ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମରେ ଆସୁନି କୋଟି କୋଟି ଟଙ୍କାର ନିର୍ମିତ ଜୁନାଗଡ଼ ନୂତନ ବସଷ୍ଟାଣ୍ଡ

୬ ଟି ଚୌକି ରେ ସୀମିତ ଏହା ବସଷ୍ଟାଣ୍ଡ ନା ମାର୍କେଟ କମ୍ପ୍ଲେସ ଲୋକେ ଏବେ ଦ୍ଵନ୍ଦରେ

ଜୁନାଗଡ଼,୫/୫(ମ ନି ସ)_କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ବସଷ୍ଟାଣ୍ଡକୁ ଭାଙ୍ଗି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ହେଲେ ଯାତ୍ରୀଙ୍କ ପାଇଁ କୌଣସି ସୁବିଧା ନ ଥିବା ବେଳେ କେବଳ ୬ଟି ଚୌକି ରେ ସୀମିତ ରହିଛି ଏହି ଏକ କୋଟିରୁ ଉର୍ଦ୍ଧ ଟଙ୍କାର ନିର୍ମିତ ନୂତନ ବସଷ୍ଟାଣ୍ଡ । ଏଥିସହ ଅନେକ ଭିତ୍ତିଭୂମିର ଅଭାବ ରହିଛି ଏଠାରେ। ଜୁନାଗଡ଼ ସହର ହେଉଛି କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ ଓ ବ୍ୟବସାୟିକ ସହର। ଜୁନାଗଡ଼ ସହରରେ ୧୨ଟି ୱାର୍ଡର ପ୍ରାୟ ୩୦ ହଜାର ଲୋକେ ବସବାସ କରୁଥିବା ବେଳେ ୩୪ଟି ପଞ୍ଚାୟତ ସହ ଜିଲ୍ଲା ତଥା ପଡୋଶୀ ରାଜ୍ୟ ର ଲୋକେ ଗମନାଗମନରେ ଏହି ସହର ଉପରେ ନିର୍ଭର କରିଥାନ୍ତି । । ଭୌଗୋଳିକ ଦୃଷ୍ଟି କୋଣରୁ ଜୁନାଗଡ଼ ସହର ଏକ ବ୍ୟବସାୟିକ ପେଣ୍ଠସ୍ଥଳି ଅଟେ । ଏହି ସହର ଜିଲ୍ଲାର ମଧ୍ୟଭାଗରେ ରହିଥିବା ଯୋଗୁଁ ବ୍ୟବସାୟ ପାଇଁ ଜିଲ୍ଲାର ଭବାନୀପାଟଣା, ଧର୍ମଗଡ଼, କୋକସରା, ଜୟପାଟଣା, କଲମପୁର, ଥୁଆମୂଳ ରାମପୁର, ଗୋଲାମୁଣ୍ଡା ,ଲାଞ୍ଜିଗଡ଼ ବ୍ଲକ ତଥା, ରାୟଗଡା, ମୁନିଗୁଡା, ଜୟପୁର, ନବରଙ୍ଗପୁର, ପୋଡ଼ିଶୀ ରାଜ୍ୟ ଛତିଶଗଡ଼ର ଲୋକେ ଏଠାକୁ ଆସିଥାନ୍ତି ।ଗମନାଗମନରେ ଲୋକଙ୍କ ସୁବିଧା ଦୃଷ୍ଟି କୋଣରୁ ଗତ ୧୯୬୯ ମସିହା ଜୁନ ୧୨ ତାରିଖରେ କଳାହାଣ୍ଡି ଜିଲ୍ଲାର ଟାଣୁଆ ନେତା ତଥା ତତ୍କାଳୀନ ରାଜ୍ୟ ପୂର୍ତ୍ତ ଓ ପରିବହନ ବିଭାଗ ମନ୍ତ୍ରୀ ସ୍ବର୍ଗତ ଦୟାନିଧି ନାଏକ ତାଙ୍କ କର କମଳରେ ଜୁନାଗଡ଼ ଠାରେ ଏକ ବସଷ୍ଟାଣ୍ଡ ନିର୍ମାଣ କରିଥିଲେ । ଏଥିରେ ୯୫ ଟି ଦୋକାନ ଗୃହ ମଧ୍ୟ ନିର୍ମାଣ କରାଯାଇଥିଲା । 

