ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଦାଗାଁ ଠାରେ ଆମ୍ବେଦକର ସଂଗଠନ ପକ୍ଷରୁ ବୁଦ୍ଧ ପୂର୍ଣ୍ଣିମା ଓ ଭୀମ ଭୋଇ ଜୟନ୍ତୀ ପାଳିତ

ଗୋଳାମୁଣ୍ଡା/୫/୫/ନିର୍ଭୟ, ନିରପେକ୍ଷ ମସିହା // ସାରା ବିଶ୍ୱରେ ପରମ କାରୁଣୀକ ତଥାଗତ ବୁଦ୍ଧ ଓ ଭୀମ ଭୋଇ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ବୋରଗୁଡା ପଞ୍ଚାୟତର ବନ୍ଦାଗାଁ ଠାରେ ମହାତ୍ମା ଫୁଲେ, ଆମ୍ବେଦକର ସମାଜ ସଂଗଠନ ପକ୍ଷରୁ ଉକ୍ତ ପୂର୍ଣ୍ଣିମା ମହା ସମାରୋହରେ ପାଳିତ ହୋଇଥିଲା । ସର୍ଵ ପ୍ରଥମେ ସକାଳ୯ଘଣ୍ଟିକା ରୁ୧ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ବୁଦ୍ଧ ବନ୍ଦନା, ତ୍ରିସରଣ, ପଞ୍ଚଶୀଳ ଗାନ କରିଥିଲେ,ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ଯଶୋବନ୍ତ ବିହାରୀ ଙ୍କ ନେତୃତ୍ୱରେ ସଭା ଆୟୋଜନ କରାଯାଇଥିବା ବେଳେ ମୁଖ୍ୟ ଅତିଥି ରାଜିନ ସୁନାନୀ, ରାଘବ ଦୁର୍ଗା, କୈଳାସ ସୁନାନୀ ଏବଂ ମୁଖ୍ୟ ବକ୍ତା ଭାବେ ବିରେନ୍ଦ୍ର ସୁନାନୀ, ଅନ୍ତ୍ରଯ୍ୟାମୀ ସୁନାନୀ, ଅମ୍ବିକା ଦୀପ, ବନମାଳୀ ସୁନାନୀ ଉପସ୍ଥିତ ଥିବା ବେଳେ ଧନିରାମ ଖୁରା ମଞ୍ଚ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନ ରେ ସନ୍ଧ୍ୟା୬ଟାରୁ୮ଟା ପର୍ଯ୍ୟନ୍ତ  ନଗର ପରିକ୍ରମା ସହ ଘରେ ଘରେ ବୁଦ୍ଧ ଓ ଭିମ ଭୋଇଙ୍କ ଫଟୋ ଚିତ୍ରରେ କ୍ୟାଣ୍ଡଳ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ବହୁ ସଂଖ୍ୟକ ଭାବେ ମହିଳା ପୁରୁଷ ସହ ଯୁବକ ଯୁବତୀ ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ଏବଂ ସଭାପତି ଙ୍କ ଦ୍ଵାରା ସଭା ସାଙ୍ଗ କରାଯାଇଥିଲା।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ଅନନ୍ୟା ଉନ୍ମୋଚନ ଓ ଉତ୍କର୍ଷତା ସମ୍ମାନ

masiha

ଟ୍ରାଫିକ ସମସ୍ୟାରେ ପେଷି ହେଉଛନ୍ତି ଜୁନାଗଡ଼ ବାସୀ , ଅଣଦେଖା କରାଯାଉଛି ବାଇପାସ ରୋଡ଼ ପାଇଁ

Sunil Chandra Nayak

ବାଲୁକା କଳାରେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!