ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଗୋଶାଳା ସମିତି ପକ୍ଷରୁ ନୂତନ ଗୋଶାଳା ଉଦଘାଟିତ

ନବରଙ୍ଗପୁର -(ମସିହା)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଘୋଡାଧନୁଆ ଗ୍ରାମରେ ରବିବାର ଉତ୍କଳ ଗୋଶାଳା ସମିତି ପକ୍ଷରୁ ସନାତନ ଧର୍ମ ଗୋରକ୍ଷାର ଏକ ଗୋଶାଳା ର ଉଦଘାଟନ ସମାରୋହ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଯୋଗଦେଇ ଗୋଶାଳାର ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ରୂପେ ଜିଲ୍ଲା ଚିକିତ୍ସାଧିକାରୀ ଡଃ ରମେଶ ଚନ୍ଦ୍ର ସାହୁ ସହ ସ୍ଥାନୀୟ ପ୍ରଶାସାନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଗୋଶାଳା ନିର୍ମାଣ କରିବାର ମୂଳ ଲକ୍ଷ୍ୟ ହେଲା ଅଞ୍ଚଳର ବୁଲାବୁଲି କରୁଥିବା ଗୋମାତା ଓ ଗୋ ଚାଲାଣ ରୋକିବା ସହ ଏହି ଗୋଶାଳା ରେ ଯେମିତି ଗୋମାତା ମାନେ ସୁରକ୍ଷିତ ରହିପାରିବେ ତାହାର ମୂଳ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଗୋଶାଳା ସମିତି ସମ୍ପାଦକ ସମୀର କୁମାର ପ୍ରଧାନ ପୌରହିତ କରିଥିବା ବେଳେ ଉମରକୋଟ ଗୋ ସମ୍ପଦ ବିକାଶ ପ୍ରତିଷ୍ଠାନ ର ସଭାପତି ଅଞ୍ଜନ କୁମାର ଜେନା , ସ୍ଥାନୀୟ ବ୍ଲକ ଗୋଷ୍ଟି ପ୍ରାଣୀ ଚିକିତ୍ସାଳୟର ସମସ୍ତ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ଗୋ ସୁରକ୍ଷା ବାହିନୀର ସଦସ୍ୟ ମାନେ ପରିଚାଳନା କରିଥିଲେ ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶ୍ରୀ ଜଗନ୍ନାଥ ଚେତନା ଓ ସେବା ସଂଘ ପକ୍ଷରୁ ସମର୍ପଣ” ପତ୍ରିକା ଉନ୍ମୋଚିତ , ଉପାନ୍ତ ଅଞ୍ଚଳର ଜଗନ୍ନାଥ ପ୍ରେମୀଙ୍କ ପରିଭାଷା ସମର୍ପଣ 

Sunil Chandra Nayak

ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସଚେତନ ନାଗରିକ ମଞ୍ଚ 

masiha

ରାଇରଙ୍ଗପୁର ଷ୍ପୋର୍ଟସ କମ୍ପ୍ଲେକ୍ସ ରେ ୭,୮,୯ ୭୨ ତମ ରାଜ୍ୟସ୍ତରୀୟ କନିଷ୍ଠ ଵର୍ଗର ଖେଳକୁଦ କୁମ୍ଭମେଳା ନେଇ ପ୍ରଶାସନ ତରଫରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!