ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କୁନବିହାରୀ ଦାସଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା/ ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ, ରାଜ୍ୟ ବିଜୁ ଜନତାଦଳ ର ସଂପାଦକ, ମୋ ପରିବାର ର ସଂଯୋଜକ ତଥା ଅନୁଗୁଳ ଜିଲ୍ଲାର ସହ ପର୍ଯ୍ୟବେକ୍ଷକ କୁନବିହାରୀ ଦାସଙ୍କ ୫୪ତମ ଜନ୍ମ ଦିବସ ପାଳନ ଅବସରରେ ‘ କୁନଭାଇ ଫ୍ୟାନ୍ସ କ୍ଲବ’ ତରଫରୁ ଏକ ରକ୍ତଦାନ ଶିବିର ସେକ୍ଟର ୨ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଫ୍ରାନ୍ସ କ୍ଳବର ଆବାହକ ଶଙ୍କର ଜେନାଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲୀପ ମହାପାତ୍ର, ସମାଜସେବୀ ମୀନତି ଦେବତା, ଜଶବିନ୍ଦର ସିଂ ଗୋଲଡି, କବି କୁଞ୍ଜବିହାରୀ ରାଉତ, ଜାହାଙ୍ଗିର ହକ୍, ସୁନିଲ୍ କୟାଲ, ପମି ମାରୋଠିଆ, ବିଶ୍ବରଂଜନ ବେହୁରିଆ, ନୃସିଂହ ଚରଣ ନାୟକ, ଦିଲ୍ଲୀପ ମହାନ୍ତି,ଗୌତମ ବାଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମରେ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ କୁନ ବାବୁ ଓ ସୁଶ୍ରୀ ସିପ୍ରାତନୟା ଜେନା ଙ୍କ ଜନ୍ମ ଦିବସ ଉପଲକ୍ଷେ କେକ୍ କଟାଯାଇ ଉପସ୍ଥିତ ଅତିଥି ଓ ରକ୍ତଦାତାଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସୁଶ୍ରୀ ସିପ୍ରାତନୟା ଙ୍କ ସମେତ ୫୪ଜଣ ରକ୍ତଦାନ କରିଥିଲେ । ଏହି ରକ୍ତ ଦାନ ଶିବିରକୁ ରକ୍ତଭଣ୍ଡାର ର ଡାକ୍ତର ପି,କେ,ଦାସ, ପବିତ୍ର ପଲେଇ,ଶିବରାମ ସ୍ବାଇଁ,ଦିଲ୍ଲୀପ ପୋଥାଳ, ଚୈତନ୍ୟ ମହନ୍ତ ଓ ଫ୍ୟାନ୍ସ କ୍ଲବର ପ୍ରଣତୀ ଜେନା, ମମତା ନାୟକ,ଶାନ୍ତିଲତା ବାରିକ,ଲୀନା ତ୍ରିପାଠୀ, ସୁନିତା ଶ୍ରୀନିବାସନ, ଦେବସ୍ମିତା ଶତପଥୀ, ସଞ୍ଚୟ ପ୍ରଧାନ, ନରେନ୍ଦ୍ର ସିଂ କାହ୍ଲା,ଆଦିତ୍ଯ ବାରିକ, ସୁମନ୍ତ ଜେନା,ରଞ୍ଜନ ବାରିକ, ବାବୁ ଖାନ, ଅରୁ ମହାପାତ୍ର, ଗଣେଶ ରାଉତ, କୁନା ସାହୁ,ପି କେ ବିହାରୀ,ଧୀରେନ୍ଦ୍ର ସ୍ବାଇଁ, ଦୁର୍ଯ୍ୟୋଧନ ବେହେରା, ବିରେନ ପତି, ପିଣ୍ଟୁ ଧଳସାମନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ କୁନବିହାରୀ ମୂଳତଃ ରାଉରକେଲା ବାସିନ୍ଦା ହୋଇଥିବାବେଳେ ସଂପ୍ରତି ସେ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମାନସିକ ବିକୃତ ରୋଗୀଙ୍କ ସ୍ୱାସ୍ଥ୍ୟ ଶିବିରରେ ୪୩ ରୋଗୀଙ୍କୁ ମାଗଣାରେ ଚିକିତ୍ସା 

Sunil Chandra Nayak

ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖରିଆରୋଡ ରେ ରକ୍ତଦାନ ଶିବିର

Sunil Chandra Nayak

ଆତଙ୍କ ଖେଳାଇଛି ବାର୍ଡ ଫ୍ଲୁ, ଭିତରକନିକା ରୁ ଦେଶୀୟ ପକ୍ଷୀଙ୍କ ମଳ ପରୀକ୍ଷା ପାଇଁ ‌ଗଲା ଗବେଷଣା କେନ୍ଦ୍ର

masiha

Leave a Comment

error: Content is protected !!