ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦୁତ୍ ଛାୟା ରାଉତ ଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ ବଣିଆ ପଡାଗ୍ରାମ ରାଜସ୍ବ ଗ୍ରାମରେ ଗଁଦିଆ ସ୍ମୃତି ସଂସଦ ଓ ପିଙ୍ଗୁଆ ପୂଜ୍ୟପୂଜା ପରିଷଦ ପକ୍ଷରୁ ମହିୟସୀ ମହିଳା  ବିଦୁତ୍ ଛାୟା ରାଉତ ଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା ପିଙ୍ଗୁଆ ପୂଜ୍ୟପୂଜା ପରିଷଦ ସଭାପତି ବୁଦ୍ଧଦେବ ପ୍ରଧାନ ଓ ଗଁଦିଆ ସ୍ମୃତି ସଂସଦ ସଭାପତି ହରିହର ସାହୁ ଙ୍କ ମିଳିତ ତତ୍ବାବଧାନରେ ଏପ୍ରିଲ ମାସ ଅଣତିରିଶି ତାରିଖ ସନ୍ଧ୍ୟାରେ ପୂର୍ବତନ ସରପଞ୍ଚ ସ୍ବର୍ଗତ ଗୋଲେଖବିହାରୀ ରାଉତ ଙ୍କ ପୁତ୍ର ଗୋପାଳ ଚନ୍ଦ୍ର ରାଉତ ଙ୍କ ବାସଭବନ ଅନୁଷ୍ଠିତ ହୋଇଯାଇଛି।

ଏହି ସ୍ମୃତି ଚାରଣ ସଭା ରେ ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଗଁଦିଆ ବିଜୁଜନତା ଦଳ ସଭାପତି ବିଶ୍ବନାଥ ଜେନା, ବିଶିଷ୍ଟ ଜାତୀୟ କଂଗ୍ରେସ ନେତା ଡମ୍ବରୁଧର ସେଠୀ, ସ୍ଥାନୀୟ ସରପଞ୍ଚ ରତିକାନ୍ତ ସାହୁ, ସମିତି ସଭ୍ୟ ବଳରାମ ପରିଡା, ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମହେଶ ପ୍ରସାଦ ରାଉତ, ପୂର୍ବତନ ସରପଞ୍ଚ ମଙ୍ଗରାଜ ବାରିକ, ସାନ୍ଧ୍ୟ ମହାବିଦ୍ୟାଳୟ ଅଧ୍ୟକ୍ଷ ସମୀର କୁମାର ସାହୁ, ଥିଙ୍କରସ ଫୋରମ୍ ସଭାପତି ସୁବ୍ରତ କୁମାର ସାହୁ, ସେବାସଂଗଠନ ସଭାପତି ବିଦ୍ୟାଧର ସାହୁ, ଗଁଦିଆ ସ୍ମୃତି ସଂସଦ ସଂଯୋଜକ ଗୌରହରି ଭୋଇ, ପିଙ୍ଗୁଆ ପୂଜ୍ୟପୂଜା ସଂସଦ ସଂଯୋଜକ ସନ୍ତୋଷ କୁମାର ଖୁଣ୍ଟିଆ, ସଭ୍ୟ ଦିଲ୍ଲିପ କୁମାର ସାହୁ, ବରିଷ୍ଠ ନାଗରିକ ମ୍ଞ ଉପଦେଷ୍ଟା ବିପିନ୍ ବିହାରୀ ସିଂ, ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ମୃତି ଚାରଣ କରିଥିଲେ। ବିଶିଷ୍ଟ କଳାକାର ଦେବରାଜ ଓଝା,ଗଗନ ବିହାରୀ ରାଉତ, ଶିଶିର କୁମାର ପ୍ରଧାନ, ସଙ୍ଗୀତ ପରିବେଷଣ କରି ଥିଲେ। ଅଭିମନ୍ୟୁ ଦାଶ ଗୀତା ପାଠ କରିଥିଲେ। ଶିକ୍ଷକ ରମାକାନ୍ତ ସାହୁ ମଧ୍ୟ ସ୍ମୃତି ଚାରଣ କରିଥିଲେ। ଗୋପାଳ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ବିଦୁତ୍ ଛାୟା ରାଉତ ଙ୍କ ଜେଷ୍ଠ ଭ୍ରାତା ସେହି ମହିୟସୀ ମହିଳାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ସମାଜ ସେବା କ୍ଷେତ୍ରରେ ବିଦୁତ୍ ଛାୟା ରାଉତ ଙ୍କ ବହୁ ଅବଦାନ ରହିଛି ବୋଲି ବିଭିନ୍ନ ବକ୍ତା ମତ ଦେଇଥିଲେ। ପରିବାର ବର୍ଗଙ୍କ ତରଫରୁ ଉପସ୍ଥିତ ଅତିଥିମାନଙ୍କୁ ଉତ୍ତରୀୟ ଓ ଭାଗବତ ଗୀତା ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଶିଷ୍ଟ ପରିବେଶବିତ ମାନସ ରଞ୍ଜନ କଅର ସକ୍ରୀୟ ସହଯୋଗ କରିଥିଲେ। ସ୍ବର୍ଗତା ଆତ୍ମା ର ସଦ୍ଗତି କାମନା ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା। ସୁସମାଜ ସେବୀ ଗୋପାଳ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଆଦର୍ଶ ବିଦ୍ୟାଳୟ କୁ ଯାଉଥିବା ବସ ଦୁର୍ଘଟଣା ଘଟି 7 ଛାତ୍ରୀ ଛାତ୍ର ଆହତ 3 ଗୁରୁତର ,ଡ୍ରାଇଭର ଅଟକ

Sunil Chandra Nayak

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧିନସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୁକ୍ତ ଦୁଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

masiha

ବିଷମ କଟକ ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!