ମାନେ ସାଜିଛନ୍ତି ଦାଦନ ଶ୍ରମିକ ମାନଙ୍କର ମୃତ୍ୟୁ ର ସୌଦାଗର । ଏମିତି ଏକ ଘଟଣା ଘଟିଛି ନର୍ଲା ଥାନା ଅନ୍ତର୍ଗତ ନର୍ଲା ପଂଚାୟତ ର ଡଙ୍ଗରମାଲ ଗ୍ରମରେ । ସୂଚନା ମୁତାବକ ଡଙ୍ଗରମାଲ ଗ୍ରାମରେ ବାସ କରନ୍ତି ଅର୍ଚ୍ଛୁ ମାଝୀ ଗତ କିଛି ମାସ ତଳେ ଝିଅର ବାହା ଘର କରି ସର୍ବସ୍ବାନ୍ତ ହୋଇଥିଲେ ଏହି କଷ୍ଟ ଦେଖି ତାଙ୍କର ମଝିଆ ପୁଅ ଲକ୍ଷ୍ମୀ କାନ୍ତ ମାଝୀ ଗତ 6/4 ଦିନ ସାଙ୍ଗସାଥୀ ମାନଙ୍କ ସହ ଦାଦନ ଖଟିବାକୁ ସିକ୍ରନ୍ଦାବାଦ ସହରକୁ ଯାଇଥିଲେ। ସେଠାରେ ଲକ୍ଷ୍ମୀ କାନ୍ତ ଙ୍କ ଦେହ ଅସୁସ୍ଥ ହେବାରୁ ଗତ 19/4 ତାରିଖରେ ସିକେନ୍ଦ୍ରାବାଡ ଠାରୁ ଟ୍ରେନ୍ ଯୋଗେ ଘରକୁ ଫେରୁଥିବା ସମୟରେ ବିଶାଖାପାଟଣା ଷ୍ଟେସନ ରେ ଓହ୍ଲାଇଥିଲେ। ଲକ୍ଷ୍ମୀକାନ୍ତ ଅନ୍ୟ ଟ୍ରେନ ରେ ଗାଆଁ କୁ ଅପେକ୍ଷା କଲା ପରେ ଦେହ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାରେ ଷ୍ଟେସନର ଅଳ୍ପ ଦୂରରେ ଏକ କୋଇଲା ଗଦାରେ ପଡ଼ିରହିଥିଲେ , ସେଠାରେ ସ୍ଥାନୀୟ ଲୋକେ ଗତ 21/4 ରିଖ ଦିନ ଉଦ୍ଧାର କରି ନିକଟସ୍ଥ (କେ, ଜି, ଏସ୍ )ସରକାରୀ ମେଡିକାଲ ରେ ଭର୍ତି କରୁଥିବା ବେଳେ ଡାକ୍ତର ଲକ୍ଷ୍ମୀ କାନ୍ତ ଙ୍କୁ ମୃତ୍ୟୁ ଘୋଷଣା କରୁଥିଲେ । ସେଠାରେ ୨ ଦିନ ଶବ ମେଡ଼ିକାଲ ରେ ପଡ଼ି ରହିବା ପରେ ମୃତକ ର ବାପା ଙ୍କୁ ଫୋନ ଆସିବା ପରେ ବିଶାଖା ପାଟଣା ସହରକୁ ଯାଇ ତିନିଦିନ ଯାଏଁ ରେଳ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ପ୍ରଶାସନ ପାଖରେ କାକୁତି ମିନତି ସହିତ ସଂଘର୍ଷ କରି ନିଜର ପୁଅ ର ଶବ କୁ ଆମ୍ବୁଲାସ ଯୋଗେ ଗତ ଗୁରୁବାର ରାତି ରେ ଘରକୁ ଫେରିବା ପରେ ଶବ ସତ୍କାର କରିଥଲେ ପାରିବାର ବର୍ଗ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ବିପିୟୁଟି, ଓଡିଶା ରାଉରକେଲାରେ “ଭାରତୀୟ ଜ୍ଞାନ ପ୍ରଣାଳୀ” ଉପରେ ଦୁଇ ଦିନିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସତପ୍ରତିଶତ ଶ୍ରବଣଶକ୍ତିହୀନ ପ୍ରମାଣପତ୍ର ସତ୍ତ୍ୱେ ୩୫୦୦/- ଟଙ୍କା ବର୍ଦ୍ଧିତ ଭତାରୁ ବଞ୍ଚିତ 

Sunil Chandra Nayak

ବିଦ୍ଯୁତ ଟ୍ରାନ୍ସଫର୍ମର ତାର ସଂପର୍ଶ ରେ ଆସି ଲକ୍ଷ୍ମଣ ଗଉଡଙ୍କ ମୃତ୍ୟୁ କୁ ନେଇ ମାନବାଧିକାର କମିଶନଙ୍କ ନୋଟିସ ଜାରି

Sunil Chandra Nayak

Leave a Comment

error: Content is protected !!