ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ କର୍ମଚାରୀମାନେ କଳା ଵ୍ୟାଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ

କାମାକ୍ଷାନଗର (ମ ନି ସ)1/5/23 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମାଳପୁରା ଗ୍ରାମ ନୀଳମାଧବ ପୁର କେନ୍ଦୁ ପୋଡି କାର୍ଯ୍ୟା ଳୟ ଠାରେ ଶତାଧିକ କେନ୍ଦୁ ପତ୍ର ତୋଳାଳୀ ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀ ମେନେ କଳା ବେୟାଚ ପରିଧାନ କରି ସରକାର ଙ୍କ ପାଖରେ କେତେ ଗୁଡିଏ ଦାବି ପୁରା କରିବା ପାଇଁ ଦାବି ରଖିଥିଲେ ଦାବି ଗୁଡିକ ହେଲା ପତ୍ର ମୂଲ୍ୟ ବୃଦ୍ଧି ସର୍ବନିମ ମଜୁରୀ ବୃଦ୍ଧି ,ଟି ଏ ବୃଦ୍ଧି, ଜି ଏସ ଟି ଉଛେଦ ଓ ଫେରସ୍ତ ସର୍ତ୍ତାବଳୀ ଲାଗୁ, କନ୍ୟା ବିବାହ ସହାୟତା ରାଶି ଦେବା ପାଇଁ ସରକାର ଙ୍କ ପାଖରେ ରେ ଦାବି ରଖିଛନ୍ତି l ଆଜି ସମଗ୍ର ରାଜ୍ୟ ଓ ଦେଶ ଯେତେ ବେଳେ ଶ୍ରମିକ ଦିବସ ପାଳୁ ଥିବା ବେଳେ କେନ୍ଦୁ ପତ୍ର ତୋଳାଇ ମାନେ ନିଜ ହକ ପାଇଁ ଆନ୍ଦୋଳନ କୁ ବାହାରିବାକୁ ପଡୁଛି l ସମ୍ପାଦକ ମକରଧ୍ୱଜସାହୁ ଓ ବରୁଣ ଧର ସାହୁଙ୍କ ନେତୃତ୍ଵରେ ବୈଠକ ଟି ଅନୁଷ୍ଠିତ ହୋଇ ଥିଲା l ଆଗାମୀଦିନରେ ଶ୍ରମିକ ମାନଙ୍କର ଦାବି ପୂରଣ ନହେଲେ ରାଜରାସ୍ତାକୁ ଓଲ୍ଲାଇ ପ୍ରତିବାଦ କରିବେ ବୋଲି ଆହ୍ୱାନ ଦେଇଛନ୍ତି ଦେଖିବାକୁ ବାକି ରହିଲା କେନ୍ଦୁ ପତ୍ର ତୋଳାଳୀ ଶ୍ରମିକମାନଙ୍କ ଦାବି କେବେ ପୁରା ହେଉଛି ଓ ଉପରିସ୍ଥ କର୍ମଚାରି lଙ୍କ ନଜର କେବେ ପଡୁଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସନ୍ଧ୍ୟାରାଣୀ

masiha

ଜିଲ୍ଲା ସ୍ତରୀୟ ସାମୁହିକ ଫାଇଲେରିଆ ଔଷଧ ସେବନ ଏବଂ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ

masiha

ଲାଞ୍ଜିଗଡ଼ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

masiha

Leave a Comment

error: Content is protected !!