ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାନ୍ ଦାର୍ଶନିକ କାର୍ଲ ମାର୍କସ ଙ୍କ ୨୦୬ ତମ ଜନ୍ମ ଜୟନ୍ତୀ ସି ଆଇ ଟି ୟୁ ପକ୍ଷରୁ ପାଳିତ

ରାଉରକେଲା/ ବିଶ୍ଵର ମହାନ୍ ଦାର୍ଶନିକ, ବୈଜ୍ଞାନିକ ସମାଜବାଦ ର ସ୍ରଷ୍ଟା କାର୍ଲ ମାର୍କସ ଙ୍କ ୨୦୬ ତମ ଜନ୍ମ ଜୟନ୍ତୀ ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ଶ୍ରମିକ ଭବନ ସେକ୍ଟର ୧୬ ଠାରେ ସି ଆଇ ଟି ୟୁ ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରା ଙ୍କ ସଭାପତିତ୍ବରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ସି ଆଇ ଟି ୟୁ ଜିଲ୍ଲା ଉପ ସଭାପତି ସୁରେନ୍ଦ୍ର ଦାଶ, ଅରିନ୍ଦମ ଦତ୍ତ, ସଂପାଦକ ରାଜ କିଶୋର ପ୍ରଧାନ,ବି ପି ମହାପାତ୍ର, ସୁରେନ୍ଦ୍ର ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ କାର୍ଲ ମାର୍କସ ବିଶ୍ଵର ସାମାଜିକ ଓ ଅର୍ଥନୈତିକ ପରିସ୍ଥିତି କୁ ବ୍ୟାଖ୍ୟା କରି ଗୋଟିଏ ବାକ୍ୟରେ ସେ କହିଥିଲେ “ଏ ପର୍ଯ୍ୟନ୍ତ ଧରାପୃଷ୍ଟରେ ତିଷ୍ଠି ରହିଥିବା ମାନବ ସମାଜର ଇତିହାସ ହେଉଛି ଶ୍ରେଣୀ ସଂଗ୍ରାମ ର ଇତିହାସ। ମାର୍କସ କହିଥିଲେ ଶ୍ରମିକ ଉତ୍ପାଦନ କରୁଥିବା ପଣ୍ୟ ପାଇଁ ପୁଂଜିପତି ଶ୍ରେଣୀ ବା ମାଲିକ ଶ୍ରମର ଉପଯୁକ୍ତ ମୂଲ୍ୟ ନ ଦେଇ ଶ୍ରମିକ ର ଶ୍ରମ କୁ ନିର୍ମମ ଭାବରେ ଶୋଷଣ କରି ଉଦବୃତ୍ତ ମୂଲ୍ୟ ଜରିଆରେ ମୁନାଫା ର ଇମାରତ ଠିଆ କରିଛନ୍ତି। ଶ୍ରମିକ କୁ ଶୋଷଣ ବ୍ୟତିରକେ ପୁଂଜିପତି ର ମୁନାଫା ବୃଦ୍ଧି ଅସମ୍ଭବ। ଆମେ ଆଜି ପୁଂଜିପତି ଶ୍ରେଣୀ ପାଖରେ ମୁନାଫା ର ପାହାଡ଼ ଦେଖୁଛନ୍ତି, ତାହା କୋଟି କୋଟି ଶ୍ରମିକଙ୍କର ଝାଳ ଓ ରକ୍ତ କୁ ଶୋଷଣ କରି ଅର୍ଜନ କରାଯାଇଛି। ମାର୍କସ ଙ୍କ ମହାନ୍ କୃତି ମାର୍କସବାଦ ହଁ ସର୍ବଶ୍ରେଷ୍ଠ ଦର୍ଶନ ଏବଂ ଏବଂ ମାର୍କସବାଦୀ ଅର୍ଥନୀତି ହଁ ବିଶ୍ଵର ଶ୍ରେଷ୍ଠ ଅର୍ଥନୀତି। ପୁଂଜିବାଦି ସମାଜରେ ଚାଲିଥିବା, ଶୋଷଣ, କଷଣ,ଦମନ ଏବଂ ନିର୍ଯାତନା ରୁ ମୁକ୍ତି ପାଇଁ ସମାଜବାଦ ହଁ ଶ୍ରେଷ୍ଠ ସାମାଜିକ ବ୍ୟବସ୍ଥା ବୋଲି ବକ୍ତା ମାନେ କହିଥିଲେ। କାର୍ଲ ମାର୍କସ ମେ ୫ ତାରିଖ ୧୮୧୮ ରେ ଜର୍ମାନ ରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ତାଙ୍କର ଲିଖିତ ଦାସ୍ କ୍ୟାପିଟାଲ ଓ କମ୍ୟୁନିଷ୍ଟ ଇସ୍ତାହାର ଆଜି ସମଗ୍ର ବିଶ୍ଵରେ ଅର୍ଥନୀତି ପାଇଁ ବିଶେଷ ଭାବରେ ଗ୍ରହଣୀୟ ହୋଇପାରିଛି ବୋଲି କହିଥିଲେ। ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ବାସୁଦେବ ସାହୁ, ବସନ୍ତ ପାଢ଼ୀ, ଏନ୍ କେ ରାଉତରାୟ, ବୁବୁନ ମାଇତି, ପ୍ରମୋଦ ପରିଡ଼ା,ଜି କେ ନାୟକ, ଲକ୍ଷ୍ମୀ ମୁଣ୍ଡା, ଜନ୍ମେଜୟ ଘୋଷ, ବିଶ୍ଵନାଥ ଲେଙ୍କା, କୁଳମଣି ରାଉତ, ସଂଗ୍ରାମ ସାମଲ, କୁନ୍ଦନ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ ଦେଇ ହାଇଦ୍ରାବାଦ ଭଲ୍ ବୋ ବସ ସେବା ଆରମ୍ଭ ହେବ

masiha

ଧର୍ମଗଡ କୋର୍ଟ ପରିସରରେ ୭୫ତମ ସମ୍ବିଧାନ ଦିବସ ପାଳିତ

masiha

ଶ୍ରୀ ଶ୍ରୀ ଆଚାର୍ଯ୍ୟଦବଙ୍କ ଜନ୍ମ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!