ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦିବ୍ୟାଙ୍ଗ ମହିଳା ଙ୍କୁ ବଳାତ୍କାର ଉଦ୍ୟମ,  ଧର୍ଷଣକାରୀଙ୍କୁ ୮ ବର୍ଷ କାରାଦଣ୍ଡାଦେଶ

ଦିବ୍ୟାଙ୍ଗ ମହିଳା ଙ୍କୁ ବଳାତ୍କାର ଉଦ୍ୟମ, 

ଧର୍ଷଣକାରୀଙ୍କୁ ୮ ବର୍ଷ କାରାଦଣ୍ଡାଦେଶ

ଧର୍ମଗଡ: ଗତ ୨୩ /୮/୨୦୨୨ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଶାରୀରିକ ଦିବ୍ୟାଙ୍ଗ ମହିଳାଙ୍କ ବାସଗୃହ କୁ ବିଳମ୍ବିତ ରାତ୍ରିରେ ପ୍ରବେଶ କରି ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ୮ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଉକ୍ତ ଅଞ୍ଚଳର ବିସିକେଶନ ମଲ୍ଲିକ ଦିବ୍ୟାଙ୍ଗ ମହିଳାଙ୍କ ବାସଗୃହ ର ଛାତ ଖପର ଭାଙ୍ଗି ଭିତରକୁ ଯାଇ ଧର୍ଷଣ ଉଦ୍ୟମ କରିଥିଲା। ଏହି ଘଟଣା ସମ୍ପର୍କ ରେ ପରିବାର ଲୋକେ ଜାଣିବା ପରେ ଅଭିଯୁକ୍ତ ଜଣକ ଫେରାର ମାରିଥିଲା। ଏହାକୁ ନେଇ ପରିବାର ପକ୍ଷରୁ ଜୁନାଗଡ଼ ଥାନାରେ ଏକ ଏତଲା ଦିଆଯାଇଥିଲା। ଏତଲା କୁ ଭିତ୍ତି କରି ଜୁନାଗଡ଼ ପୋଲିସ ଥାନା କେଶ ନମ୍ବର ୩୫୯/୨୦୨୨ ରେ ଅଭିଯୁକ୍ତ ବିଶିକେଶନ ମଲ୍ଲିକ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଏହି ଘଟଣାରେ ଅତିରିକ୍ତ ଜିଲ୍ଲା ଜଜ ସୁରେଶ ଚନ୍ଦ୍ର ପ୍ରଧାନ ସମସ୍ତ ସାକ୍ଷ୍ୟ ଓ ପ୍ରମାଣ କୁ ଆଧାର କରି ଅଭିଯୁକ୍ତ ବିଶିକେଶନ ମଲ୍ଲିକ କୁ ୮ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା କାରା ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲା କୁ ସରକାରୀ ଓକିଲ ପ୍ରଶାନ୍ତ ତନ୍ତୀ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପୋଲିସ ର ଚଢ଼ାଉ ୬୨୨ଟି ନିସାଯୁକ୍ତ ଇଂଜେକସନ ଜବତ

masiha

ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର, ଥାନାରେ ଅଭିଯୋଗ

Sunil Chandra Nayak

4000 ଟଙ୍କାକୁ ନେଇ ମାରଣାତ୍ମକ ଆକ୍ରମଣ

masiha

Leave a Comment

error: Content is protected !!