ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବୟନିକାର ୬୭ ତମ ପ୍ରତିଷ୍ଠା ଦିବସ

ମୟୂରଭଞ୍ଜ : – (ମସିହା) ବସ୍ତ୍ର ଶିଳ୍ପରେ ବୟନିକା ର ଭୂମିକା ଅନନ୍ୟ ଏବଂ ସାରା ବିଶ୍ବରେ ପ୍ରଶଂସନୀୟ ।ବୟନିକା ମାଧ୍ୟମରେ ଉତ୍କଳର ଉତ୍କର୍ଷତା ସୁଦୂର ପ୍ରସାରୀ । ବୟନିକାର ୬୭ ତମ ଦିବସ ସାରା ବିଶ୍ବରେ ବିଭିନ୍ନ ଶାଖାରେ ପାଳନ କରାଯାଉଛି । ରାଇରଙ୍ଗପୁର ବୟନିକା ଶାଖାର ମଧ୍ୟ ୬୭ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଦିନ ପାଳନ କରାଯାଇଛି ।ବୟନିକା ଯୋଗୁଁ କୋଟି କୋଟି ବୁଣାକାର ପରିବାର ନିଜର ଵୃତିକୁ ବଂଚାଇ ରଖିବା ସହ ନିଜର କଳା ,କୌଶଳ କାରିଗରୀ ପ୍ରତିଭା ପ୍ରତିପାଦନ କରିପାରିଛନ୍ତି । ବୟନିକାର ଶାଢ଼ୀ, ଲୁଙ୍ଗି,ରୁମାଲ,ଗାମୁଛା,ଡ୍ରେସ,ସମ୍ବଲପୂରୀ ଵମକାଇ,କୋଟପାଡ଼, ହାବସ ପୁରୀ,ବିଚିତ୍ରା ପୁରୀ,ଖଣ୍ଡୁଆ, ଡଙ୍ଗୁରିଆ,କୋଟପାଡ଼,ଵରହମପୁରୀ ପଟ୍ଟଯୋଡା,ଟସର ଶାଢ଼ୀ ପ୍ରଭୃତିର ଚାହିଦା ବଜାରରେ ଅନେକ ରହିଛି ।ଏହି ଅବସରରେ ମୁଖ୍ୟ ଅତିଥିଭାବେ ରାଇରଙ୍ଗପୁର ବିଡ଼ିଓ ଶ୍ରୀ ସାଗର‌ ଚନ୍ଦ୍ର ମୁର୍ମୁ ଯୋଗ ଦେଇଥିଲେ । ତାଙ୍କ ସହିତ ମୃତ୍ତିକା ସଂରକ୍ଷଣ କାର୍ଯ୍ୟରତ ଅଧିକାରୀ ପରେଶ୍ ଚନ୍ଦ୍ର ରାୟ ମହାପାତ୍ର, ବୟନିକାର ମୁଖ୍ୟ କର୍ମଚାରୀ ସରୋଜ ରାଉତ,ସେଲ କର୍ମଚାରୀ ସ୍ବାଇଁ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ,ମେଘନାଦ ହେମ୍ବ୍ରମ,ସତ୍ୟ ରଂଜନ ପାଲ, ଜୀତେନ୍ଦ୍ର ଅଗ୍ରୱାଲ,ସୁଜିତ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ସାଗର ମୁର୍ମୁ କହିଥିଲେ ବୟନିକା ଏକ ଏଭଳି ଶିଳ୍ପ ଯେଉଁଥିରେ କଳା ଓ ଭାସ୍କର୍ଯ୍ଯ ପୁରି ରହିଛି । ସ୍ବାଧୀନତା ର ୧୦ ବର୍ଷ ପରେ ବୟନିକା ଖୋଲାଯାଇ ସାରା ବିଶ୍ବରେ ଏକ ନିଆରା ପରିଚୟ ସୃଷ୍ଟି କରାଯାଇ ପାରିଛି ।ବୟନିକାର ଗୁଣାଵତ୍ତା ପ୍ରତିଟି ସ୍ତରରେ ପ୍ରଶଂସିତ ।ବାଣିଜ୍ୟର ଅନ୍ତଃକରଣରେ କଳା ଓ ଭାସ୍କର୍ଯ୍ୟକୁ ପ୍ରକାଶ କରିବା ପାଇଁ ବୟନିକା ଯେଉଁ ଉଦ୍ୟମ ଜାରି ରଖିଛି ତାହା ଜଣେ ଓଡ଼ିଆ ଭାବେ ସମସ୍ତେ ଗର୍ବ କରିବା ଉଚିତ । ସାଂପ୍ରତିକ ଯୁଗରେ ଲୋକେ ପଶ୍ଚିମ ପୋଷାକ ଗୁରୁତ୍ବ ଦେଉଥିବା ବେଳେ ଵୟନିକାର ବସ୍ତ୍ର ବିଭିନ୍ନ ଦିଗରେ ଲୋକାଦୃତ ବୃଦ୍ଧି ପାଉଛି ।ବୟନିକା ବିପଣନ ସହ ଗୁଣାବତ୍ତାକୁ ପ୍ରାଧାନ୍ୟ ଦେଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ତେରେସିଂହା ରେ ଜାତୀୟ ଭୋଟର ଦିବସ ପାଳିତ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦର ସାଙ୍ଗଠନିକ ସଭା ଅନୁଷ୍ଠିତ

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

masiha

Leave a Comment

error: Content is protected !!