ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମୁଖ୍ୟମନ୍ତ୍ରୀ ଙ୍କ ଜନକଲ୍ୟାଣ ଯୋଜନା

ରାଉରକେଲା/ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ଜନହିତକର ତଥା ଜନକଲ୍ୟାଣ ଯୋଜନାକୁ ସମସ୍ତଙ୍କ ପାଖକୁ ପହଞ୍ଚାଇବାର ସଂକଳ୍ପ ନେଇ ଆଜି ଠାରୁ ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନରେ ନିଃଶୁଳ୍କ ମେଗା ଚକ୍ଷୁ ପରୀକ୍ଷା ଶିବିର କରି ଉପଯୁକ୍ତ ଚିକିତ୍ସା ସହିତ ଚଷମା ଯୋଗାଇବାର ବିରାଟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଶ୍ରୀ ହଂସରାଜ ଜୈନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ, ବିଜେଡି ରାଜ୍ୟ ସମ୍ପାଦକ ଓଡିଶା ପ୍ରଦେଶ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଓ ବିଜୁ ଜନତା ଦଳ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସମସ୍ତ କର୍ମୀ ଏବଂ ଜୟପ୍ରକାଶ ଚାରିଟେବଲ ଟ୍ରଷ୍ଟ ( ଜୟପ୍ରକାଶ ହସ୍ପିଟାଲ )ର ମିଳିତ ଉଦ୍ୟମରେ ପ୍ରତ୍ୟେକ ଜରୁରୀ ଆଖିରୋଗୀଙ୍କ ପାଖକୁ ବିନା ମୂଲ୍ୟରେ ସମସ୍ତ ବ୍ୟବସ୍ଥା ଯୋଗାଇବା ନିଷ୍ପତ୍ତି ନେଇ ଆଜି ଗ୍ରାମ ପଞ୍ଚାୟତ ଜୋନ ନଂ ୨୯ ର ବାଙ୍କେଲ ଗ୍ରାମରୁ ଆରମ୍ଭ ହୋଇ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ତୁରକେଲା ବ୍ଲକ ମହଖଣ୍ଡ ଠାରେ ଶେଷ କରିବାର ନିଷ୍ପତ୍ତି ରଖିଛନ୍ତି l ପ୍ରତ୍ୟେକ ଦିନ ଯେଉଁମାନେ (ରୋଗୀ) ବାହାରିବେ ସେମାନଙ୍କ ପାଇଁ ଅସ୍ତ୍ରୋପଚାର, ଚଷମା ପ୍ରଦାନ ଓ ଅନ୍ୟାନ୍ୟ ଡାକ୍ତରୀ ପରାମର୍ଶ ବିନା ମୂଲ୍ୟରେ ସମସ୍ତ ସାମଗ୍ରୀ ଓ ଚିକିତ୍ସା ଯୋଗାଇବା ବ୍ୟବସ୍ଥା ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଅଛି l ଏହି ପରିପେକ୍ଷୀରେ  ଆଜି ମୋଟ ୧୬୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ତନ୍ମଧ୍ୟ୍ୟରୁ ୮୪ ଜଣଙ୍କୁ ପାୱାର ଚଷମା ପାଇଁ ଚିହ୍ନଟ କରାଯାଇଥିବା ସହିତ ୨୨ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରି ସମସ୍ତଙ୍କ ସୁବ୍ୟବସ୍ଥା କରାଯାଇଥିଲା ଏବଂ ବିନମୂଲ୍ୟରେ ଚଷମା ଓ ଅସ୍ତ୍ରୋପଚାର ସହିତ ସମସ୍ତ ଡାକ୍ତରୀ ସୁବିଧାର ବ୍ୟବସ୍ଥା କରାଯିବାର ନିଷ୍ପତ୍ତି ନିଆଗଲା l

ଏହି ନିଃଶୁଳ୍କ ମେଗା ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ବାଙ୍କେଲ ଗ୍ରାମ ପଞ୍ଚାୟତ ର ସମସ୍ତ ଜନସାଧାରଣ ସହିତ ବାଙ୍କେଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଲଖନ ଦୋରା , ପ୍ରାକ୍ତନ ଉପାଧ୍ୟକ୍ଷା ସୁନ୍ଦରମତୀ ବାଗ, ବେଶ ପାଣିଗ୍ରାହୀ,ପଦ୍ମନ ଘିଭେଳା, ତୁଷାର ବାଗ, ଚନ୍ଦ୍ର ବାଗ, ପୂର୍ଣ୍ଣ ସାହୁ, ଦୁଲମଣୀ ସାହୁ, ନିରଞ୍ଜନ ଘିଭେଲା,ଧର୍ଯ୍ୟ ଘିଭେଲା, ମେଘ ବାଗ, ନିରଞ୍ଜନ ପ୍ରଧାନୀ, ଦେବେନ୍ଦ୍ର ପାଣିଗ୍ରାହୀ ବୃଷଭ ଘିଭେଲା, ଲମ୍ବୁଧର ବଗର୍ତ୍ତୀ,ବଲ କୁମ୍ଭାର,ଜୟ କିଷାନ ବାଗ ଓ ବିଜେଡି ବରିଷ୍ଠ ନେତା ଦିଲୀପ କୁମାର ପୃଷ୍ଟି ସହିତ ବହୁ କର୍ମୀ ଯୋଗଦାନ କରି ସମସ୍ତ ରୋଗୀଙ୍କୁ ଯିବା ଆସିବା ସହିତ ସମସ୍ତ ପ୍ରକାର ସୁବ୍ୟସ୍ଥାରେ ସହଯୋଗ କରିଥିବାରୁ ଶ୍ରୀ ଜୈନ ରୋଗୀ ମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ସମସ୍ତଙ୍କୁ ସାଧୁବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିରରେ ରକ୍ତଦାନ,୩୩ ୟୁନିଟ୍ ରକ୍ତ ସଂଗୃହୀତ

Sunil Chandra Nayak

ସମ୍ଭାବ୍ୟ ମହାମାରୀ କରୋନା ର ପ୍ରତିକାର ଓ ମୁକାବିଲା ପାଇଁ ଏକ ପ୍ରସ୍ତୁତି ଅଭ୍ୟାସ                                                    

Sunil Chandra Nayak

ମାଁ ସୁରାଦେଇ ସେବାସଂଘ ତରଫରୁ ରକ୍ତଦାନ ଶିବିର ଆୟାଜନ, ୬୧ ୟୁନିଟ ରକ୍ତ ସଂଗ୍ରହ

Leave a Comment

error: Content is protected !!