ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା   

 ନବରଙ୍ଗପୁର(ମସିହା): ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା। ଦୁଇ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କଲା ନବରଙ୍ଗପୁର ପୋଲିସ।ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ। ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ଦୁଇ ଜଣ ଗଞ୍ଜେଇ ମାଫିଆଙ୍କ ସ୍ଥାବର ସମ୍ପତ୍ତିକୁ ଜବତ କରିଥିବା କହିଛନ୍ତି ଏସ ପି।ଉମରକୋଟ ବ୍ଲକ୍ ଦିନେଶ ବିଶ୍ବାସ ଚକଲାପଦର ଓ ଦିନେଶ ଭଦ୍ରା ବୁର୍ଜା ଗ୍ରାମର ଏହି ଦୁଇଜଣ ଗଞ୍ଜେଇ ଚାଲାଣ କାରବାରରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରଚ୍ଛଦ ପଟରେ ରହି ଗଞ୍ଜେଇ ବେପାରୀଙ୍କୁ ହାତ ବାରିଶି କରି ଗଞ୍ଜେଇ ବେପାର ଚଳାଇ ଆସୁଥିଲେ।ଦୁଇ ଜଣଙ୍କ ବିରୋଧରେ ପୁର୍ବରୁ ଗଞ୍ଜେଇ ଚାଲାଣ ଅଭିଯୋଗ ସହ ଉମରକୋଟ ଥାନା କେସ ନମ୍ବର ସିଆର୍ ୨୧୨ ତା ୧୫.୯.୨୦୨୦ ରିଖ, ସି ଆର୍ ୮ ତା ୭.୧.୨୧ ରିଖ, ସି ଆର୍ ୮୨ ତା ୨୮.୨.୨୧ ରିଖ ପ୍ରକାରେ ଏନ ଡି ପି ଏସ ମାମଲା ରହିଅଛି। ଧାରା ୬୮ଏଫ୍ (୨) ଏନଡିପିଏସ ଆଇନ୍ ୧୯୮୫ ପ୍ରକାରେ ଦୁଇ ଗଞ୍ଜେଇ ମାଫିଆଙ୍କ ସଂପତ୍ତିର ଆନୁମାନିକ ପରିମାଣର ମୂଲ୍ୟ ୪୧ ଲକ୍ଷ ୪୧ ହଜାର ଟଙ୍କା ରହିଛି। ଏହି ଦୁଇ ଗୋଟି କୋଠା କଲିକତା କଂପିଟେଣ୍ଟ ଅଥରିଟୀ ଏଣ୍ଡ ଆଡମିନିଷ୍ଟ୍ରେଟରଙ୍କ ନିକଟରେ ମାମଲା ବିଚାର ପରେ ତାଙ୍କ ଆଦେଶ ଅନୁଯାୟୀ ନବରଙ୍ଗପୁର ପୁଲିସ ଏହା ଜବତ କରିଥିବା କହିଛନ୍ତି ।ଦୁହିଁଙ୍କ ମଧ୍ୟରେ ଜଣେ ଦିନେଶ ବିଶ୍ବାସ ଜେଲ୍ ବିଚାରାଧୀନ ରହିଥିବା ବେଳେ ଅନ୍ୟ ଜଣେ ଦିନେଶ ଭଦ୍ରା ଫେରାର ରହିଛି।ଏମିତି ମାମଲାରେ ଜଡିତ ଅନ୍ୟ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଅର୍ଥନୈତିକ ତଦନ୍ତ ଚାଲୁ ରହିଥିବା ଏସପି ଏସ ସୁଶ୍ରୀ କହିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦହିବରା ବିକ୍ରେତା ଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

ଯୋଗାଣ ବିଭାଗର ମାରାଥନ ଚଢ଼ାଉ, ଧାନ ସହ ୪୦୭ ଗାଡି ଜବତ

masiha

ତିନିଜଣ ଜନ୍ତୁ ଶିକାରୀଙ୍କୁ ଜଙ୍ଗଲ ରୁ ଗିରଫ କଲା ହିନ୍ଦୋଳ ବନ ବିଭାଗ

Sunil Chandra Nayak

Leave a Comment

error: Content is protected !!