ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ , ଜିଲ୍ଲାରେ ଏମ ରାମପୁର ଏବଂ କେସିଙ୍ଗା ଠାରେ ଦେୱାନି ଜଜ୍ ତଥା ଅତିରିକ୍ତ ଦେୱାନି ଜଜ୍  କୋର୍ଟ ର ନୂତନ କୋଠାର ଶୁଭ ଉଦଘାଟନ

ଭବାନୀପାଟଣା ତା ୩୦.୪.୨୦୨୩:ଆଜି କଳାହାଣ୍ଡି ଜିଲ୍ଲା ଏମ ରାମପୁର ଏବଂ କେସିଙ୍ଗା ଠାରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ ଏସ ମୂରଲୀଧର ଙ୍କ କରକମଳରେ ଦେୱାନୀ ଜଜ୍ ତଥା ଜେ ଏମ ଏଫ୍ ସି ର ନୂତନ କୋଠା ର ଶୁଭ ଉଦଘାଟନ ହୋଇଯାଇଛି।ଏହି ଅବସରରେ ସକାଳ ଘ ୮.୫୦ ସମୟରେ ଏମ ରାମପୁର ନୂତନ କୋଠା ଉଦଘାଟନ ସମୟରେ ହାଇକୋର୍ଟ ଜଜ୍ ତଥା ଅଧ୍ୟକ୍ଷ, କୋଠାବାଡ଼ି କମିଟି ହାଇକୋର୍ଟ ଡ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ , ହାଇକୋର୍ଟ ରେଜିଷ୍ଟାର ଜେନେରାଲ ଶ୍ରୀ ପ୍ରତାପ କୁମାର ପାତ୍ର, ହାଇକୋର୍ଟ ରେଜିଷ୍ଟାର ଭିଜିଲାନ୍ସ ଶ୍ରୀ ଅଖିଳ କୁମାର ପଶ୍ଚିମକବାଟ ,ଜିଲ୍ଲା ଓ ଦୌରା ଜଜ୍ କଳାହାଣ୍ଡି ଶ୍ରୀ ଦୀପ୍ତି ରଞ୍ଜନ କାନୁନଗୋ, ଜିଲ୍ଲାପାଳ କଳାହାଣ୍ଡି ଶ୍ରୀମତୀ ପି ଅନ୍ୱେଷା ରେଡ୍ଡୀ, ଆରକ୍ଷି ଅଧୀକ୍ଷକ,କଳାହାଣ୍ଡି ଶ୍ରୀ ଅଭିଳାଷ ଜି, ଅଧ୍ୟକ୍ଷ, ଓକିଲ ସଂଘ ଏମ ରାମପୁର ଶ୍ରୀ ଜୟ ନାରାୟଣ ସିଂହଦେଓ , ସମ୍ପାଦକ, ଓକିଲ ସଂଘ, ଏମ ରାମପୁର ଶ୍ରୀ ଯତୀନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ତଥା ଅତିଥି ମାନଙ୍କୁ ଘୁମୁରା ନୃତ୍ୟର ତାଳେ ତାଳେ ସ୍ବାଗତ କରଯାଇଥିଲା । ମଞ୍ଚାସିନ ଅତିଥି ହାଇକୋର୍ଟ ମୁଖ୍ୟ ବିଚାରପତି ଡ ଏସ ମୂରଲୀଧର, ହାଇକୋର୍ଟ ଜଜ୍ ଡ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ, ଓକିଲ ସଂଘ ସଭାପତି ଶ୍ରୀ ଜୟ ନାରାୟଣ ସିଂହଦେଓ, ସମ୍ପାଦକ ଶ୍ରୀ ଯତୀନ କୁମାର ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ଓଡ଼ିଶା ରାଷ୍ଟ୍ରୀୟ ସଙ୍ଗୀତ” ବନ୍ଦେ ଉତ୍କଳଜନନୀ” ଗାନ କରାଯାଇଥିଲା।ଜିଲ୍ଲା ଓ ଦୌରାଜଜ ଶ୍ରୀ ଦୀପ୍ତି ରଞ୍ଜନ କାନୁନଗୋ ସମସ୍ତଙ୍କୁ ସ୍ବାଗତ କରିଥିଲେ।ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ ଏମ ରାମପୁର ଓକିଲ ସଂଘ ର ନିରନ୍ତର ଆଗ୍ରହ ଓ ଚେଷ୍ଟା ଯୋଗୁ ସମସ୍ତ ସୁବ୍ୟବସ୍ଥା ସହ ଏହି ନୂତନ କୋଠା ସମସ୍ତଙ୍କୁ ଉଚିତ୍ ନ୍ୟାୟ ଦେବାରେ ସକ୍ଷମ ହେବ ଏବଂ ଏଥିପାଇଁ ଓକିଲ ତଥା ବିଚାର ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଓ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ରହିଛି ବୋଲି କହିଥିଲେ। ହାଇକୋର୍ଟ ଜଜ୍ ଡ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ ନିଜ ବକ୍ତବ୍ୟ ରେ ସାଧାରଣ ଲୋକ ଙ୍କ ସେବାରେ ଏହି କୋର୍ଟ ଉଦ୍ଧିଷ୍ଟ ଏବଂ ତଳ ରୁ ତଳ ସ୍ତର ପର୍ଯ୍ୟନ୍ତ ଲୋକଙ୍କୁ ନ୍ୟାୟ ଦେବାରେ ହେଳା ନ କରିବାକୁ ଯୁବ ଆଇନଜୀବୀ ମାନଙ୍କୁ ଆହ୍ବାନ କରିବା ସହ ଏବଂ ଏହି ସ୍ଥାନରୁ ମଧ୍ୟ ଅନ୍ ଲାଇନ୍ ମାଧ୍ୟମରେ ହାଇକୋର୍ଟ କେସକୁ ଲଢି ହେବ ବୋଲି କହିଥିଲେ। ସଭାରେ ବରିଷ୍ଠ ଆଇନଜୀବୀ ଗଙ୍ଗାଧର ମହାନ୍ତି,ବିଶ୍ବମ୍ବର ମହାନ୍ତି ,ବିମଳ ଚାନ୍ଦ ଏବଂ ଆଇନଜୀବୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ସମ୍ବର୍ଦ୍ଧନା କରିଥିଲେ।ଏହି ନୂତନ କୋଠାରେ ସି ସି ଟିଭି, ଶିଶୁ ଯତ୍ନ, ସ୍ତନ୍ୟପାନ ଗୃହ, ପାର୍କିଂ ସ୍ଥଳ, ଦିବ୍ୟାଙ୍ଗ ପାଇଁ ରାମ୍ପ, ସାକ୍ଷୀ ଗୃହ, ଆଭାସି ଗୃହ, ଇ ସେବା କେନ୍ଦ୍ର, ଇ ଫାଇଲିଂ, କେଣ୍ଟିନ, ମଡେଲ କୋର୍ଟ ର ସୁବ୍ୟବସ୍ଥା କରାଯାଇଛି। 

