ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କାର୍ଲି ଗ୍ରାମରେ କିଡ୍ନୀରୋଗ ରେ ଆକ୍ରାନ୍ତ ହୋଇ ଆଠଜଣ ମୃତ୍ୟୁ ବରଣ କରିଥିବା ବେଳେ ଆହୁରି ସାତ ଜଣ ଆକ୍ରାନ୍ତ

ଗୋଳାମୁଣ୍ଡା/୪/୫/ନିର୍ଭୟ, ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ରେଙ୍ଗସାପାଳି ପଞ୍ଚାୟତର କାର୍ଲି ଗ୍ରାମରେ କିଡ୍ନୀ ରୋଗ ରେ ଆକ୍ରାନ୍ତ ହୋଇ ଅନେକ ଲୋକ ନାହି ନ ଥିବା ଅସୁବିଧା ଭୋଗ କରୁ ଥିବା ଜଣା ଯାଇଛି ।  ଗତ ଛଅ ବର୍ଷ ମଧ୍ୟରେ ଆଠ ଜଣ ମୃତ୍ୟୁବରଣ କରିଥିବା ବେଳେ ଆହୁରି ସାତ ଜଣ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ଥାନୀୟ ଲୋକ  ପ୍ରକାଶ କରିଛନ୍ତି ।  ଏବେ ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସେହି ମାନେହେଲେ ଯଦୁମଣି ବାଗ, ଭିମାବାଗ,ଉମା କାନ୍ତ ଦୁର୍ଗା, ତୀର୍ଥ ବାଗ, ଲମ୍ବୋଧର ଦୁର୍ଗା, ସକେଟ ଦୁର୍ଗା ପ୍ରମୁଖ ଉପସ୍ଥିତ ରହି ଆଜି ଆମ ପ୍ରତିନିଧି ନିକଟରେ ନିଜର ମତ ପ୍ରକାଶ କରିଥିଲେ ଓ ଛଅବର୍ଷ ମଧ୍ୟରେ ପ୍ରାୟ ଆଠ ଜଣ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଗତ ତା୨/୫/ମଙ୍ଗଳବାର ଦିନ ଭବାନୀପାଟଣାରେ ରଘୁ ଦୁର୍ଗା(୫୦)ମୃତ୍ୟୁ ବରଣ ହୋଇଛନ୍ତି ବୋଲି କହିଛନ୍ତି, । କାର୍ଲି ଗ୍ରାମର ହରିଜନ ପଡ଼ାରେ ତିନୋଟି ନଳକୂପର ପାଣି ପିଇବାକୁ ଉଦିଷ୍ଟ ଥିବା ବେଳେ ଅନ୍ୟାନ୍ୟ ପଡ଼ାରେ ଚାରିଟି ନଳକଅରୁ ପାଣି ପିଇବା ଓ ବ୍ୟବହାର କରି ଥାନ୍ତି, ସରକାର ପକ୍ଷରୁଏହି ନଳକୂପ ପାଣି କୁ ତୁରନ୍ତ ପରୀକ୍ଷା ନିରୀକ୍ଷା କରିବା ପାଇଁ ଆବେଦନ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଚପରିଆ ଡାକ୍ତର ଅସିତ କୁମାର ସାହୁଙ୍କ ଜଣାଇ ଥିବା ବେଳେ ସେ କହିଛନ୍ତି ଯେ ଅଳ୍ପ ଦିନ ମଧ୍ୟରେ ତଦନ୍ତ ଆରମ୍ଭ ହେବ, ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ପୁଣି ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳରେ ଝାଡାବାନନ୍ତି: ଜଣେ ମୃତ ଅନେକ ଆକ୍ରାନ୍ତ

Sunil Chandra Nayak

ଆଶୀର୍ବାଦ ପାଲଟିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା 

Sunil Chandra Nayak

ସେଣ୍ଟପଲ ସ୍କୁଲରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!