ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମନ୍ତରାୟ ଏକାଡେମୀ ଦ୍ୱାରା ଆୟୋଜିତ କ୍ଯୁଜ୍ ପ୍ରତିଯୋଗିତାରେ ବାଜି ମାରିଲେ ହିତ୍ରାଣୀ

ନିୟୁଜ୍ ବ୍ୟୁରୋ :୦୧/୦୫ – (ମନିସ):-ବ୍ରହ୍ମପୁର ମହାନଗରୀ କେକେ ଗ୍ରାଉଣ୍ତ ଠାରେ ମହୋତ୍ସବ ମେଳା ଗତ ତା ୨୮/୦୪/୨୦୨୩ ଠାରୁ ଆସନ୍ତା ତା ୦୫/୦୫/୨୦୨୩ ରିଖ ପର୍ଯ୍ୟନ୍ତ ବିରାଟ ଆୟୋଜନରେ ଅନୁଷ୍ଠିତ ହେଉଅଛି। ଏଥିରେ ଏକ ବିଶାଳ  ପୁସ୍ତକ ମେଳା କରାଯାଇଛି। ଗତ ୨୯/୦୪/୨୦୨୩ ରିଖରେ ସାମନ୍ତରାୟ ଏକାଡେମୀ ବ୍ରହ୍ମପୁର ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କ୍ଯୁଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀ ମାନଙ୍କୁ ସେଠାରେ ଏକ ପ୍ରଶ୍ନ ପଚାରିଥିଲେ ପ୍ରଶ୍ନ ଯାହା ରହିଥିଲା ତାହା ହେଲା ଭାରତ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ? ଏହି ପ୍ରଶ୍ନର ସଠିକ୍ ଉତ୍ତର ସର୍ବପ୍ରଥମେ ସରସ୍ୱତୀ ସଦନର ପଞ୍ଚମ ଶ୍ରେଣୀରେ ପାଠପଢୁଥିବା ଛାତ୍ରୀ ହିତ୍ରାଣୀ ହିଁ ସଠିକ ଉତ୍ତର ଦେଇଥିଲେ ଏଣୁ ତାଙ୍କୁ ଏଥିରେ ପ୍ରଥମ ବିଜେତା ଘୋଷଣା କରାଯାଇଥିଲା। ଏହି କୁଇଜ୍ ପ୍ରତିଯୋଗିତା କୁ ବ୍ରହ୍ମପୁର ସାମନ୍ତରାୟ ଏକାଡେମୀ ଆୟୋଜନ କରିଥିବା ବେଳେ ଡାଇରେକ୍ଟର ଦେବେଶ ସାମନ୍ତରାୟ ପରିଚାଳନା ଓ ସୁନ୍ଦର ଭାବରେ ଅଭିଳାଷ ଆନନ୍ଦ ଏଙ୍କରିଙ୍ଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନ ବିଭାଗ ଦ୍ବାରା ସାମିଲ୍ ହେଲେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ

Sunil Chandra Nayak

ଖଣ୍ତୂଆଳ ମାଳି ଠାରେ ଖଣ୍ତୂଆଳ ବାବାଙ୍କ ଯାତ୍ରା ଓ ସଭା ଅନୁଷ୍ଠିତ

Sunil Chandra Nayak

ରାୟଗଡାରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ କଲା ଜିଲ୍ଳା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!