ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଣ୍ଡେଲରେ କୁଲତା ସମାଜର ଯୁବ ସମାବେଶ , ସମାଜ ସଂଗଠିତ କରିବାକୁ କାର୍ଯ୍ୟକାରୀ ହେବ ଭିଜନ-୨୦୩୦

ନର୍ଲା,(ମସିହା) କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ମାଣ୍ଡେଲ ଗ୍ରାମରେ କଳାହାଣ୍ଡି କୁଲତା ଯୁବଶକ୍ତିର ଯୁବ ସମାରୋହ ମାଣ୍ଡେଲ ଆଞ୍ଚଳିକ କମିଟିର ସହଯୋଗରେ ପାଳିତ ହୋଇଯାଇଛି ! ଏଥିରେ ମୁଖ୍ୟଅତିଥି ଭାବେ ଜଗଦୀଶ ପଧାନ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅଶ୍ୱିନୀ ପାତ୍ର ଏବଂ ସୁଦର୍ଶନ ସା ଯୋଗ ଦେଇଥିଲେ ! ଏଇ ଅବସରରେ ତେଜରାଜ ସା ଙ୍କୁ ଯୁବଶକ୍ତିର ସଭାପତି ଓ ସମ୍ପାଦିକା ଭାବେ ସ୍ୱସ୍ତିକା ପଧାନଙ୍କ ନାମ ଘୋଷଣା ସହିତ ସମସ୍ତ ବ୍ଲକର ଯୁବ ସଭ୍ୟ ସଭ୍ୟାମାନଙ୍କୁ ଶପଥ ପାଠ କରା ଯାଇଥିଲା ! ନୂତନ ଯୁବ ସଭାପତି ଓ ସମ୍ପାଦିକା ଆଗାମୀ ଭିଜନ-୨୦୩୦ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ,କଳା ସଂସ୍କୃତି, କ୍ରୀଡା, ନିଶାମୁକ୍ତି, ଯୁବଶକ୍ତି କୁଲତା ମେଟ୍ରିମୋନୀ, ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବାରୋପ କରିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ ! ମାଣ୍ଡେଲ ଗ୍ରାମର ସହଯୋଗରେ ପ୍ରାୟ ଚାରିଶହରୁ ଉର୍ଦ୍ଧ୍ବ କୁଲତା ଜନ ସମାଗମ ହୋଇଥିଲା ! ଡୋଳାମଣି ପ୍ରଧାନ, ଜୟନ୍ତ ପଧାନ, ମନୋଜ ଭୋଇ, ଜଗଦୀଶ ସା, ସମାଜସେବୀ ଭବାନୀ ପଧାନ, ସଂଜିତ ଭୋଇ, ମଳୟ ବିଶ୍ୱାଳ, ହୃଷିକେଶ ଗଡତିଆ ଏବଂ ବହୁଶିକ୍ଷିତ ଗୁଣିଜ୍ଞାନୀ ଏବଂ ସାମାଜିକ ବ୍ୟକ୍ତି ଓ ମହିଳା ମାନେ ଏଥିରେ ସାମିଲ ହୋଇଥିଲେ !

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ଗ୍ରୀଷ୍ମଋତୁ ଆରମ୍ଭରୁ ପାଣି ପାଇଁ ହନ୍ତସନ୍ତ କାଇଁଶିରି ଗ୍ରାମବାସୀ

Sunil Chandra Nayak

ଏଚଏମଏସ୍‌‍ର ନେତୃତ୍ଵରେ ଏସବିଆଇରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ନେଇ କେନ୍ଦ୍ରୀୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷୀକ ଆଲୋଚନା

masiha

ଷ୍ଟ୍ରବେରୀ ଗାଁ ବାରବୁଲୀ : ଆତ୍ମ ନିର୍ଭର ପଥେ ନିୟମଗିରିର ଆଦିମ ଜନଜାତି ମହିଳା

Sunil Chandra Nayak

Leave a Comment

error: Content is protected !!