ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କନ୍ଧମାଳ ଜିଲ୍ଲା ରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ : ବେଲଘର ଥାନା ଅଞ୍ଚଳରେ ଗଛ ପକାଇ ମାଓ ପୋଷ୍ଟର ଛାଡିଲେ

ବାଲିଗୁଡା,06/05(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅଧିନସ୍ଥ ଗୁମା ଛକ ମୁଖ୍ୟ ରାସ୍ତାରେ ଶନିବାର ଦିନ ଗଛ ପକାଇ ଚେତାବନୀ ପୂର୍ଣ୍ଣ ଏକାଧିକ ପୋଷ୍ଟର ଛାଡ଼ିଛନ୍ତି ମାଓବାଦୀ l ଭୟରେ ବେଲଘର ତୁମୁଡିବନ୍ଧ ଯାତାୟାତ ଠପ ହୋଇଯାଇଛି l ବେଲଘର ଓ ତୁମୁଡିବନ୍ଧକୁ ସଂଯୋଗ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ୧୦୮ ସମେତ ଏକାଧିକ ଯାନବାହାନ ଅଟକି ରହିଥିଲା l ପ୍ରକାଶ ଯେ, କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ଅଞ୍ଚଳ ମାଓପ୍ରବଣ ଭାବେ ଅତ୍ୟନ୍ତ ସମ୍ବେଦନଶୀଳ ବ୍ଲକ ଭାବେ ପରିଚିତ l ଏହାକୁ ଧ୍ୟାନ ଦେଇ ଏହି ବ୍ଲକର ୨ ଟି ଥାନା ଯଥା ବେଲଘର ଏବଂ ତୁମୁଡିବନ୍ଧ ଥାନା ଅଞ୍ଚଳରୁ ମାଓବାଦୀ ଦମନ ନିମନ୍ତେ ଇତି ମଧ୍ୟରେ ୪ ଗୋଟି କେନ୍ଦ୍ରୀୟ ସୁରକ୍ଷା ବଳ ର ଅସ୍ଥାୟୀ ଶିବିର ସ୍ଥାପନ କରିଛନ୍ତି ସରକାର l ତୁମୁଡିବନ୍ଧ ଥାନା ଅଧୀନରେ ତୁମୁଡିବନ୍ଧ, ବେଲଘର ଥାନା ଅଧୀନରେ ବେଲଘର, ଲଙ୍କାଗଡ଼ ଏବଂ ଭଣ୍ଡରଙ୍ଗି ଗ୍ରାମରେ ବହୁ ଅର୍ଥ ବ୍ୟୟ କରି ସମସ୍ତ ସୁବିଧା ଉପଲବ୍ଧ କରାଇ ଅସ୍ଥାୟୀ ଶିବିର ସ୍ଥାପନ ହୋଇସାରିଛି l ତେବେ କିଛି ଦିନର ନୀରବତା ପରେ ପୁଣିଥରେ ଏହି ବ୍ଲକର ଗୁମା ଅଞ୍ଚଳରେ ଯାହା ବେଲଘର ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ ଶିବିର ଠାରୁ ମାତ୍ର ୮ କି. ମି ଦୂର ଗୁଚୁକା ଛକ ରେ ରାସ୍ତା ଉପରେ ଗଛ ପକାଇ ଧମକ ପୂର୍ଣ୍ଣ ପୋଷ୍ଟର ଛାଡ଼ି ନିଜ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ l ମାଓବାଦୀ ଛାଡିଯାଇଥିବା ପୋଷ୍ଟର ରେ ଆଶା, ଅଙ୍ଗନବାଡିଙ୍କ ଦାବୀ କୁ ରାଜ୍ୟ ସରକାର ଶୀଘ୍ର ମାନିନେବା କୁ ଲେଖାଥିବା ସହିତ ସମୁଦାୟ ୧୨ ଗୋଟି ଦାବୀକୁ ସରକାର ଯଥାଶୀଘ୍ର ପୂରଣ କରିବାକୁ ଚେତାବନୀ ଦିଆଯାଇଛି l ତେବେ ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ତେବେ ଘଟଣା ସ୍ଥଳରେ ବେଲଘର ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ପହଞ୍ଚି ପୋଷ୍ଟର ଉଦ୍ଧାର କରି ଗଛ ରାସ୍ତାରୁ ହଟାଇ ଯାନବାହାନ ଚଳାଚଳ ସ୍ୱଭାବିକ କରିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଥିବା ଜଣାପଡିଛି l ଅନ୍ୟପଟେ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି l

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା ଘଟଣା…. କଟାମୁଣ୍ଡ ଉଦ୍ଧାର

masiha

ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା ,ହତ୍ୟାକାରୀ ଥାନାରେ ଅଟକ 

Sunil Chandra Nayak

ବିଳମ୍ବିତ ରାତିରେ ଯୁବ ବିଜେଡି ନେତାଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Sunil Chandra Nayak

Leave a Comment

error: Content is protected !!