ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲି ଗୋଖୋର ଚୋଟ ରେ ଆହତ ଯୁବକ, ଉକ୍ତ ସାପକୁ ଧରି ଡାକ୍ତରଖାନା ରେ ହାଜର

କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ତଥା ବଣଜଙ୍ଗଲ ଭରା ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଜଙ୍ଗଲି ପଶୁପକ୍ଷୀଙ୍କ ସହ ଅନେକ ସରୀସୃପ ତଥା ଅନେକ ପ୍ରଜାତିର ସାପ ଦେଖିବାକୁ ମିଳିଥାଏ, ଏବଂ ଏହି ସାପ ଗୁଡିକ ବିଭିନ୍ନ ସମୟରେ ଲୋକମାନଙ୍କ ଘର ଓ ଅଗଣା ବାଡି ତଥା ବିଭିନ୍ନ ବୃକ୍ଷ ଲତାରେ ଅତି ଆଢ଼ୁଆଳରେ ବସବାସ କରନ୍ତି, ଏବଂ ସେମାନଙ୍କ ସଂସ୍ପର୍ଶରେ କୌଣସି ଜୀବ ଅବା ମନୁଷ୍ୟ ଆସିଲେ ତାର ଦଂଶନ ର ଶିକାର ହୋଇଥାନ୍ତି । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି, ଆଜି ଦିନ ପ୍ରାୟ ୧୧ ଟା ବେଳେ ଚମ୍ପୁଆ ଉପଖଣ୍ଡ ତଥା ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସାପ କାମୁଡା ରେ ଆହତ ଜଣେ ଯୁବକ, ତାକୁ କାମୁଡି ଥିବା ଜୀବନ୍ତ ସାପକୁ ଧରି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ। ସମ୍ପୃକ୍ତ ଯୁବକଙ୍କୁ ଦେଖିବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭିଡ ଜମିଥିଲା। ଆହତ ଯୁବକଙ୍କ ନାମ କାଳିଆ ମୁଣ୍ଡା (୩୧) ଘର ବଳିତା ଗ୍ରାମରେ। ଗୋଟେ ବିଷାକ୍ତ ଗୋଖୋର ସାପ ଆଜି ତାଙ୍କ ଡାହାଣ ହାତ କୁ କାମୁଡ଼ି ଦେଇଥିଲା। ସେ ସଙ୍ଗେ ସଙ୍ଗେ ସାପକୁ ଧରି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଥିଲେ। ଚିକିତ୍ସା ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକଥିବା ଜଣାପଡିଛି।

କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

Related posts

ଦିଗହରା ବଳରାମ ଯୋଜନା , 82 ଗୋଷ୍ଠୀ ରୁ କାହାକୁ ମିଳୁନି ଚାଷ ଋଣ

Sunil Chandra Nayak

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଙ୍କ ବଳୀ ଦାନ ଦିବସ ପାଳିତ

Sunil Chandra Nayak

ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳିତ

masiha

Leave a Comment

error: Content is protected !!