ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲକ୍ଷାଧିକ ମୂଲ୍ୟର ୭ ଗୋଟି ଚନ୍ଦନ ଗଛ କାଟି ଫେରାର ମାରିଲେ ମାଫିଆ

ବିଶ୍ୱନାଥପୁର,// କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ର ବିଜେପୁର କେନ୍ଦୁଗୁଡା ଗାଁରେ ଗତ ରାତିରେ କାଠ ମାଫିଆ ମାନେ ଲକ୍ଷାଧିକ ମୂଲ୍ୟର ୭ ଗୋଟି ଚନ୍ଦନ ଗଛ କାଟି ଚୋରି କରି ନେଇଛନ୍ତି।ଆଜି ସକାଳେ ପ୍ରଥମେ ଗ୍ରାମବାସୀ ଦେଖି ହୋହାଲ୍ଲା ହେବା ପରେ ମୁରଲୀ ଜାଣି ପାରିଥିଲେ।

ସୂଚନା ଅନୁସାରେ କେନ୍ଦୁଗୁଡା ଗାଁର ମୁରଲୀ ଧର ସାହୁ ଗତ କିଛି ବର୍ଷ ତଳେ କୋରାକୁଟ ଜିଲ୍ଲା ଜୟପୁର ଠାରୁ ଚନ୍ଦନ ଗଛ ଚାରା ଆଣି ନିଜ ଘର ସାମ୍ନାରେ, ଘର ବାରିପଟେ ଓ ଘର ନିକଟରେ ଥିବା ଚାଷ ଜମି ହୁଡାରେ ଲଗାଇ ବର୍ଷ ବର୍ଷ ଧରି ଅକାଳ ପରିଶ୍ରମ କରି ସାତ ଗୋଟି ଚନ୍ଦନ ଗଛକୁ ବହୁ ଯତ୍ନରେ ରଖିଥିଲେ।ସେହି ଗଛ ଗୁଡିକ ବର୍ତ୍ତମାନ ୨ରୁ ୩ ଫୁଟ ଗୋଲେଇ ର ହୋଇଥିଲା।କିନ୍ତୁ ଗତ ରାତିରେ ମୁରଲୀ ଓ ତାଙ୍କ ପରିବାର ଶୋଇ ଥିବା ସମୟରେ ଚନ୍ଦନ କାଠ ମାଫିଆ ମାନେ ଆସି ଘର ନିକଟରେ ଥିବା ଗୋଟିଏ ଗଛ ଛାଡି ଦେଇ କରତ ସାହାଯ୍ୟରେ ୭ ଗୋଟି ଚନ୍ଦନ ଗଛ କାଟି ନେଇ ଯାଇଛନ୍ତି।ଯାହାର ମୂଲ୍ୟ ୭ ଲକ୍ଷରୁ ଅଧିକ ହେବ ବୋଲି ମୁରଲୀ ପ୍ରକାଶ କରିଛନ୍ତି।ଏହି ଗଛକୁ କିଣିବା ପାଇଁ ଗତ ୨ବର୍ଷ ତଳେ ରାୟଗଡା ଜିଲ୍ଲା ରାବ କଣା ଗ୍ରାମର ଜଣେ ଆସିଥିବା ବେଳେ କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସାଇସିରିଣୀ ଗୁଣୁପୁର ଗାଁ ଜଣେ ଆସି ଚନ୍ଦନ ଗଛ ଦିଅ ବୋଲି ମୁରଲୀ ପାଖରେ ନେହୁରା ହୋଇଥିଲା।କିନ୍ତୁ ମୁରଲୀ ଗଛ ବିକିବା ପାଇଁ ରୋକଠୋକ ମନା କରିଦେଇଥିଲେ।ତେଣୁ ଗାଁ ଆଖପାଖ ଲୋକଙ୍କୁ ଧରି ସେମାନେ ଗଛ କାଟିନେଇଥିବା ସନ୍ଧେହ କରି ଛନ୍ତି।

ବିଶ୍ୱନାଥପୁର ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଉଭୟଙ୍କ ମଧ୍ୟରେ ଗୁଳିବିନିମୟ : ସର୍ଚ୍ଚ ଅପରେସନ ଜୋରଦାର 

ଯାତ୍ରା ଦେଖା ବେଳେ ଗଣ୍ଡଗୋଳ ହୋଇ ଛୁରାମାଡ ଘଟଣା, ୨ ଗିରଫ

masiha

ଅଜଣା ଗାଡି ଧକ୍କାରେ ଅଟୋ ଓଲଟି ଜଣେ ମୃତ

Sunil Chandra Nayak

Leave a Comment

error: Content is protected !!