ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉକ୍ତଳଗୌରବ ମଧୁବାବୁଙ୍କ ଜୟନ୍ତୀପାଳନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

 ରଘୁନାଥପୁର :- ତା 28/4 ବର୍ଷା ଦିନର ଅଭୁଲା ସ୍ମୃତିକୁ ନେଇ ” ତୁମପରି ଛୋଟ ପିଲାଟିଏ ” ଶୀର୍ଷକ କବିତାଟିଏ ଊଣା ଅଧିକେ ସମସ୍ତେ ଜାଣନ୍ତି !ତୁଳସୀ ଦୁଇପତ୍ରରୁ ବାସିଲା ପରି ଯାହାଙ୍କର ସେବାଧର୍ମୀ କାର୍ଯ୍ୟ ସାରା ଉତ୍କଳକୁ ଚମକାଇ ଦେଇଥିଲା ! ସେ ଆଉ କେହି ନୁହଁନ୍ତି ଆମ ସମସ୍ତଙ୍କର ପ୍ରିୟ ମଧୁ ବାରିଷ୍ଟର ବା ମଧୁବାବୁ ! ଯେକି ଉତ୍କଳ ଗୌରବ ନାମରେ ଅଭିହିତ ହୋଇଥିଲେ ! ତାଙ୍କରି ଜୟନ୍ତୀରେ ସାରା ରାଜ୍ୟ ସଗୌରବେ ପାଳନ କରୁଛି ସ୍ୱାଭିମାନ ସମାରୋହ ଦିବସ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲା, ରଘୁନାଥପୁର ବ୍ଲକର ଛପଡା ପଞ୍ଚାୟତ ଅନ୍ତର୍ଗତ ଗନାଇଲୋ ସରକାରୀ ହାଇସ୍କୁଲ ପରିସରରେ , ପୁରାତନ ଛାତ୍ରସଂସଦର ସଭାପତି ତଥା ବିଶିଷ୍ଟ ସମାଜସେବୀ କ୍ଷିତୀଶ ଚନ୍ଦ୍ର ପାତ୍ର ଙ୍କ ସଭାପତିତ୍ବରେ, ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ,ଏକ ସଭା ଅନୁଷ୍ଠିତ ହୋଇଯାଇଛି ! ଏହି ସଭାରେ ମୁଖ୍ୟଅତିଥି ଭାବେ ଡ଼କ୍ଟର ନିମାଇଁ ଚରଣ ପରିଜା ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଆଗାମୀ ଓଡିଶା ର ପ୍ରତିଷ୍ଠାତା ବିଜୟ ସ୍ବାଇଁ ଯୋଗଦେଇଥିଲେ ! ସମ୍ମାନିତ ଅତିଥି ଭାବରେ ଶିକ୍ଷବିତ ପ୍ୟାରୀମୋହନ ପଟ୍ଟନାୟକ , ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ରାଉତ , ଅଧ୍ୟାପକ ଶରତ କୁମାର ରାଉତରାୟ , ବାଲିକୁଦା କଲେଜ ଅଧକ୍ଷ ଦେବେନ୍ଦ୍ର ନାଥ ବାରିକ , କଳିଙ୍ଗ ଭାରତୀ ର ପ୍ରତିଷ୍ଠାତା ଚିତ୍ତରଞ୍ଜନ ପାଢ଼ୀ , ଯୋଗଗୁରୁ ସାଗରୀକା ଜେନା , ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ରାୟ , ନିର୍ମଳା ପରିଡା , ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ବିଷୟରେ ତଥ୍ୟସମ୍ବଳିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ ! ସଭାକାର୍ଯ୍ୟ ପୂର୍ବରୁ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ଓ ମଧୁବାବୁଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ କରା ଯାଇଥିଲା ! ସମାଜ ସେବିକା ଅର୍ପିତା ଦାସ ଓ ସାଥୀ ଙ୍କ ଦ୍ୱାରା ତୁଳସୀ ପୂଜନ କରାଯାଇ ଥିବା ବେଳେ , ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା , ଜାତୀୟସଂଗୀତ , ବନ୍ଦେଉତ୍କଳ ଜନନୀ ଓ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରାଯାଇଥିଲା ! ଦେବସ୍ମିତା ଦାସ ସଭା କାର୍ଯ୍ୟ ସଂଚାଳନ କରିଥିଲେ !ଗନାଇଲୋ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭରତଚନ୍ଦ୍ର ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ମାନିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ! ମୁଖ୍ୟଅତିଥି ଙ୍କ ଦ୍ୱାରା ପୁରାତନଛାତ୍ର ସଂସଦର ସଭାପତି କ୍ଷିତୀଶଚନ୍ଦ୍ର ପାତ୍ର ଙ୍କୁ “ଓଡ଼ିଆ ଗୌରବ” ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା !

ରଘୁନାଥପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଟାଟା କମ୍ପାନୀ ନିର୍ମିତ ସର୍ବସାଧାରଣଙ୍କ କୂଅ ଭିତରେ ମାଳ ମାଳ ବିଦ୍ୟୁତ ମୋଟର ରାତିଦିନ ଚାଲିଛି ବିଦ୍ବ୍ଯତ ସଂଯୋଗ କାହା ସ୍ବାର୍ଥରେ

masiha

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ଯୋଜନା ନିମ୍ନ ମାନର, ନିମ୍ନମାନର କାର୍ଯ୍ୟ କରି କୋଟି କୋଟି ଟଙ୍କା ଚଳୁ କରିବାକୁ ବସିଛି ଏକ ନିର୍ମାଣ କାରି ସଂସ୍ଥା 

masiha

ମଣ୍ତିରେ କାର୍ଯ୍ଯରତ ହେମାଲଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପତ୍ର ପଦାନ

Sunil Chandra Nayak

Leave a Comment

error: Content is protected !!