ସେଭଳି ଦିବା ଘ ୧୧.୧୫ ମି ସମୟରେ କେସିଙ୍ଗା ସ୍ଥିତ ଦେୱାନୀ ଜଜ୍ ତଥା ଜେ ଏମ ଏଫ୍ ସି ର ନୂତନ କୋଠା ମୁଖ୍ୟ ଅତିଥି ହାଇକୋର୍ଟ ମୁଖ୍ୟ ବିଚାରପତି ଡ ଏସ ମୂରଲୀଧର ଙ୍କ କରକମଲ ରେ ଉଦଘାଟନ ହୋଇଥିଲା।ସଭା ଆରମ୍ଭ ପୂର୍ବରୁ ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ଉତ୍କଳଜନନୀ” ପରିବେଷଣ ସହ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରଯାଇଥିଲା।କେସିଙ୍ଗା ଠାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ ଏସ ମୂରଲୀଧର ,ହାଇକୋର୍ଟ ଜଜ୍ ଡ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ ,କେସିଙ୍ଗା ଓକିଲ ସଂଘ ସଭାପତି ଶ୍ରୀ ପ୍ରକାଶ କୁମାର ଦାସ ଏବଂ ସମ୍ପାଦକ ଶ୍ରୀ ଆଲୋକ ରଞ୍ଜନ ଦାସ ମଞ୍ଚା ସିନ ଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ କେସିଙ୍ଗା ନୂତନ ଜେ ଏମ ଏଫ୍ ସି କୋର୍ଟ ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ଅବହେଳା କରିବ ନାହିଁ ଏବଂ ଲୋକଙ୍କ ନ୍ୟାୟପାଲିକା ଉପରେ ବିଶ୍ୱାସକୁ ଅତୁଟ ରଖିବାରେ ଆଇନଜୀବୀ ଏବଂ ବିଚାରବିଭାଗୀୟ ଅଧିକାରୀ ଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।ଏହି ଅବସରରେ ସ୍ଵଗର୍ତ ଗୋପାଳ କୃଷ୍ଣ ପଟ୍ଟନାୟକ,ପ୍ରମୋଦ ରଥ ,ମଳୟ ଭୋଇଙ୍କୁ ମରନୋତ୍ତର ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ନୂତନ କୋଠାରେ ମଧ୍ୟ ସମସ୍ତ ସୁବ୍ୟବସ୍ଥା କରାଯାଇଛି। ସୂଚନା ଯୋଗ୍ୟ ଯେ ଏମ ରାମପୁର ଜେ ଏମ ଏଫ୍ ସି କୋର୍ଟ ତା ୧.୧୦.୧୯୮୨ରୁ ଏବଂ କେସିଙ୍ଗା କୋର୍ଟ ତା ୧.୩.୨୦୧୪ ରୁ କାର୍ଯ୍ୟକାରୀ ହେଉଥିଲା ତାହା ବର୍ତ୍ତମାନ ନୂତନ କୋଠାରେ ଆସନ୍ତା କାଲି ୧.୫.୨୦୨୩ରୁ କାର୍ଯ୍ୟକାରୀ ହେବ।

ମସିହା ନିୟୁଜ୍ ସର୍ଭିସ୍ 

Related posts

୭ ତମ ବାର୍ଷିକ ସିନ୍ଧେର ଉତ୍ସବରେ ଯୋଗଦେଲେ ସାଂସଦ ପ୍ରତିନିଧି 

Sunil Chandra Nayak

RAYAGADA DIVISION CELEBRATES 79TH INDEPENDENCE DAY  

Sunil Chandra Nayak

ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ଟ୍ରକ୍‌: ଡ୍ରାଇଭର୍‌ ଜୀବନ୍ତ ଦଗ୍ଧ

masiha

Leave a Comment

error: Content is protected !!