ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ସୁରକ୍ଷା ସମିତି ର ସଭାପତି ପାଇଲେ ରଫଖାତା ପରିବାର ଆୱାର୍ଡ -2023

ଜଗତସିଂହପୁର :- କଟକର ଶ୍ରୀରାମଚନ୍ଦ୍ର ଭବନ ପରିସରରେ ଏସ ନ୍ୟୁଜ ଓଡ଼ିଆ ଡିଜିଟାଲ ମିଡିଆ ର ପଞ୍ଚମ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ଅବସରରେ ରଫ ଖାତା ପରିବାର ଆୱାର୍ଡ -2023 ଆୟୋଜିତ ହୋଇଯାଇଛି ! ଜଗତସିଂହପୁର ଜିଲ୍ଲାର ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶ୍ରୀଯୁକ୍ତ ଶରତ କୁମାର ଦାଶ ଙ୍କୁ ରଫଖାତା ପରିବାର ଆୱାର୍ଡ -2023 ପାଇଁ ମନୋନୀତ ଓ ସମ୍ବର୍ଦ୍ଧିତ କରାଯାଇ ଥିବାରୁ ସାମ୍ବାଦିକ ସୁରକ୍ଷା ସମିତିର ସମସ୍ତ ସଭ୍ୟସଭ୍ୟା ଏସ ନ୍ୟୁଜ ପରିବାର କୁ ସାଧୁବାଦ ଜଣାଇଛନ୍ତି ! ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଭଦ୍ରକ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରସନ୍ନ କୁମାର ରାୟ ଯୋଗଦେଇଥିବା ବେଳେ, ବରେଣ୍ୟ ଅତିଥିଭାବେ ଥିଲେ ନରସିଂହପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନୀଳମାଧଵ ସୁନା, କଟକ ଦି ଲିଙ୍କ ଆଇ ହସ୍ପିଟାଲ ର ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ସାହୁ,ଭୁବନେଶ୍ୱର ଅଭିକ୍ଷା ଟ୍ରଷ୍ଟ ଅଧ୍ୟକ୍ଷା ଶ୍ରୀମତୀ ମାନସୀ ଶତପଥି ! ଓଡିଶା ଜଳସମ୍ପଦ ବିଭାଗ ର ସହକାରିଯନ୍ତ୍ରୀ ଇଂ. ନିମାଇଁ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ଥିଲେ ଭାରତ ମସାଲା ର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା,ଭଦ୍ରକ ଇଲେକ୍ଟ୍ରିକାଲ ଏସ. ଡି. ଓ.ଇଂ. ହିମାଂଶୁ କୁମାର ପାତ୍ର ! ଏହି ଉତ୍ସବର ଉଦଘାଟକ ଥିଲେ ସିବିଆଇ ର ପ୍ରାକ୍ତନ ବିଚାରପତି ଜଷ୍ଟିସ ଭିକାରୀ ରାଉତ ! ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଦେଶାତ୍ମବୋଧ ସଂଗୀତ ଗାନ କରାଯାଇ ପୂଜ୍ୟପୂଜା ଓ ସଂସ୍କୃତି କୁ ସମ୍ମାନ ଜଣାଇ ଆରମ୍ଭ ହୋଇଥିବା ଏହି ଉତ୍ସବରେ ରଫଖାତା ପରିବାର ତରଫରୁ ଏକ ପୁସ୍ତକ ଉନ୍ମୋଚନ କରାଯାଇ ଥିଲା ! ତେବେ ଏହି ଉତ୍ସବରେ କବି, ଲେଖକ, ଗାଳ୍ପିକ, ସାମ୍ବାଦିକ, ଓ ସାମାଜିକ ଅନୁଷ୍ଠାନ ମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ସନାତନ ସସ୍କୃତି ସହିତ ଜଡିତ ରହିବାକୁ ନେଇ, ସମାଜ ସଦ ଭାବନା ବୈଠକ ଅନୁଷ୍ଠିତ

masiha

ରାଜଗାଙ୍ଗପୁର ମିଡ଼ିଆ କ୍ଲବ ପକ୍ଷରୁ 77 ତମ ଗଣତନ୍ତ୍ର ଦିବସ ଧୂମଧାମ ରେ ପାଳିତ

Sunil Chandra Nayak

Leave a Comment

error: Content is protected !!