ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରା ଲିଗାଲ ସ୍ଵେଚ୍ଛାସେବିଙ୍କୁ ପ୍ରଶିକ୍ଷଣ ଶିବିର

ନବରଙ୍ଗପୁର, ୨୯/୦୪(ମସିହା ) ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ପାରାଲିଗାଲ ସ୍ବେଚ୍ଛାସେବୀଙ୍କ (ପି.ଏଲ.ଭି) ମାନଙ୍କୁ ଏପ୍ରିଲ ୨୮ ରୁ ୨୯ ଦୁଇ ଦିନ ଧରି ଏକ ପ୍ରଶିକ୍ଷଣ ଶିବିର ଜିଲ୍ଲା କୋର୍ଟ ପରିସରରେ ଆୟୋଜିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର ରେ ସ୍ବେଚ୍ଛାସେବୀଙ୍କ ନିଜ ନିଜ ଅଞ୍ଚଳର କିପରି ଲୋକ ମାନଙ୍କୁ ସେମାଙ୍କ ସାମ୍ବିଧାନିକ ଅଧିକାର, କର୍ତ୍ତବ୍ୟ ବିଷୟରେ ସଚେତନ କରିବେ, ଆଇନ ସେବା ପ୍ରାଧିକରଣ ର ଅବସ୍ଥିତି ଓ କାର୍ଯ୍ୟକଳାପ ବିଷୟରେ ସୂଚନା ଦେଇ ଆଈନ ସେବାର ଗୁରୁତ୍ଵ ଓ ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବେ, ମହିଳା, ଶିଶୁଙ୍କ ପାଇଁ ରହିଥିବା ଆଇନ ସେବା ବ୍ୟବସ୍ଥା ବିଷୟରେ ଗଣ ସଚେତନତା ସୃଷ୍ଟି କରିବେ, ଆଇନ ସେବା ହିତାଧିକାରୀ ଓ ଆଇନ ସେବା ପ୍ରାଧିକରଣ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବେ, ଏହା ବ୍ୟତୀତ ଲୋକ ଅଦାଲତର ଉପଦେୟତା, ମଧ୍ୟସ୍ଥତା କେନ୍ଦ୍ରର କାର୍ଯ୍ୟ କଳାପ ଓ ଉପଦେୟତା ବିଷୟ ନେଇ ଲୋକଙ୍କୁ ଅବଗତ କରାଇବେ ତାହା ବିଷୟ ନେଇ ତାଲିମ ପ୍ରଦାନ କରଯାଇଥିଲା ।ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜର୍ଜ (POCSO Act) ଶ୍ରୀମତୀ ପ୍ରଣତୀ ସାହା ଯୋଗ ଦେଇଥିଲେ ଏବଂ ପାରାଲିଗାଲ ସ୍ବେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ, ବରିଷ୍ଟ ଦେବାନୀ ଜର୍ଜ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା, ଜିଲ୍ଲା ଶ୍ରମ ଅଧିକାରୀ ନବରଙ୍ଗପୁର ଶ୍ରୀଯୁକ୍ତ ରଞ୍ଜନ କିଶୋର ବେହେରା ଏବଂ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନବରଙ୍ଗପୁର ଶ୍ରୀଯୁକ୍ତ ସୁରେଶ ପଟ୍ଟନାୟକ, ପ୍ରମୁଖ ପାରାଲିଗାଲ ସ୍ବେଚ୍ଛାସେବୀଙ୍କୁ ବିଭିନ୍ନ ଆଇନ ବିଷୟ ନେଇ ତାଲିମ ପ୍ରଦାନ କରିଥିଲେ ।ଅନ୍ୟାନ୍ୟ ଅତିଥି ରୂପେ ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ସୁଦାମ ଚରଣ ଦାଶ ଏବଂ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ରାଜଶ୍ରୀ ଆର୍ଯ୍ୟବାଲା ତ୍ରିପାଠୀ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ଏହି ତାଲିମ ଶିବିରର ପରିଚାଳନା କରିଥିଲେ ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ 

masiha

ଉତ୍କଳ ମହିଳା ସମିତି ପ୍ରତିଷ୍ଠା ଦିବସ ପାଳିତ

masiha

ନବରଙ୍ଗପୁର ଜିଲ୍ଲାରେ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତି ଚାରଣ ସହ କବିତା ଓ ପ୍ରବନ୍ଧ ପାଠl

Sunil Chandra Nayak

Leave a Comment

error: Content is protected !!