ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଆଇନ ବାଲି ଚାଲାଣ ବେଳେ ଗାଡି ଧରପଗଡ଼ କଲା ପରିବହନ ବିଭାଗ , ୪ ଟି ଟ୍ରାକ୍ଟର ଜବତ ଏକ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା ଜୋରିମାନା 

ଗୋଳାମୁଣ୍ଡା,/ନିର୍ଭୟ ନିରପେକ୍ଷ ମସିହା, //ବେଆଇନ ବାଲି ଚାଲାଣ କରୁଥିବା ବେଳେ ଆଜି ପରିବହନ ବିଭାଗ ପକ୍ଷରୁ ୪ଟି ଟ୍ରାକ୍ଟରକୁ ଧରପଗଡ଼ କରି ଲକ୍ଷ୍ୟାଧିକ ଟଙ୍କା ଜରିମାନା ଆଦାୟ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ପଣ୍ଡକୁଳ ବାଲିଘାଟ ଉପରେ ବାଲି ଚୋରାଚାଳାଣ ନେଇ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିବା ବେଳେ ବାଲି ବୋଝେଇ ଟ୍ରାକ୍ଟର ଉପରେ ଚଢଉ କରିଛି ଜିଲ୍ଲା ପରିବହନ ବିଭାଗ । ଆଜି ପଣ୍ଡକୁଳ ଆସି ୪ଟି ଟ୍ରାକ୍ଟର ଜବତ କରି ୧ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା ଜୋରିମାନା କରି ଦଶପୁର ଫାଣ୍ଡିରେ ୪ଟି ଟ୍ରାକ୍ଟର ଜିମା ଦେଇଥିବା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଟ୍ରାକ୍ଟର ଗୁଡିକର କାଗଜପତ୍ର ଠିକ ନ ଥିବାରୁ ଜୋରିମାନା କରାଯାଇଥିବା ପ୍ରକାଶ ପାଇଛି । ପଣ୍ଡକୁଳ ବାଲିଘାଟରେ ବିନା ନମ୍ୱର ଥିବା ଟ୍ରାକ୍ଟର ଗୁଡିକରେ ବାଲି ଚାଲାଣ ହେଉଥିବା ଖବର ପାଇ ଚଢଉ କରାଯାଇଥିବା ସୂଚନା ମିଳିଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ସୋସିଆଲ ମିଡ଼ିଆ ଓ ସାଇବର କ୍ରାଇମ ଉପରେ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ବିଶ୍ବହିନ୍ଦୁ ପରିଷଦ ର ପ୍ରଖଣ୍ଡ ସ୍ତରୀୟ ପ୍ରତିଷ୍ଠା ଦିବସ 

masiha

ଡ୍ରାଇଭର ମହାସଂଘ କୁ ପୁର୍ଣ ସମର୍ଥନ ଜଣାଇଲା ଜିଲ୍ଲା ଯୁବ କଂଗ୍ରେସ , ଯୋଗ ଦେଲେ ଜିଲ୍ଲା ପରିଷଦ ସଭ୍ୟା ଡ. ଲିପିକା ମାଝୀ

Sunil Chandra Nayak

Leave a Comment

error: Content is protected !!