ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡା ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ତେନ୍ତୁଳିଖୁଣ୍ଟି – – ୦୨/୦୫/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଖାତିଗୁଡା ରେ ବିଭିନ୍ନ ଶ୍ରମିକ ସଙ୍ଗଠନ ତରଫରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି। ଇନ୍ଦ୍ରାବତୀ ନିର୍ମାଣ ଶ୍ରମିକ ସଂଗଠନ ତରଫରୁ ମୁକ୍ତି ଭବନ ପରିସର ରେ ଲାଲ ଝଣ୍ଡା ଉତ୍ତୋଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମୁଖ୍ୟଅତିଥି ଭାବେ ସାମାଜିକ କର୍ମୀ ରମେଶ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କମ୍ରେଡ଼ ଦେବେନ୍ଦ୍ର ଜଗନ୍ନାଥ ନାୟକ ଶ୍ରମିକ ଦିବସ ପାଳନ କେବେଠୁଁ ଓ କାହିଁକି ପାଳନ କରାଯାଇ ଆସୁଛି ଇତିହାସ ସଂକ୍ଷିପ୍ତ ରେ ନିଜ ଅଭିଭାଷଣ ରେ ରଖି ଥିଲେ। ଏକତା ର ପ୍ରଭାବ ରହିଛି, ଏଣୁ ଏକତା ବଜାୟ ରଖିବାକୁ ନିର୍ମାଣ ଶ୍ରମିକ ଙ୍କୁ ପୃଥି୍ରାଜ ପାଇକରାୟ ସମ୍ବର୍ଦ୍ଧିତ ହେବା ବେଳେ ଆହ୍ୱାନ କରିଥିଲେ। ଏହି ଅବସରରେ ଇନ୍ଦ୍ରାବତୀ ନିର୍ମାଣ ଶ୍ରମିକ ସଂଘ ର ସଭାପତି କିଶୋର ମହାଙ୍କୁଡ଼ ଙ୍କ ଅଧ୍ୟକ୍ଷତା କରିଥିଲେ ରମେଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଗୋବର୍ଦ୍ଧନ ସାହୁ ,ମୁନା ଦଳେଇ ,ମହେଶ୍ୱର ମହାନ୍ତି ,ରମେଶ ପଟ୍ଟନାୟକ , ଦେବେନ୍ଦ୍ର ନାୟକ , କିଶୋର ମହାଙ୍କୁଡ଼, ଜୋସେଫ ବେନ୍ୟା ପ୍ରମୁଖ ଙ୍କୁ ନିର୍ମାଣ ଶ୍ରମିକ ସଙ୍ଗଠନ ସମ୍ବର୍ଦ୍ଧିତ କରିଛନ୍ତି। ପରେ ମୁକ୍ତି ଭବନ ରୁ ଖାତିଗୁଡା ବଜାର ଦେଇ ବିରାଟ ରାଲି କରିଥିଲେ ତିନି ଶହ ରୁ ଉର୍ଧ୍ଵ ନିର୍ମାଣ ଶ୍ରମିକ । କାହ୍ନୁ ନାୟକ ,ଗୋପୀ ଗୌଡ଼ , ରମେଶ ବିଶୋଇ , ସମେତ ଶତାଧିକ ମହିଳା ଓ ପୁରୁଷ ନିର୍ମାଣ ଶ୍ରମିକ ରାଳିରେ ସାମିଲ ଥିଲେ।                     

         ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଶ୍ରମିକ ସଂଗଠନ ମଧ୍ୟ ସେମାନଙ୍କ କାର୍ଯ୍ୟ।ଳୟ ରେ ଶ୍ରମିକ ଦିବସ ପାଳନ କରିଛନ୍ତି। ଏଠାରେ ମଧ୍ୟ ମୁଖ୍ୟ ଅତିଥି ଭାବେ ରମେଶ ପଟ୍ଟନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ପୃଥ୍ୱୀରାଜ ପାଇକରାୟ ଏହି ଅବସର ରେ ଇନ୍ଦ୍ରାବତୀ ପ୍ରକଳ୍ପ ରେ କାର୍ଯ୍ୟରତ ଶ୍ରମିକମାନେ ଦୀର୍ଘ କୋଡିଏ ରୁ ତିରିଶ ବର୍ଷ ଶ୍ରମିକ ଭାବେ କାମ କରି ମଧ୍ୟ ସମାନ କାମକୁ ସମାନ ଦରମା ପାଉ ନ ଥିବା ବେଳେ ନିୟମିତ କର୍ମଚାରୀ ମାନ୍ୟତା ପାଇବା ର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ କର୍ତ୍ତୁପକ୍ଷ କରି ନଥିବା ନିଜ ବକ୍ତବ୍ୟ ରେ ଉଲ୍ଲେଖ କରିଥିଲେ। ଏଥିପାଇଁ ସଂଗ୍ରାମ କରିବା କୁ ଏକତା ବଜାୟ ରଖିବାକୁ ଆହ୍ୱାନ କରିଥିଲେ। ଜଗବନ୍ଧୁ ପାଣିଗ୍ରାହୀ ,ଭାସ୍କର ପଣ୍ଡା ,ରଞ୍ଜନ ତ୍ରିପାଠୀ ,ସମେତ ତିରିଶ ରୁ ଉର୍ଧ୍ଵ କର୍ମଚାରୀ ଉପସ୍ଥିତ ଥିଲେ ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଯୋଗେନ୍ଦ୍ର ମହାରଣାଙ୍କ ମହାପ୍ରୟାଣ 

Sunil Chandra Nayak

ପରିଣତ ବୟସ ରେ ହାର ମାନୁନାହାନ୍ତି ବୃଦ୍ଧା ରୁକୁଣୀ

ଲେଖକ ସାମୁଖ୍ୟ ର ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!