ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହର ସେବା ସମିତିର ସଂଗୀତ ସଂଧ୍ୟା

ରାଉରକେଲା/ ସହର ସେବା ସମିତି, ରାଉରକେଲା ଦ୍ବାରା ପ୍ରଖ୍ଯାତ ଚଳଚ୍ଚିତ୍ର ନିର୍ଦ୍ଦେଶକ, ମହାନାୟକ ପ୍ରଶାନ୍ତ ନନ୍ଦଙ୍କ ୭୮ତମ ଜନ୍ମ ଦିବସ ପାଳନ ଅବସରରେ ଶ୍ରୀ ନନ୍ଦଙ୍କର କେତେକ ପ୍ରମୁଖ ଚଳଚ୍ଚିତ୍ରର ମନଛୁଆଁ ସଂଗୀତ କୁ ନେଇ ‘ ଚିର ସବୁଜ ପ୍ରଶାନ୍ତ ‘ ସଂଗୀତ ସଂଧ୍ୟା ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ମନୋରଞ୍ଜନ ଦାଶଙ୍କ ସଭାପତିତ୍ବ, କାର୍ଯ୍ୟକାରୀ ସଭାପତି ସୁନିଲ୍ କୟାଲ, ସଂପାଦକ ରାଜେଶ ବାନାର୍ଜୀ ଓ ଆବାହକ ଶୈଳେନ୍ଦ୍ର ମହାନ୍ତି ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଶାନ୍ତ ନନ୍ଦଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟ ଦର୍ଶକ ଭାବେ ସଂଗୀତ ସଂଧ୍ୟାକୁ ଉପଭୋଗ କରିଥିଲେ । ଶୁଭଶ୍ରୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ କେକ୍ କଟାଯାଇ ତଥା ପୁଷ୍ପଗୁଛ୍ଛ ଦିଆଯାଇ ଶ୍ରୀ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସହରର ଶହେରୁ ଉର୍ଦ୍ଧ୍ବ ଅନୁଷ୍ଠାନ ତରଫରୁ ପୁଷ୍ପଗୁଛ୍ଛ ଦେଇ ଶ୍ରୀ ନନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସମ୍ବର୍ଦ୍ଧନା ର ପ୍ରତ୍ୟୁତ୍ତରରେ ଶ୍ରୀ ନନ୍ଦ ଏହାକୁ ଅନନ୍ୟ କାର୍ଯ୍ୟକ୍ରମ ସହ ସ୍ମରଣୀୟ ମୁହୂର୍ତ୍ତ ବୋଲି କହି କିଛି ପୁରୁଣା ସ୍ମୃତି ରୋମନ୍ଥନ କରିଥିଲେ । ଏହି ଅବସରରେ ମ୍ୟୁଜିକ ଥେରାପି ରାଉରକେଲା ର କଳାକାର ସର୍ବଶ୍ରୀ ମନୋରଞ୍ଜନ ଦାଶ,ସୁନିଲ୍ କୟାଲ, ଶୈଳେନ୍ଦ୍ର ମହାନ୍ତି, ନିଶି ନନ୍ଦ,ସ୍ମିତା ମିଶ୍ର, ସରୋଜ ପଣ୍ଡା,ଅଜୟ ଖଟୁଆ,ଜୟନ୍ତୀ ବେବର୍ତ୍ତା, ବିଜୟଲକ୍ଷ୍ମୀ ଶ୍ରୀଚନ୍ଦନ, ଶୁଭଶ୍ରୀ ଦାଶ, ଅସିତ ଦାସ ଓ ଭୁବନେଶ୍ବର ର ଇନ୍ଦ୍ରଧନୁ ତରଫରୁ ଚିନ୍ତାମଣି ମିଶ୍ର, ଦୁଷ୍ମନ୍ତ କୁମାର, ବରଦା ପ୍ରସନ୍ନ ପଟ୍ଟନାୟକ,ବସନ୍ତ ତିହାଡି,ଅବନିକାନ୍ତ ଦାସ, ଏମ କିରଣ କୁମାର, ରଜନୀଶ ସିଂହ,ତୀର୍ଥନାଥ ଲୋହା, ମିଲୁ ଜେନା ଓ ଲୋଭା ବିଶ୍ବାଳ ପ୍ରମୁଖ ପ୍ରଶାନ୍ତ ନନ୍ଦଙ୍କ ଅଭିନିତ ଚଳଚ୍ଚିତ୍ରର ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ଉପସଭାପତି ପୁଷ୍ପା ଲେଙ୍କା, ୱାଇ ହେମଲତା, ପ୍ରଫୁଲ୍ଲ ନାୟକ, ଏସ ଏମ ଅଲ୍ଲୀ, ଦିଗମ୍ବର ମହାନ୍ତି, ଚନ୍ଦ୍ରଶେଖର ପାଢୀ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସଫଳ କରାଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶ୍ରୀ ବଳଦେବଜିଉ କଳା ସଂସ୍କୃତି ପ୍ରତିଷ୍ଠାନର ବାର୍ଷିକ ଉତ୍ସବ. ତବଲା ବାଦନରେ ପ୍ରଥମ ସ୍ଥାନ ଋତୁରାଜ ନାୟକ

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

Sunil Chandra Nayak

ରାସ୍ତା ନିର୍ମାଣରେ ଠିକାଦାରଙ୍କ ମନମାନୀ ,କାମ ବନ୍ଦ କରାଇଦେଲେ ଗାଁ ଲୋକେ 

Sunil Chandra Nayak

Leave a Comment

error: Content is protected !!