ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍ ସ୍ତରୀୟ ଗାଆଁ ସାଥୀ ଓ ଜି ଆର୍ ଏସ ମାନଙ୍କର ମନରେଗା ସମର୍କିତ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ

ଢେ଼ଙ୍କାନାଳ (ମ ସୀ ହା)୦୪/୦୫_ଓଡ଼ାପଡ଼ା ବ୍ଲକ୍ ପରିସର କନଫରେନ୍ସି ହଲରେ ଓ ଏ ଏସ ପ୍ରୋବେସନର ବିବେକାନନ୍ଦ ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଗ୍ରାମ ରୋଜଗାର ସେବକ ଓ ଗାଁ ସାଥି ମାନଙ୍କ ନେଇ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l

ଏହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ଗାଆଁ ସାଥି ମାନଂକ ର ଭୂମିକା, ଜବ କାର୍ଡ, ଶ୍ରମିକ ନିଯୁକ୍ତି,NM S, ପବ୍ଲିକ ଡିମାଣ୍ଡ , ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯିବା ପ୍ରସଙ୍ଗରେ ସବିଶେଷ ତାଲିମ ପ୍ରଦାନ କରାଯାଇଥିଲା l ଜି ଆର୍ ଏସ ସହ ଗାଆଁ ସାଥୀ ମାନଂକ ର ଉତ୍ତମ ବୁଝାମଣା ଓ ସୁସମ୍ପର୍କ ଦ୍ବାରା ବ୍ଲକ୍ ରେ ସମସ୍ତ ମନରେଗା କାମ ସଠିକ୍ ଭାବେ ସଫଳ ହୋଇ ପାରିବ ବୋଲି ଏ ପି ଓ ପ୍ରିୟଙ୍କା ରାଉତ୍ ମତବ୍ୟକ୍ତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ର ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁରେଶ କୁମାର ସାହୁ, ସମସ୍ତ ପଂଚାୟତର ଜି ଆର୍ ଏସ , ବ୍ଲକ୍ ଗାଆଁ ସାଥି ସଙ୍ଘ ସଭାପତି ହେମନ୍ତ ପ୍ରଧାନ, ସମ୍ପାଦକ ସମରେନ୍ଦ୍ର ପରିଡା ସମେତ ଦୁଇ ଶହ ରୁ ଉର୍ଦ୍ଧ୍ବ ଗାଆଁ ସାଥୀ ଉପସ୍ଥିତି ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ ଜଣେ ଶିକ୍ଷୟତ୍ରୀ ଗୁରୁତର

Sunil Chandra Nayak

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଧାରଣା ଓ ପ୍ରତିବାଦ ସଭା

Sunil Chandra Nayak

ଏନ୍‌ ଏସ୍‌ ଏସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଆଭିମୁଖ୍ୟ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!