ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପଣ୍ଡକୁଳ ଠାରେ ବେଆଇନ ଭାବେ ଚାଲିଛି ବାଲି ଚାଲାଣ , ବିନା ନମ୍ବରରେ ଚାଲିଛି ଟ୍ରାକ୍ଟର ପୁଣି ବାଲି ଚାଲାଣ

ପରିବହନ ବିଭାଗ ଓ ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ପଡିବ କେବେ ?

ଗୋଳାମୁଣ୍ଡା/୧/୫/ନିର୍ଭୟ, ନିରପେକ୍ଷ ମସିହା, // କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ତହସିଲ ଅନ୍ତର୍ଗତ ପଣ୍ଡକୁଳ ଗ୍ରାମରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି ।ଗୋଳାମୁଣ୍ଡା ତହସିଲ କାର୍ଯ୍ୟାଳୟରୁ ପଣ୍ଡକୁଳ ଘାଟ ଟେଣ୍ଡର ହୋଇଥିବା ବେଳେ ବ୍ରିଜର ପୂର୍ବ ଦିଗରୁ ବାଲି ଉଠାଣର ଅନୁମତି ଥିବା ବେଳେ ପଶ୍ଚିମ ଦିଗରୁ ସଦା ସର୍ବଦା ବାଲି ଚାଲାଣ ହେଉଥିବା ପଣ୍ଡକୁଳ ଗ୍ରାମବାସୀ ପକ୍ଷରୁ କୁହାଯାଉଛି । ନଦୀ ବ୍ରିଜର ପଶ୍ଚିମ ଦିଗରେ ବସୁଧା ଯୋଜନାରେ ପଣ୍ଡକୁଳ ଗ୍ରାମକୁ ପିଇବା ପାଣି ଯୋଗାଇବାକୁ ନଦୀ କୂଳରେ କୂପ ଖୋଲାଯାଇଛି । ନଦୀର ମଧ୍ୟମରୁ ସୁରମା ପାଇପ ଆସି କୂଳରେ ଥିବା କୂପରେ ସଂଯୋଗ କରାଯାଇଛି । ଅନବରତ ସେହି ପାଇପ ଲାଇନ ଉପରେ ବାଲି ବୋଝେଇ ଟ୍ରାକ୍ଟର ଯିବା ଆସିବା କରିବା ଦ୍ୱାରା ଅନେକ ଥର ପାଇପ ଭାଙ୍ଗି ଯାଉଛି । ପାଇପ ଭାଙ୍ଗିଲେ ପଣ୍ଡକୁଳ ଓ ଚିଚିଆ ଗ୍ରାମର ଜନସାଧାରଣ ପିଇବା ପାଣିରୁ ବଞ୍ଚିତ ହୁଅନ୍ତି । ଅନେକ ଥର ଭାଙ୍ଗିବାରୁ ଜଳ ଯୋଗାଣ ବିଭାଗ ଆସି ମରାମତି କରି ପାଣି ଯୋଗାଇ ଥାନ୍ତି । ପାଇପ ଭାଙ୍ଗିଲେ ପାଣି ସମସ୍ୟା ଦେଖା ଦେଉଥିବାରୁ ପଣ୍ଡକୁଳବାସୀ ବାଲି ଚାଲାଣ ଉପରେ ଉଦବେଗ ପ୍ରକାଶ କରିଛନ୍ତି । ଏ ନେଇ ଗ୍ରାମବାସୀ ଗୋଳାମୁଣ୍ଡା ତହସିଲଦାର ଓ ଉପ ଜିଲ୍ଲାପାଳଙ୍କୁ ଅନେକ ଥର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଧାର ଆସି ନ ଥିବା କହିଛନ୍ତି । ଏପଟେ ପୂର୍ବ ଦିଗରୁ ବାଲି ଉଠାଇବାର ନିୟମ ଥିବା ବେଳେ ପଶ୍ଚିମ ଦିଗରୁ ଉଠା ଯାଉଛି କାହିଁକି ବୋଲି ପଣ୍ଡକୁଳବାସୀ ପ୍ରଶ୍ନ କରିଛନ୍ତି । ତହସିଲଦାର ବାଲି ଲିଜ ଧାରୀଙ୍କ ସହ ସଲା ସୁତୁରା ଥାଇପାରେ କି ବୋଲି ଏକ ସନ୍ଧେହ ଉପୁଜିଛି । ବାଲି ଚାଲାଣ ଟ୍ରାକ୍ଟରକୁ ଲିଜଧାରୀ ପକ୍ଷରୁ ଯେଉଁ ରସିଦ ଦିଆଯାଉଛି ସେହି ରସିଦ ଉପରେ ମଧ୍ୟ ସନ୍ଧେହ କରାଯାଉଛି । ଥରେ ଦଶପୁର ରାଜସ୍ୱ ନିରୀକ୍ଷକ ପଣ୍ଡକୁଳ ବାଲିଘାଟ ପରିଦର୍ଶନ ସମୟରେ ସମସ୍ତ ଟ୍ରାକ୍ଟର ମାନଙ୍କ ରସିଦ ଥାଇ ବି ତାଙ୍କ ଉପରେ ଦଶ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଥିଲା । ଏପଟେ ବାଲି ଚାଲାଣରେ ବ୍ୟବହୃତ ଟ୍ରାକ୍ଟର ଗୁଡିକର ନମ୍ବର ନ ଥିବା ବେଳେ ବାଲି ଲିଜଧାରୀ କେମିତି ଟ୍ରାକ୍ଟର ନମ୍ବର ରସିଦରେ ଲେଖୁଛନ୍ତି,ରସିଦ ମଧ୍ୟ ନକଲି ସେ ଉପରେ ପ୍ରଶ୍ନବାଚି ସୃଷ୍ଟି ହେଉଛି । ଜିଲ୍ଲା ପରିବହନ ବିଭାଗ ଓ ଉପ ଜିଲ୍ଲାପାଳ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତି ଶୀଳ ମସିହା

Related posts

ବଜାର ମଝିରେ କାଠ ଫାଳିଆ ଆକ୍ରମଣ: ଯୁବକ ଗୁରୁତର ଆହତ, ଅଞ୍ଚଳରେ ଭୟର ପରିବେଶ

Sunil Chandra Nayak

୩୫ ବର୍ଷ ର ଶତ୍ରୁତା ନେଇ ବୃଦ୍ଧଙ୍କୁ ହତ୍ୟା ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ 

Sunil Chandra Nayak

ଘୁଡୁଘୁଡି ଜୁଆ ଖେଳ ଚଢ଼ାଉ,୧୫ ବାଇକ ୩୩ ହଜାର ଟଙ୍କା ଜବତ

masiha

Leave a Comment

error: Content is protected !!