ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା ଯୋଜନା ରେ ଘୋଟଲା , ଶ୍ରମିକ ବଦଳ ରେ ମେସିନ କରୁଛି କାମ

କାମାକ୍ଷାନଗର (ମନିସ )5/4/23 //ମନରେଗା ଯୋଜନା ରେ ଘୋଟଲା,ଶ୍ରମିକ ବଦଳ ରେ ମେସିନ କରୁଛି କାମ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ପଲ୍ଲୀ ସାନ୍ତରା ପୁର ଗାଁ ରେ ଏଠି ଶ୍ରମିକ ଭୋକ ଉପାସ ରେ ରହି ଥିବା ବେଳେ କିଛି ଅସାଧୁ ଠିକାଦାର ମେସିନ ଲଗାଇ କାମ କରୁଛନ୍ତି l ପ୍ରଥମେ ଜେସିବି ଲଗାଇ ମାଟି ଖୋଳୁଛନ୍ତି ଓ ପରେ ଟିପର ଲଗାଇ ମାଟି ବୋହୁଛନ୍ତି l କାର୍ଯ୍ୟ ସରିଲା ପରେ ଚଞ୍ଚକତା କରି ସୁବିଧା ଦେଖି ଆପ୍ରୁଭ କରି କାଗଜ ପତ୍ର ରେ ବିଲ ପାସ କରାଇ ଦେଉଛନ୍ତି l ଏଠି କେବଳ ଅସାଧୁ ଠିକାଦାର ନୁହେଁ କିଛି ଅସାଧୁ ସରକାରୀ କର୍ମଚାରୀ ମଧ୍ୟ ଠିକାଦାର ଙ୍କ ସାଙ୍ଗରେ ରହି ସେମାନଙ୍କୁ ସାହାଯ୍ୟ କରୁଛନ୍ତି l ମନରେଗା କାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ତତ୍ଵାବଧାନ ରେ କରାଯାଉଥିବା ବେଳେ ବ୍ଲକ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ ଗୁଡିକ ତଦାରଖ କରିବାର ନିୟମ ଥିଲାବେଳେ ସପ୍ତାହ କୁ ସପ୍ତାହ ଶ୍ରମିକ ଙ୍କ ଉପସ୍ଥାପନ ମାଷ୍ଟ୍ରରୋଲ ଉଲ୍ଲେଖ କରାଯାଇ ଶ୍ରମିକ ମାନଙ୍କ ଦସ୍ତଖତ କିମ୍ବା ଟିପ ଚିହ୍ନ ରହିବାସହ ସେମାନଙ୍କ ବ୍ୟାଙ୍କ ଖାତାକୁ ମଜୁରୀ ଯିବାର ବ୍ୟବସ୍ଥା ରହିଛି l କିନ୍ତୁ ପ୍ରକୃତ ପକ୍ଷେ ଠିକାଦାର ଓ ସରକାରୀ ଅଧିକାରୀ ଙ୍କ ସଲାସୁତରାରେ ଠିକାଦାର ମାନେ ନିଜ ଲୋକଙ୍କୁ ଜବକାର୍ଡ ଦେଇ ଶ୍ରମିକ ସଜାଇ ସେମାନଙ୍କୁ ମଜୁରୀ ଦେଇଥିବା ଜଣା ପଡିଛି l କାନପୁରା ସରପଞ୍ଚ ଙ୍କୁ ଏବିଷୟରେ ପଚାରିବା ପାଇଁ ଯୋଗାଯୋଗ କରିବାକୁ ଚାହିଁଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସାଧାରଣତନ୍ତ୍ର ଦିବସରେ ଅମର ଜବାନ ଙ୍କୁ ଅପମାନ !!

masiha

ଦୁଇ ବାଇକ ମୁହାଁମୁହିଁ ଧକ୍କା ତିନି ଆହାତ ଜଣେ ଗୁରୁତ୍ୱର

masiha

ଅଜଣା ଗାଡ଼ି ଧକ୍କାରେ ୫ ଗୋରୁ ମୃତ

masiha

Leave a Comment

error: Content is protected !!