ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ରେ 5T ସ୍କୁଲ୍ ର ରୂପାନ୍ତରି କରଣ ଉତ୍ସବ ସମ୍ପନ୍ନ

ଢେ଼ଙ୍କାନାଳ(ମ ସୀ ହା) ରାଜ୍ୟରେ କର୍ଯ୍ୟକାରୀ ହେଉଥିବା 5T ସ୍କୁଲ୍ କାର୍ଯ୍ୟକ୍ରମରେ ଆଜି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ସିଆରିଆ ଭଗବାନ ବିଦ୍ୟାପୀଠ ପରିସରରେ ଜିଲ୍ଲାର 35 ହାଇସ୍କୁଲ ର ରୂପାନ୍ତରିତ ଉତ୍ସବକୁ ମୁଖ୍ୟମନ୍ତ୍ରୀ ଓ 5T ସଚିବ ଭି. କେ, ପାଣ୍ଡିଆନ୍ ଭି, ସି, ଜରିଆରେ ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ,ପରଜଙ୍ଗ ବିଧାୟକ ଡାଃ ନୃସିଂହ ସାହୁ, ସଦର ବିଧାୟକ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟୀକା ସୀମାରାଣୀ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚନା ପୁହାଣ,ଛାତ୍ରୀ ଭାଗ୍ୟଶ୍ରୀ ବେହେରା ପ୍ରମୂଖ ଅତିଥି ଭାବେ ନିମନ୍ତ୍ରିତ ହୋଇ ମଞ୍ଚାସୀନ ଥିଲେ। ପ୍ରତ୍ୟେକ ହାଇସ୍କୁଲ ରୁ ଆଲୁମିନି ସଭାପତି ମାନଙ୍କ ନେତୃତ୍ଵରେ ପ୍ରଧାନ ଶିକ୍ଷକ ଓ ଜଣେ ଲେଡିଜ୍ ଗାଇଡ୍ ଟିଚର ଓ ଦୁଇ ଜଣ ଛାତ୍ର ଦୁଇ ଜଣ ଛାତ୍ରୀ ସମୁଦାୟ ସାତ ଜଣିଆ ଟିମ୍ ଯୋଗଦେଇଥିଲେ। 35 ଗୋଟି ସ୍କୁଲ୍ ମଧ୍ୟରୁ 34 ଗୋଟି ସ୍କୁଲ୍ ରେ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଦୁଇଟି ପଞ୍ଚାୟତର ଅଙ୍ଗନୱାଡ଼ି କେନ୍ଦ୍ରକୁ ସାମଗ୍ରୀ ବଣ୍ଟନ

masiha

କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ କୋରାପୁଟରେ ପେନସନ ଅଦାଲତ,ଦୁଇ ଜିଲ୍ଲାରୁ ୮୧ ଜଣ ପେନସନଧାରୀ ପଞ୍ଜୀକୃତ 

masiha

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

Sunil Chandra Nayak

Leave a Comment

error: Content is protected !!