ଜନସଂଖ୍ୟା ବୃଦ୍ଧି ସହିତ ଯାନବାହନ ଚଳାଚଳ ବୃଦ୍ଧି ଯୋଗୁଁ ଗତ ୨୦୦୩ ମସିହାରେ ଜାତୀୟ ରାଜପଥ ୨୬କୁ ଲାଗିରହିଥିବା ୨୨ଟି ଦୋକାନକୁ ଭାଙ୍ଗି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ତତ୍କାଳୀନ ଉପଜିଲ୍ଲାପାଳ ତଥା ବର୍ତ୍ତମାନର ୫ଟି ସଚିବ ଭି. କେ ପାଣ୍ଡିଆନ ଏକ ବସଷ୍ଟାଣ୍ଡ ନିର୍ମାଣ କରିଥିଲେ । ଏହି ଛୋଟ ବସଷ୍ଟାଣ୍ଡ ଭିତରକୁ ଅନେକ ବସ ଯିବା ଆସିବା କରିବା ସହିତ ଯାତ୍ରୀ ଅପେକ୍ଷା କରିବା ପାଇଁ ମଧ୍ୟ ସମସ୍ତ ସୁବିଧା କରାଯାଇଥିଲା ।   

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସେହି ବସଷ୍ଟାଣ୍ଡକୁ ଭାଙ୍ଗି ନୂତନ ବସଷ୍ଟାଣ୍ଡ ନିର୍ମାଣ କରିଛନ୍ତି । ଏହି ବସଷ୍ଟାଣ୍ଡ ୧ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଛି । ହେଲେ ଏହି ନୂତନ ବସଷ୍ଟାଣ୍ଡର ଭୁଲ ଡିଜାଇନ ଯୋଗୁଁ ଯାତ୍ରୀ ଏବେ ହନ୍ତସନ୍ତ ହେଉଛନ୍ତି । ବସଷ୍ଟାଣ୍ଡ ଛୋଟ ଏବଂ ଦୋକାନ ଗୃହ ଅଧିକ ନିର୍ମାଣ କରାଯାଇଛି । କେବଳ ମାତ୍ର ୬ ଜଣ ଯାତ୍ରୀ ବସିବା ପାଇଁ ଚୌକି ସୁବିଧା ଅଛି । ଏବେବି ଅନେକ ଯାତ୍ରୀ ଭୂଇଁରେ ବସି ବସ କୁ ଅପେକ୍ଷା କରୁଛନ୍ତି । ନା ଅଛି ପାଣିର ସୁବିଧା ,ନା ଅଛି ବସିବାର ସୁବିଧା । ପୁରୁଷ ଓ ମହିଳା ଶୌଚାଳୟ ନିର୍ମାଣ ହୋଇଛି ହେଲେ ନିର୍ମାଣ ହେବା ଦିନ ଠାରୁ ତାଲା ପଡ଼ିଛି । ଟିକେ ବର୍ଷା ହେଲେ ଏହି ବସଷ୍ଟାଣ୍ଡ ପାଣିରେ ବୁଡି ରହୁଛି । ସବୁଠୁ ଦୁଃଖର ବିଷୟ ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସରି ନାହିଁ, ହେଲେ ସ୍ଥାନୀୟ ରାଜନେତା, ପରିବହନ ବିଭାଗ ଓ ଠିକାଦାର ରାଜ୍ୟ ସରକାରଙ୍କ ଠାରୁ ବାଃହାବାଃ ନେବା ପାଇଁ ଗତ ମାର୍ଚ୍ଚ ୫ ତାରିଖରେ କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ୪ଲେନ ରାସ୍ତାକୁ ଉଦଘାଟନ କରିବା ପାଇଁ ଆସିଥିବା ସମୟରେ ଏହି ଅଧପନ୍ତରିଆ ବସଷ୍ଟାଣ୍ଡକୁ ଉଦଘାଟନ କରାଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ନିର୍ମାଣ କାମ ସାରି ପାରୁନାହିଁ ।ଏଥିନେଇ ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ଚୁପ ରହୁଥିବା ଦେଖିବାକୁ ମିଳୁଛି।ବର୍ତମାନ ଏହି ବସ ଷ୍ଟାଣ୍ଡ କେବଳ ରାଜ୍ୟ ପରିବହନ ବିଭାଗର ରାଜସ୍ୱ ପାଇଁ ନା ଏହି ଅଂଚଳ ଲୋକଙ୍କ ସୁବିଧା ପାଇଁ ତିଆରି ହୋଇଛି କିଛି ବୁଝା ପଡୁନାହି ଯାହା ଲୋକଙ୍କୁ ଚକିତ କରୁଛି। ଅନ୍ୟପକ୍ଷରେ କେବେ ଏହି ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ ହେବ, ପରିବହନ ବିଭାଗ କେବେ ଏହି ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବେ ତାହା ଦେଖିବାକୁ ବାକି ରହିଲା ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ସିନାଙ୍ଗ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

Sunil Chandra Nayak

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖଚକ ବନ୍ଦ ଡାକରା ,ଡ୍ରାଇଭର ମହାସଂଘର ଆନ୍ଦୋଳନ ତେଜିଲା

Sunil Chandra Nayak

ଆଦିବାସୀ ଙ୍କ ନିର୍ବାଚନ ବିଚାର ବିମର୍ସ ସଭା ଅନୁଷ୍ଠିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort