ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତ ମାସ 13ତାରିଖରେ ରାୟଗଡl ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ରାୟଗଡ:-ତା.02/05/23-ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକଅଦାଲତ ଆସନ୍ତା ତା. 13/05/23ରିଖ ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରା ଯାଇପାରିବ l ବିଚାରାଧୀନ ମକଦ୍ଦମା ସହ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସ୍ତରୀୟ ତଥା କଚେରୀରେ ଦାୟର ହୋଇ ନଥିବା ବିବାଦର ମଧ୍ୟ ସମାଧାନ କରାଯାଇ ପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ କୁମାରୀ ନିବେଦିତା ପଣ୍ଡା ସୂଚନା ଦେଇଛନ୍ତି l ଲୋକ ଅଦାଲତରେ କୌଣସି ପ୍ରକାର ଆର୍ଥିକ ବ୍ୟୟ କରିବାକୁ ପଡ଼ୁ ନଥିବାରୁ ଜନ ସାଧାରଣ ଉକ୍ତ ଲୋକ ଅଦାଲତର ସୁଯୋଗ ନେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆ ଯାଇଛି l

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଶୃଖଂଳିତ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗକୁ ନେଇ ସମନ୍ୱୟ ବୈଠକ ଆସନ୍ତା କାଲି ସୁଦ୍ଧା ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ଉପରେ ଗୁରୁତ୍ୱାରୋପ

Sunil Chandra Nayak

ଓୟୁଜେ ସାମ୍ବାଦିକ ସଙ୍ଘ ପକ୍ଷରୁ କୁସୁମଖୁଣ୍ଟି ଠାରେ ଜାତୀୟ ପ୍ରେସ ଦିବସ ପାଳନ

masiha

ରାଜ୍ୟ ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଡାବୁଗାଁ ବ୍ଲକକୁ ସ୍ୱର୍ଣ୍ଣ ପଦକ 

Sunil Chandra Nayak

Leave a Comment

error: Content is protected !!