ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସ ଖୋଜିବା ଓ ସାମାଜିକ ଗଣମାଧ୍ୟମ ଓ ମିଡିଆ ର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଖବର ପରେ ସମାଧାନ ବୈଠକ  

ତେନ୍ତୁଳିଖୁଣ୍ଟି ୦୨/୦୫/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ବ୍ଲକ ରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କୁ ନେଇ ଏକ ବୈଠକ ହୋଇଥିଲା। ବୈଠକରେ ସାମାଜିକ ଗଣ ମାଧ୍ୟମ ତଥା ଖବରକାଗଜ ଓ ମିଡିଆ ରେ ସମସ୍ୟା ଭିତ୍ତିକ ତଥା କୌଣସି ହିତାଧିକାରୀ କୌଣସି ସରକାରୀ ପ୍ରାପ୍ୟରୁ ବଞ୍ଚିତ ଏପରିକି ଦୁର୍ନୀତି ସମ୍ପର୍କିତ ଓ ସ୍ୱାସ୍ଥ୍ୟ ଶିକ୍ଷା ସମସ୍ୟା ରେ ଥିବା ବ୍ୟକ୍ତି ଙ୍କ ଖବର ପ୍ରକାଶ ପରେ ତୁରନ୍ତ ସମାଧାନ କିପରି କରିହେବ ସେଥିପାଇଁ ଆଲୋଚନା କରାଯାଇଥିଲା। ଖବର ପ୍ରକାଶ ପରେ ଏକ ହ୍ଵାଟ୍ସଆପ ଗ୍ରୁପ ମାଧ୍ୟମରେ ବିଭାଗୀୟ କର୍ମଚାରୀଙ୍କ ଗ୍ରୁପ ରେ ଛାଡି ତଦନ୍ତ କରି ଯେଉଁ ବିଭାଗ ର କାମ କିପରି ସମାଧାନ ହେବ ତାହା ଉପରିସ୍ତ ଅଧିକାରୀଙ୍କୁ ଜଣାଇ ସମାଧାନ କରିବା ଚେଷ୍ଟା କରିବା କୁ ନିଷ୍ପତ୍ତି ହୋଇଥିଲା। ଆଜି ହ୍ଵାଟ୍ସଆପ ଗ୍ରୁପ ଗଠନ କରାଯାଇଛି। ଏହି ଗ୍ରୁପ ରେ ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଜିପି ଇଓ , ପି ଇ ଓ ,ବି ଏସ ଏସ ଓ , ବିପ୍ପଣୀ ନିରୀକ୍ଷକ , ସି ଡି ପି ଓ , କୃଷି ,ଉଦ୍ୟାନ ମତ୍ସ୍ୟ ,ବିଦ୍ୟୁତ ଆଦି ବିଭାଗ କର୍ମଚାରୀ ଓ ଅଧିକାରୀ ,ଗ୍ରାମ ରୋଜଗାର ସେବକ ଆଦି ସାମିଲ ହେବେ। ଆଜିର କାର୍ଯ୍ୟକ୍ରମ ରେ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଅଧ୍ୟକ୍ଷତା କରିଥିଲେ। ପ୍ରଶାସନ ଏଣିକି ଲୋକ ଙ୍କ ପାଖରେ ପହଞ୍ଚି ସମସ୍ୟା ସମାଧାନ କରିବା ଉପରେ ସରକାର ନିର୍ଦେଶ ଦେଇଛନ୍ତି ଏଣୁ “ଆସ ଖୋଜିବା ‘ ଅଭିଯାନ ମ।ଧ୍ୟମରେ ଏହା କାର୍ଯ୍ୟକାରୀ କରାଯିବ। ଗଣ ମାଧ୍ୟମଖବର ପରେ ହେଉ ଅବା ନିଜେ ଲୋକଙ୍କ ସମସ୍ୟା ବିଷୟରେ ଖବର ପାଇଲେ ତୁରନ୍ତ ସମାଧାନ କରିବାକୁ ଉପସ୍ଥିତ ସଭିଙ୍କୁ ଆହ୍ୱାନ କରିଥିଲେ ବିଡ଼ିଓ । ଭତ୍ତା ,ଚିକିତ୍ସା ସୁବିଧା ,ରାସନ କାର୍ଡ ,ବାସଗୃହ,ଶିକ୍ଷାଋଣ , ରୋଜଗାର ଆଦି ମୁଖ୍ୟ ପ୍ରସଙ୍ଗ ଭାବେ ଆସୁଥିବା ମତନପ୍ରକାଶ ପାଇଥିଲା। ବୈଠକରେ ଏ ବି ଡି ଓ କୃପାସିନ୍ଧୁ ନାୟକ ,ଜି ପି ଇଓ ମଣ୍ଟୁ ସ୍ୱାଇଁ , ବିପ୍ପଣୀ ନିରୀକ୍ଷକ ରୋହିତ ମାଝୀ, ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ,ଏ ଏଚ ଓ ତେଜସ୍ଵୀନି ନାୟକ ,ଉଦ୍ୟାନ କର୍ମଚାରୀ ପୁନମ ସଗରିଆ, ବ୍ଲକ ମତ୍ସ୍ୟ ଅଧିକାରୀ ଶୁଭେନ୍ଦୁ ଦାସ , ସି ଡି ପି ଓ ସୁରମା ମହାପାତ୍ର ସମସ୍ତ ପି ଇ ଓ , ଗ୍ରାମ ରୋଜଗାର ସେବକ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ରାୟଗଡାରେ ଦିତୀୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ

ସରକାରୀ ଉଚ୍ଚ ବିଦ୍ୟାଳୟରେ “ଚାଲ କଥା ହେବା ” କାର୍ଯ୍ୟକ୍ରମ ର ହେଲା ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!