ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସବ ପୂର୍ଣ୍ଣାହୁତି ଦିବସରେ ମା’ଙ୍କ ସୂନାବେଶ 

ଢେଙ୍କାନାଳ, ତା.୦୨.୦୫.୨୦୨୩ରିଖ : ଢେଙ୍କାନାଳ ଗାନ୍ଧୀମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ପୀଠରେ ୧୯ତମ ଜନ୍ମ ବାର୍ଷିକୀ ଉତ୍ସବ ଓ ପୂର୍ଣ୍ଣାହୁତି ଦିବସ ପାଳିତ ହୋଇଯାଇଅଛି । ୩୦ ତାରିଖ ଭାଗିରଥୀ ସାଗରଠାରେ ପୂଜା ଅର୍ଚ୍ଚନା ପରେ ୧୦୮ ମହିଳାମାନେ କଳସ ଧାରଣ କରି ଏକ ଶୋଭାଯାତ୍ରାରେ ବାହାରି ମନ୍ଦିର ନିକଟରେ ପହଁଚିଲା ପରେ ଅଧିବାସ ପୂଜା ଆରମ୍ଭ ହୋଇଥିଲା । ୧ ତାରିଖ ଦିନ ରୁଦ୍ରାଭିଷେକ ଓ ଗୀତାଯଜ୍ଞ ଅନୁଷ୍ଠିତ ହୋଇଥିଲା । ୨ ତାରିଖ ମଙ୍ଗଳବାର ଦିନ ଚଣ୍ଡୀ ପାଠ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ଏହି ପୂର୍ଣ୍ଣାହୁତି ଦିବସ ରେ ମା’ଙ୍କ ସୂନାବେଶ ହେବା ସହିତ ସଂଧ୍ୟାରେ ଆଳତି ଓ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ମା’ଙ୍କ ପାଖରେ ବିଭିନ୍ନ ପ୍ରକାରର ଭୋଗ ଲାଗି ହେବା ସହ ମା’ଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ ଲିଙ୍ଗରାଜ ପତି ଓ ସହଯୋଗୀ ସୌମ୍ୟବ୍ରତ ପତି, ସୁମ୍ଭେନ୍ଧୁ ନନ୍ଦ, ପବିତ୍ର ମୋହନ ପାଣିଗ୍ରାହୀ ଏବଂ ମନ୍ଦିରର ପୂଜକ ଆପୁଲି ରଣା ପୂଜାକାର୍ଯ୍ୟ ଯଥାବିଧୂ ରୀତିନୀତିରେ ପାଳନ କରିଥିଲେ । ସଭାପତି ଅଭିମନ୍ୟୁ ବେହେରା, ନୀଳକଣ୍ଠ ଡୋରା, ବ୍ରଜମୋହନ ସାହୁ, ସୁଶାନ୍ତ କୁମାର ସାହୁ ପ୍ରମୁଖ କର୍ତା ଭାବେ ଉପସ୍ଥିତ ଥିଲେ। କମିଟିର ସଂପାଦକ ସୁଶାନ୍ତ କୁମାର ବେହେରା, ଉପସଭାପତି ସୁରଜ ମହାପାତ୍ର, ଜି. ମନମଥ ରାଓ, ଏବଂ ସଦସ୍ୟ ନିରାକାର ପଟ୍ଟନାୟକ, ଅଭିଷେକ ମହାପାତ୍ର, ସୌମ୍ୟ ପୂଜାକୁ ପରିଚାଳନା କରିଥିଲେ । କେଶବ ବେହେରା, ନିରେନ ପଟ୍ଟନାୟକ, ଶଶିକାନ୍ତ ଦାସ, ପଟ୍ଟନାୟକ, ବିକାଶ ସ୍ବାଇଁ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଅଁଳାକଟା ଗ୍ରାମରେ ମା ମଙ୍ଗଳାଙ୍କ ନିଶା ମଙ୍ଗଳବାର ଓଷା ପାଳିତ   

Sunil Chandra Nayak

ବାଣପୁର ଦିକ୍ଷୀତ ପଡା ଗ୍ରାମସ୍ଥିତ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ପୀଠରେ ପବିତ୍ର ମାଘ ପୂର୍ଣ୍ଣିମା ପାଳିତ

Sunil Chandra Nayak

ଗୋପାଳ ଶ୍ରୀକ୍ଷେତ୍ର ସମେତ ଝରିଗୁମ୍ମା ଅଞ୍ଚଳଗୁମ୍ମା ରେ ଶ୍ରୀଜୀଉ ଙ୍କ ହାତୀ ବେଶ 

Leave a Comment

error: Content is protected !!