ବାଲେଶ୍ଵର,୦୨/୫/୨୩- ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବଳରାମପୁର ଗ୍ରାମ ପଞ୍ଚାୟତ ବଳରାମପୁର ପ୍ରାଥମିକ ବିଦ୍ୟାଳୟରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଶିକ୍ଷକ ନିତ୍ୟାନନ୍ଦ ଦତ୍ତ ଏହି କେମ୍ପକୁ ଫିତାକାଟି ଉଦଘାଟନ କରିଥିଲେ । ଶାନ୍ତି କମିଟିର ସମ୍ପାଦକ ପ୍ରଭୁରାମ ରାଉତ, ଶିକ୍ଷକ ରବିନାରାୟଣ ତ୍ରିପାଠୀ, ବବିତା ଦେ, ଉତ୍ତମ ପଣ୍ଡା, ମୃତୁଜୟ ପଣ୍ଡା, ରବୀନ୍ଦ୍ର କୁମାର ପଣ୍ଡା,ସାମ୍ବାଦିକ ଲଷ୍ମୀଧର ପ୍ରଧାନ ଓ ଗ୍ରାମବାସୀ ମାନଙ୍କ ସହଯୋଗରେ ମାଗଣାରେ ଗରିବ ମାଆ, ମାଉସୀ, ଭାଇ ଓ ଭଉଣୀ ମାନଙ୍କର ଆଖି ପରୀକ୍ଷା କରାଯାଇଥିଲା । ବାଲେଶ୍ୱର ଶ୍ରୀରାମ ହସ୍ପିଟାଲର ଅଭିଜ୍ଞ ଡକ୍ଟର ବିନୋଦ କୁମାର ନାୟକ, ଡକ୍ଟର ଶ୍ରୀ ବିଶ୍ୱାଳ, ପାରାମେଡିକାଲ ପଦ୍ମିନୀ ମଢେଇ, ମେନେଜର ସ୍ୱରଜିତ ଦେ ରୋଗୀଙ୍କ ସହିତ କଥାହୋଇ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ରୋଗୀଙ୍କ ଲକ୍ଷଣ ସମ୍ପର୍କରେ ବୁଝିଥିଲେ । ଗ୍ରାମାଞ୍ଚଳରେ ଥିବା ଲୋକମାନେ ଟଙ୍କା ପଇସା ଅଭାବରୁ ସହରକୁ ଯାଇ ଡାକ୍ତର ଦେଖାଇବା ଅସମ୍ଭବ ହେବାରୁ ସାମ୍ବାଦିକ ଲଷ୍ମୀଧର ପ୍ରଧାନ ଡାକ୍ତରଙ୍କ ସହିତ ପରାମର୍ଶ କରି ଏହି ଆଖି ଜନିତ ରୋଗୀଙ୍କୁ ଚିକିତ୍ସା କରାଇଥିଲେ । ଏହି ମାଗଣା ଚକ୍ଷୁ ଶିବିରରେ ମୋଟ ୭୨ ଜଣ ରୋଗୀ ପରୀକ୍ଷା କରିଥିବା ବେଳେ ଅପରେସନ ପାଇଁ ୬ ଜଣ ରୋଗୀଙ୍କୁ ଶ୍ରୀରାମ ହସ୍ପିଟାଲ ତରଫରୁ ଯିବା ଆସିବା ରହିବା ଖାଇବା ସମସ୍ତ ଖର୍ଚ୍ଚ ହସ୍ପିଟାଲ ବହନ କରିବ ବୋଲି ଡାକ୍ତର କହିଥିଲେ । ଆଗକୁ ଏମିତି ଚିକିତ୍ସା ଜାରି ରହିଲେ ଭଲହେବ ବୋଲି ଗ୍ରାମବାସୀ କହିଛନ୍ତି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