ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଏନଏସି ନିର୍ବାଚନ:  ଦାଖଲ ହେଲା ୪୬ ନାମାଙ୍କନ

ଅଧ୍ୟକ୍ଷ ପଦ ପାଇଁ ୪, କାଉନସିଲର ପାଇଁ ୪୨

ଧର୍ମଗଡ:୮/୩/୨୨:ଆଗାମୀ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ର ଶେଷ ଦିନରେ ଧର୍ମଗଡ଼ ଏନଏସି ଅଧ୍ୟକ୍ଷ ପଦବୀ ଓ କାଉନସିଲର ପଦ ପାଇଁ ମୋଟ ୪୬ ପ୍ରାର୍ଥୀ ପତ୍ର ଦାଖଲ ହୋଇଛି । ଏଥି ମଧ୍ୟରୁ ଅଧ୍ୟକ୍ଷ ପଦ ପାଇଁ ୪ ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ କାଉନସିଲର ପାଇଁ ୪୨ ଟି ପ୍ରାର୍ଥୀ ପତ୍ର ଦାଖଲ ହୋଇଛି ।

  ନାମାଙ୍କନ ଦାଖଲ ର ଶେଷ ଦିନରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ବିଜୁ ଜନତା ଦଳ ରୁ ଅଧ୍ୟକ୍ଷ ପ୍ରାର୍ଥୀ ରାଜେନ୍ଦ୍ର କୁମାର ମୁନି, ଭାଜପା ରୁ ଅଶୋକ ମହାନ୍ତି, କଂଗ୍ରେସ ଦଳ ରୁ ଅକ୍ଷୟ କୁମାର ନାଏକ ଏବଂ ଜଣେ ନିର୍ଦଳିୟ ପ୍ରାର୍ଥୀ ସୁବାସ ଚନ୍ଦ୍ର ନାଏକ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ପୀଠ ରୁ ପୂଜା ଅର୍ଚ୍ଚନା କରି ଦଳୀୟ ପ୍ରାର୍ଥୀ ମାନେ ସମର୍ଥକ ଙ୍କ ସହିତ ରେଲି ରେ ଧର୍ମଗଡ ଏନଏସି କାର୍ଯ୍ୟାଳୟ କୁ ଯାଇ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ତେବେ ବିଜେଡି ପକ୍ଷ ରୁ ହୋଇଥିବା ଶୋଭାଯାତ୍ରା ଭବ୍ୟ ହୋଇଥଲା । ଆଜି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ବିଜେଡି ପକ୍ଷ ରୁ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଧର୍ମଗଡ ବିଧାୟକ ମୌଷଧୀ ବାଗ, ବଲାଙ୍ଗୀର ଜୋନ ମହିଳା ସଭାନେତ୍ରୀ କଲ୍ୟାଣୀ ନାଏକ, ପୂର୍ବ ନଗର ପାଲ ହୀରା ବାଗ ଙ୍କ ସମେତ ବହୁ ଦଳୀୟ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ । ସେହି ପରି ଭାଜପା ଦଳ ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ପଟଯୋଷୀ, ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ବରିଷ୍ଠ ନେତା ତୁଷାର ପଟଯୋଷୀ, ରବୀନ୍ଦ୍ର ପଟଯୋଷୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ଧର୍ମଗଡ ଏନଏସି ରେ ମୋଟ ୧୪ ଟି ୱାର୍ଡ ରହି ଥିବା ବେଳେ ଉଭୟ ବିଜେଡି ଓ ଭାଜପା ସମସ୍ତ ୱାର୍ଡ ରେ ପ୍ରାର୍ଥୀ ଦେଇଛନ୍ତି । ତେବେ କଂଗ୍ରେସ ଦଳ ସମସ୍ତ ୧୪ ଟି ୱାର୍ଡ ରେ ପ୍ରାର୍ଥୀ ଦେଇ ପାରିନାହିଁ । କଂଗ୍ରେସ ଦଳ କେବଳ ୧୦ ଟି ୱାର୍ଡ ରେ ପ୍ରାର୍ଥୀ ଦେଇଥିବା ବେଳେ ୱାର୍ଡ ନଂ-୨,୯,୧୩ ଓ ୧୪ ନଂ ୱାର୍ଡ ରେ ପ୍ରାର୍ଥୀ ଦେଇ ନାହିଁ । ଆସନ୍ତା ୯ ତାରିଖ ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ନିର୍ବାଚନ ମଇଦାନ ରେ କେତେ ପ୍ରାର୍ଥୀ ରହୁଛନ୍ତି ତାହା ସ୍ପଷ୍ଟ ହୋଇଯିବ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

Sunil Chandra Nayak

ଆଉ ଚାଲିବନି ତିନି ଯୋଡ଼ା ଏକ୍ସପ୍ରେସ ଟ୍ରେନ୍

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା – ପଳାଶ ଫୁଲ

Sunil Chandra Nayak

Leave a Comment

error: Content is protected !!