ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ଦବଙ୍ଗଗିରି/ ଅତିଷ୍ଠ ହୋଇ ବଦଳି ଦାବିନେଇ ଧାରଣାରେ ଗ୍ରାହକ

କାମାକ୍ଷାନଗର (ମ ନି ସ)29/4/23 // ଜନ ସାଧାରଣଙ୍କ କିଭଳି ସୁବିଧା ରେ ନିଜ ପ୍ରାପ୍ୟ ଅର୍ଥ କୁ ପାଇ ପାରିବେ, ଅବା ଅର୍ଥ କାରବାର କରିପାରିବ ସେ ନେଇ ସରକାର ଅନେକ ଯୋଜନା ମାନ କରିଛନ୍ତି l ଯାହା ଫଳରେ କି ଆଜିର ସମୟରେ ଭାରତ ବର୍ଷର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ବ୍ୟାଙ୍କରେ ଖାତାଟିଏ ଖୋଲି ଅର୍ଥ କାରବାର କରିବାର ଉତ୍ସୁକତା ଦେଖିବାକୁ ମିଳୁଛି ।କିନ୍ତୁ ଏହାର ସମ୍ପୁର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁହାଁ ବି ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରେ l ଆଖ ପାଖ ଅଂଚଳରେ ଅନ୍ୟ କୌଣସି ବ୍ୟାଙ୍କ୍ ନଥିବାରୁ ପ୍ରାୟ ଛଅଟି ଗ୍ରାମ ବାସୀ ଏହି ବ୍ୟାଙ୍କ ଉପରେ ନିର୍ଭରଶୀଳ l ସେ ବାର୍ଦ୍ଧକ୍ୟ ଭତା ହେଉ ଅବା କାଳିଆ ଯୋଜନା ହେଉ , ସବୁ କିଛି ଏହି ବ୍ୟାଙ୍କ୍ ଜରିଆରେ ହିଁ ନେଣଦେଣ କରନ୍ତି ଅଞ୍ଚଳବାସୀ l ମାତ୍ର ଏହି ବ୍ୟାଙ୍କ ଶାଖା ପରିଚାଳକଙ୍କ ଏବଂ କର୍ମଚାରୀଙ୍କ ମନ ମାନି ଯୋଗୁ ଆଜି ବ୍ୟାଙ୍କ୍ ଫାଟକ ସାମ୍ନାରେ ଧାରଣାରେ ବସିଛନ୍ତି ଅଞ୍ଚଳବାସୀ l ଖବରରୁ ପ୍ରକାଶ ଦିର୍ଘ ଏକବର୍ଷ ତଳୁ ବାରୁଆଁ ଗ୍ରାମର ଲୋକମାନେ ମା ଖଣ୍ଡୁରୀଙ୍କ ପୀଠ ନାମରେ ଏକ ଜଏଣ୍ଟ ଆକାଉଣ୍ଟ ଖୋଲିବା ପାଇଁ ବ୍ୟାଙ୍କର ଦ୍ବାରସ୍ଥ ହେଉଛନ୍ତି। ହେଲେ ଶାଖା ପରିଚାଳକ ବିଭିର୍ଣ୍ଣ ଆଳ ଦେଖାଇ ଆକାଉଣ୍ଟ ନଖୋଲିବା ସହିତ ଉକ୍ତ ଗ୍ରାହାକ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ବ୍ୟାଙ୍କକୁ ଆସୁଥିବା ଅନ୍ୟ ଗ୍ରାହକ , ବୃଦ୍ଧା ଏବଂ ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ବ୍ୟାଙ୍କରେ ଅବହେଳା ପ୍ରଦର୍ଶନ କରାଯିବା ସହିତ ଉଚିତ ସେବା ମିଳୁନଥିବା ଦର୍ଶାଇଛନ୍ତି। କେବଳ ଏତିକି କଥା ସରିନାହିଁ , ଏହି ଘଟଣା କୁ ନେଇ ଯେବେ ଶାଖା ପରିଚାଳକଙ୍କ ପ୍ରତିକ୍ରିୟା ନେବାକୁ ଚାହିଥିଲୁ ,ଶାଖା ପରିଚାଳକ ପ୍ରତିକ୍ରିୟା ଦେବା ବଦଳରେ ଜନ ପ୍ରତିନିଧି ମାନକୁ ଧମକ ମଧ୍ୟ ଦେବାକୁ ପଛାଇ ନଥିଲେ ଏବଂ ବ୍ୟାଙ୍କ୍ ସିକ୍ୟୁରିଟିକୁ ନିର୍ଦ୍ଦେଶ ଦେଇ ବ୍ୟାଙ୍କ ଫାଟକ ରେ ତାଲା ପାକାଇବା ସହିତ ଝରକା ମଧ୍ୟ ବନ୍ଦ କରିଦେଇଥିଲେ ,ଯେଭଳି ଭିତରେ ଚାଲିଥିବା ଗୁଣ୍ଡାରାଜ୍ ର ସତ୍ୟା ସତ୍ୟ ପଦାକୁ ନ ଆସେ l

ତେବେ ଆଗାମୀ ଦିନରେ ଦେଖିବାକୁ ରହିଲା ସରକାର ଏବଂ କାନାରା ବ୍ୟାଙ୍କ ଏଭଳି ହିନ ମାନସିକତା ଧାରୀ କର୍ମଚାରୀଙ୍କ ଉପରେ କଣ ପଦକ୍ଷେପ ନେଉଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଧର୍ମଗଡ କୁ ରେଳ ଲାଇନ ସମ୍ପ୍ରସାରଣ ଆଶା ଉଜ୍ଜୀବିତ ହେଲା , ଧର୍ମଗଡ ସହର ଠାରୁ ୭କିମି ମଧ୍ୟ ରେ ହେବ ରେଳ ଷ୍ଟେସନ, କଥା ଦେଲେ ନବରଙ୍ଗପୁର ସାଂସଦ 

masiha

୧୨ ତମ ଜିଲ୍ଲା ବିଦ୍ୟାଳୟ ସମୂହ ଖୋ ଖୋ ଓ କବାଡି ପ୍ରତିଯୋଗିତା -୨୦୨୫-୨୬ 

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!