ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ନୂତନ ବସ ଷ୍ଟାଣ୍ଡ ରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା/ ରାଉରକେଲା ନୂତନ ବସ ଷ୍ଟାଣ୍ଡ ରେ ଆଜି ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା । ଏଥିରେ ରାଉରକେଲା ଏମଭିଆଇ ପର୍ଶୁରାମ ସାହୁ ମୁଖ୍ୟ ଅତିଥି ଯୋଗ ଦେଇଥିଲେ l ବରିଷ୍ଠ ଶ୍ରମିକ ନେତା ତଥା ସୁନ୍ଦରଗଡ ଜିଲ୍ଲା ମୋଟର କର୍ମଚାରୀ ସଙ୍ଘ ର ସଭାପତି ବିଷ୍ଣୁ ମହାନ୍ତି, ସାଧାରଣ ସମ୍ପାଦକ ବିମାନ ମାଇତି, ଉପ ସଭାପତି ତଥା ଆଇନଜୀବୀ ରାଜକିଶୋର ପ୍ରଧାନ, ଆଇନଜୀବୀ ଅଞ୍ଜନ ଦାସ ସିଆଇଟିୟୁ ର ରାଜ୍ୟ ସମ୍ପାଦକ ବସନ୍ତ ନାୟକ, ଘରୋଇ ବସ ମାଲିକ ସଙ୍ଘ ର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାସ, ଉପ ସଭାପତି ମିନକେତନ ମହାନ୍ତି, ଅଟୋ ୟୁନିଅନ ର ସାଧାରଣ ସମ୍ପାଦକ ଅଜୟ ଶର୍ମା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ସାମ୍ବାଦିକ ବିବେକାନନ୍ଦ ଦାସ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ l ଆଦର୍ଶ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ବିଦ୍ୟାଧର ତ୍ରିପାଠୀ ଏହି ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରି ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସଚେତନତା ଜୁରୁରୀ ବୋଲି କହିଥିଲେ । ଅତିଥିମାନେ ସଡକ ସୁରକ୍ଷା ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରି ଗାଡି ଚାଳକ, ବସ ଡ୍ରାଇଭର, କଣ୍ଡକ୍ଟର, ହେଲପର ପ୍ରମୁଖ ଯାତ୍ରା ସମୟରେ ସମସ୍ତ ସୁରକ୍ଷା ନିୟମ ପ୍ରତି ଧ୍ୟାନ ଦେବା, ଯୁବଗୋଷ୍ଠୀ ଗାଡି ଚାଳନା ସମୟରେ ସମସ୍ତ ସଡକ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ବେପରୁଆ ଗାଡି ଚାଳନା ନ କରିବା ପାଇଁ ନିବେଦନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସାହୁ ଦୁର୍ଘଟଣା ର ବିଭିନ୍ନ କାରଣ ନିରାକାରଣ ଓ ଦୁର୍ଘଟଣା ଜନିତ କ୍ଷତି ପୂରଣ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ l ଶେଷରେ ସଂଯୋଜକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶକ୍ତିକେନ୍ଦ୍ର ସ୍ତରୀୟ ସାଙ୍ଗଠନିକ ବୈଠକ

କାର୍ଯ୍ୟରେ ଯୋଗଦେଲେ ନୂତନ ତହସିଲଦାର

masiha

ବେଦବ୍ୟାସ ଟ୍ରକ୍ ଓନର୍ସ ଆସୋସିଏସନର ୧୫ତମ ଶପଥ ଗ୍ରହଣ ଉତ୍ସବ

Leave a Comment

error: Content is protected !!