ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭବାନୀପାଟଣା – – ରକ୍ତଦାନ ଏକ ମହତ ଦାନ ଏହାକୁ ପ୍ରତିପାଦିତ କରି ଚାଲିଛି ଓଡିଶା ର ଏକ ଅଗ୍ରଣୀ ସମ୍ବାଦ ପତ୍ର ସମ୍ବାଦ। ସମ୍ବାଦ ର ଆମ ଓଡ଼ିଶା ପକ୍ଷରୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଗ୍ରୱାଲ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ରକ୍ତଦାନ ଶିବିର। ଓଡିଶା ଡ୍ରାଇଭର ମହାସଂଘ, ଜୟପାଟଣା ରାମ ନବମୀ ପାଳନ କମିଟି, ନେତାଜୀ କ୍ଲବ୍ ଧନସୁଲି, ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି, ଏଲ୍ ଏଣ୍ଡ ଟି ର ସହଯୋଗ କ୍ରମେ ଆୟୋଜିତ ଏହି ଶିବିରରେ ୪୨ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ମୁଖ୍ୟ ଅତିଥି ଭାବେ ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧା ରାଣୀ ପ୍ରଧାନ,ମୁଖ୍ୟବକ୍ତାଭାବେ ଥାନା ଅଧିକାରୀ ବାସୁଦେବ ଛତ୍ରିୟା ଯୋଗ ଦେଇଥିବା ବେଳେ ଡାକ୍ତର ପ୍ରଭାତ ପଣ୍ଡା, ଡାକ୍ତର ମନୋରଞ୍ଜନ ନାଏକ, ଡାକ୍ତର ଗୁଣୀନ୍ଦ୍ର ମହାନ୍ତ, ସମାଜ ସେବୀ ମାଣିକ୍ୟ ଜ୍ୟୋତି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ସମ୍ବାଦ ପ୍ରତିନିଧି ଶେଷଦେବ ବେହେରା ଶିବିର ଟିକୁ ଆୟୋଜନ ଓ ପରିଚାଳନା କରିଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ପୋଡା ଆଉଁଳି ଗ୍ରାମରେ ଝାଡା ବାନ୍ତି ରେ ଆଜି ତିନି ଆକ୍ରାନ୍ତ ,ଗତକାଲି ଜଣେ ମୃତ

Sunil Chandra Nayak

ନିୟନ୍ତ୍ରଣ ରେ ନାହି ଝାଡ଼ାବାନ୍ତି_ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହୁଛନ୍ତି ନିୟନ୍ତ୍ରଣ

Sunil Chandra Nayak

ରାଇରଙ୍ଗପୁର – ଗୋରୁମହିଷାଣୀ ଲୌହ ଖଣି ଅଂଚଳରେ ଉତ୍କଳ ପୋଲି କ୍ଲିନିକ୍ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର

Leave a Comment

error: Content is protected !!