ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା କଟକ ଜିଲ୍ଲାର ବହୁ ପୁରୁଣା ଓ ଆର୍ ଆମ୍ବୁଲାନ୍ସ, ସେବା ଯୋଗାଇବ ନା କିଛି ଦିନ ପରେ ଯନ୍ତ୍ରାଂଶ ଅଚଳ ହୋଇ ରାସ୍ତାରେ ଶୋଇବ, ନିଜ ମୁଣ୍ଡରୁ ଦୋଶ ନିଭାଇବା ପାଇଁ ଜିଲ୍ଲା ପ୍ରଶାସନର ଚାଲ ନାହିଁ ତ?

ବନ୍ଧୁଗାଁ ତା ୧/୫/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆମ୍ବୁଲାନ୍ସ ଗାଡ଼ି ନ ଥିବାରୁ ଜନ୍ମିତ ଶିଶୁ ଠାରୁ ଅନେକ ଦୁର୍ଘଟଣାରେ ଲୋକଙ୍କ ଜୀବନ ଚାଲି ଯିବା ଖବର ବିଭିନ୍ନ ଖବର କାଗଜ ଠାରେ ପ୍ରକାଶିତ ହୋଇଥିଲା । ଶିଶୁର ମୃତ୍ୟୁ କାହିଁକି ହେଲା ତାହାକୁ ଅଧିକ ତଦନ୍ତ କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଡିଏମଓ ଡ଼ା ସୁଶାନ୍ତ କୁମାର ଦାସ ଆସି ଫେରି ଯାଇଥିଲେ । ବନ୍ଧୁଗାଁ ବ୍ଲକ ଠାରୁ କୋରାପୁଟ ଜିଲ୍ଲା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜର ଦୂରତା ୧୦୦ କିମି ରହିଛି । ଏହି ପରି ପରିସ୍ଥିତିରେ ଏଡିଏମଓ ଙ୍କ ଅନୁଧ୍ୟାନ କରି ଫେରିବା ପରେ କଟକ ଜିଲ୍ଲାର ଅତି ପୁରୁଣା ଓ ଆର ଆମ୍ବୁଲାନ୍ସ ଗାଡ଼ି ରବିବାର ଦିନ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚି ଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ଵାରା ଓ ଆର ନମ୍ବର ଥିବା ଆମ୍ବୁଲାନ୍ସ ବନ୍ଦ କରି ନୂତନ ଓଡି ନମ୍ବର ଥିବା ଆମ୍ବୁଲାନ୍ସ ଗାଡ଼ି ସବୁ ଠାରେ ଚାଲୁ ଥିବା ବେଳେ ସେହି ଅତି ପୁରୁଣା ଗାଡ଼ିକୁ ଆମ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚାଇ ଘାଟି ରାସ୍ତାରେ ୧୦୦ କିମି ଦୂର ଯାତ୍ରା କରି ଲୋକଙ୍କ ଜୀବନ ବଞ୍ଚାଇବା କଷ୍ଟକର ଅଟେ । ଆମ ବନ୍ଧୁଗାଁ ବ୍ଲକକୁ ଭଲ ପାଉଥିବା ଜିଲ୍ଲା ସ୍ତରରେ ଥିବା ଶାସକ କିମ୍ବା ବିରୋଧି ଗୋଷ୍ଟିର ତୁଙ୍ଗ ବରିଷ୍ଟ ରାଜ ନେତା ଏହି ପରି ଅତି ପୁରୁଣା ଯନ୍ତ୍ରାଂଶ ନଷ୍ଟ ଥିବା ଆମ୍ବୁଲାନ୍ସ ଗାଡ଼ି କୁ ତୁରନ୍ତ ବଦଳାଇ ନୂତନ ଆମ୍ବୁଲାନ୍ସ ଗାଡ଼ି ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରା ଯାଉଛି । ଆମ୍ବୁଲାନ୍ସ ଗାଡ଼ି ରେ ନୂତନ ଭାବେ ଟାଇର ହିଁ ଲାଗିଛି କିନ୍ତୁ ଭିତର ଯନ୍ତ୍ରାଂଶ ସମ୍ପୂର୍ଣ୍ଣ ନଷ୍ଟ ରହିଛି ଯାହାଦ୍ୱାରା କେଉଁ ମୁହୂର୍ତ୍ତ ରେ ରୋଗୀଙ୍କୁ ନେଉଥିବା ବେଳେ ବାଟରେ ଆମ୍ବୁଲାନ୍ସ ରହି ଆଉଥରେ ରୋଗୀଙ୍କ ଜୀବନ ଚାଲି ଯିବା ଯଥେଷ୍ଟ ସମ୍ଭାବନା ରହିଛି । ଆମ ବନ୍ଧୁଗାଁ ବ୍ଲକ ର ସମସ୍ତ ଜନସାଧାରଣ ଜିଲ୍ଲା ପ୍ରଶାସନ,ସ୍ଥାନୀୟ ଜିଲ୍ଲା ସ୍ତରୀୟ ନେତା ଓ ରାଜ୍ୟ ସରକାର ଙ୍କୁ ଗୁହାରି କରୁଛୁ ନୂତନ ଆମ୍ବୁଲାନ୍ସ ଗାଡ଼ି ଅତି ଶୀଘ୍ର ଆମ ବନ୍ଧୁଗାଁ ବ୍ଲକ ପାଇଁ ଯୋଗାଇବା ବ୍ୟବସ୍ଥା କରନ୍ତୁ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ 

ଅବସର ପ୍ରାପ୍ତ ଯବାନ ଙ୍କୁ ସମ୍ବର୍ଦ୍ଧନା

masiha

ଏକ ମାସ ରୋଜା ପାଳିଲେ ଶିଶୁ ଆସନ୍ତାକାଲି ଇଦ୍

Sunil Chandra Nayak

Leave a Comment

error: Content is protected !!