ରାଉରକେଲା/ରୋଟାରୀ କ୍ଲବ ଅଫ୍ ରାଉରକେଲା ସେଣ୍ଟ୍ରାଲ ର ଇମାଜିନ ରୋଟାରୀ ତରଫରୁ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ସାଇକେଲ ଷ୍ଟାଣ୍ଡ ସେଡ୍ ତିଆରି କରାଯାଇଛି । ଏହାକୁ କ୍ଲବ ର ଡିଜିଏମ ରୋଟାରୀଆନ ମନଜିତ ସିଂ ଆରୋରା, ଚନ୍ଦ୍ରକଳା ଦେବୀ ଖଣ୍ଡେଲୱାଲ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ମିଳିତ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ ବ୍ରଜେଶ ଗୁପ୍ତା,ରାଜେଶ ଅଗ୍ରୱାଲ, ବିଶ୍ବଜିତ ପତିଙ୍କ ସହ ବହୁ ରୋଟାରୀଆନ, ମୋ ସ୍କୁଲ ଅଭିଯାନର କର୍ମକର୍ତ୍ତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ବହୁଦିନର ଇଛା ପୁରଣ ହୋଇଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରମତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ପରେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।
previous post