ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଆଇନ ବାଲି ଚାଲାଣ ବେଳେ ଗାଡି ଧରପଗଡ଼ କଲା ପରିବହନ ବିଭାଗ , ୪ ଟି ଟ୍ରାକ୍ଟର ଜବତ ଏକ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା ଜୋରିମାନା 

ଗୋଳାମୁଣ୍ଡା,/ନିର୍ଭୟ ନିରପେକ୍ଷ ମସିହା, //ବେଆଇନ ବାଲି ଚାଲାଣ କରୁଥିବା ବେଳେ ଆଜି ପରିବହନ ବିଭାଗ ପକ୍ଷରୁ ୪ଟି ଟ୍ରାକ୍ଟରକୁ ଧରପଗଡ଼ କରି ଲକ୍ଷ୍ୟାଧିକ ଟଙ୍କା ଜରିମାନା ଆଦାୟ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ପଣ୍ଡକୁଳ ବାଲିଘାଟ ଉପରେ ବାଲି ଚୋରାଚାଳାଣ ନେଇ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିବା ବେଳେ ବାଲି ବୋଝେଇ ଟ୍ରାକ୍ଟର ଉପରେ ଚଢଉ କରିଛି ଜିଲ୍ଲା ପରିବହନ ବିଭାଗ । ଆଜି ପଣ୍ଡକୁଳ ଆସି ୪ଟି ଟ୍ରାକ୍ଟର ଜବତ କରି ୧ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା ଜୋରିମାନା କରି ଦଶପୁର ଫାଣ୍ଡିରେ ୪ଟି ଟ୍ରାକ୍ଟର ଜିମା ଦେଇଥିବା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଟ୍ରାକ୍ଟର ଗୁଡିକର କାଗଜପତ୍ର ଠିକ ନ ଥିବାରୁ ଜୋରିମାନା କରାଯାଇଥିବା ପ୍ରକାଶ ପାଇଛି । ପଣ୍ଡକୁଳ ବାଲିଘାଟରେ ବିନା ନମ୍ୱର ଥିବା ଟ୍ରାକ୍ଟର ଗୁଡିକରେ ବାଲି ଚାଲାଣ ହେଉଥିବା ଖବର ପାଇ ଚଢଉ କରାଯାଇଥିବା ସୂଚନା ମିଳିଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ଗୋତୋମୁଣ୍ଡା ଗ୍ରାମ ପଞ୍ଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ରାଉରକେଲା ଭଞ୍ଜ ଭବନରେ ଆୟୋଜିତ ହେଲା ପବିତ୍ର ଗୁରୁ ଦିବସ

Sunil Chandra Nayak

କୁମ୍ଭାଟୁଆ ପକ୍ଷୀର ବାସ ସଂରକ୍ଷଣ ଆଜିର ମୁଖ୍ୟ ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!