ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳନ ….

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳନ ….

ବାଜି ରାଉତ ଶିକ୍ଷା ନିକେତନ

ରାଉରକେଲା: ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲି ସଭାପତିତ୍ବ ରେ ଓଡ଼ିଆ ଭାଷା ବିକାଶ ମଞ୍ଚ ର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ମଧୁବାବୁ ଥିଲେ ଧର୍ମ ନୀରପେକ୍ଷତାର ବିଶ୍ବାସୀ ଓ ଉଦାରବାଦୀ। ଏହା ସହ ମଧୁବାବୁଙ୍କ ଜୀବନାଦର୍ଶ ଓ ସ୍ବତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ମଧୁବାବୁଙ୍କ ସାତୋଟି କବିତା ଆବୃତ୍ତି କରିବା ସହିତ ତାଙ୍କ ଜୀବନ ଦର୍ଶନ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ରାୟ, ସୁଜାତା ବାରିକ, ବିମଳ ମନ୍ତ୍ରୀ, ଅଞ୍ଜନା ନାୟକ, ତରୁଣ ସାହୁ, ବିଦ୍ୟାଧର ବିଶ୍ବାଳ, ସୁନୀତା ମହାପାତ୍ର, ପୁଷ୍ପମାଳା ତ୍ରିପାଠୀ, ଅନ୍ନପୂର୍ଣ୍ଣା ସ୍ବାଇଁ, ଜିତେନ୍ଦ୍ର ଚୌଧୁରୀ, ଅର୍ଚ୍ଚନା ପାଇକରାୟ, ଶାନ୍ତି ମିଶ୍ର, କଳ୍ପନା ବେହେରା, ଅନୀତା ମହାନ୍ତି ସଭାରେ ସହଯୋଗ କରିଥିବା ବେଳେ ଶେଷରେ ଶିକ୍ଷକ ବିପିନ ବିହାରୀ ସାମନ୍ତ ସିଂହାର ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଗତି ଉତ୍କଳ ସଂଘ ପ୍ରଗତି ଉତ୍କଳ ସଂଘ ଦ୍ୱାରା ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳନ କରାଯାଇଥିଲା।

ସକାଳେ ସଙ୍ଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସମସ୍ତ ବରିଷ୍ଠ ସଦସ୍ୟ ମଧୁସୂଦନ ମାର୍ଗ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ସିଭିକ ସେଣ୍ଟର ପ୍ରେକ୍ଷାଳୟ ରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଶତାବ୍ଦୀର ସୂର୍ଯ୍ୟ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ ତମ ଜୟନ୍ତୀ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଥିଲା। ଏଥିରେ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ର ସହକାରୀ ମହାପ୍ରବନ୍ଧକ ରଶ୍ମି ରଞ୍ଜନ ନାୟକ ଓ ମୁଖ୍ୟବକ୍ତା ଭାବେ ଡ ଗୌରହରି ଦାସ ଯୋଗଦେଇ ମଧୁସୂଦନଙ୍କ ସ୍ବତନ୍ତ୍ର ଓଡ଼ିଶା ଗଠନରେ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଶିକ୍ଷକ ଗୋଲକ ଚନ୍ଦ୍ର ମଲ୍ଲିକଙ୍କୁ ସତ୍ୟନାରାୟଣ ମହାନ୍ତି ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିଲା।ସଭାପତି ଶ୍ରୀ ସ୍ୱାଇଁ ସ୍ଵାଗତ ଅଭିଭାଷଣ, ଉପସଭାପତି ଡ. ପ୍ରଭାତ କୁମାର ମଲ୍ଲିକ ଅତିଥି ପରିଚୟ,ଡ.ନଗେନ ଦାସ ସଂଯୋଜନା ସାଧାରଣ ସମ୍ପାଦକ ଶ୍ରୀ ଘନଶ୍ୟାମ ଧଳ ମଞ୍ଚାସିନ ଥିଲେ। ଏହି ଅବସରରେ ପୁସ୍ତକ ଗୋପବନ୍ଧୁ ଚର୍ଚ୍ଚା ର ଦ୍ଵିତୀୟ ଭାଗ ଓ ସ୍ମରଣିକା ଅତିଥି ମାନେ ଉନ୍ମୋଚନ କରିଥିଲେ। ଡିଭାଇନ୍ ଲାଇଫ ଏକାଡେମି ର ଛାତ୍ର ବିଶ୍ୱଜିତ୍ ମଳିକ ଙ୍କୁ ମଧୂସୁଦନ ସ୍ମୃତି ସମ୍ମାନ ଓ ତୁମକେଲା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ପ୍ରଭାତୀ ଭୂମିଜ୍ ଙ୍କୁ ଗୋପବନ୍ଧୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।ମ୍ୟୁଜିକ୍ ସର୍କଲ ର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା। ସର୍ବଶ୍ରୀ ରଶ୍ମିରଞ୍ଜନ ବୋଇତାଇ, ରାଧାମୋହନ ନାୟକ,ଅରବିନ୍ଦ ପାତ୍ର, ଭାରତ ଭୂଷଣ ମହାନ୍ତି,ପ୍ରସନ୍ନ ମହାନ୍ତି, ପରୀକ୍ଷିତ ଗୁରୁ, ଇନ୍ଦ୍ରମଣି ମହାପାତ୍ର, ଧରଣୀଧର ସାମଲ, ପୁଷ୍ପାରାଣୀ ପଟେଲ, ବିନତା ମହାନ୍ତ, ଅର୍ଚ୍ଚନା ପାତ୍ର, ଚିନ୍ମୟୀ ପୁରୋହିତ, ଶାନ୍ତନୁ କୁମାର ପରିଚ୍ଛା,ବରୁଣ ନାହାକ୍, ଶୁଭ୍ରାଂଶୁ ମହାପାତ୍ର ଓ ପ୍ରଦୀପ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲା ବେଳେ ସାଂସ୍କୃତିକ ସମ୍ପାଦକ ଇଂ.ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଜି ଦିବସର ଅନୁଚିନ୍ତା: ୨୦ ଫେବୃଆରୀ

Sunil Chandra Nayak

ଆନ୍ତଃ ବିଦ୍ୟାଳୟ ବୈ।ଦ୍ଧିକତା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଜିଆରଏସ ଙ୍କ ବଦଳି ହେଲା ପରେ ମଧ୍ୟ ଛାଡିପାରୁନି ପଞ୍ଚାୟତର ମୋହ

Sunil Chandra Nayak

Leave a Comment

error: Content is protected !!