ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ରେଡ କ୍ରସ ଦିବସ ସପ୍ତାହ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଉପରବେଡା ଗ୍ରାମରେ ରେଡ୍ କ୍ରସ୍ ର ରିଲିଫ ବଣ୍ଟନ

 ମୟୂରଭଞ୍ଜ:- ୬/୫ (ମସିହା) ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗ୍ରାମରେ ଇଣ୍ଡିଆନ ରେଡ୍ କ୍ରସ୍ ସୋସାଇଟି ଓଡିଶା ଶାଖାର ଅବୈତନିକ ସଚିବ ବିଭୁତି ଭୂଷଣ ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ ରାଜ୍ୟ ଜୁନିୟର ରେଡ୍ କ୍ରସ୍ ଅଧିକାରୀ ଲଷ୍ମଣ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିଲିଫ ବଣ୍ଟନ ସହିତ ବହୁମୁଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିI ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଜୟ କୁମାର ପତି ଏହି କାର୍ଯ୍ୟକୁ ତଦାରଖ କରିଥିଲେ Iଏଥିରେ ମୁଖ୍ୟ ଅତିଥି ଭାବରେ ଇଣ୍ଡିଆନ ରେଡ କ୍ରସ ସୋସାଇଟି ପରିଚାଳନା କମିଟିର ସଦସ୍ୟ ସୁବୋଧ କୁମାର ସିଂ ଯୋଗ ଦେଇ ରେଡ କ୍ରସର ଏହି ମହତ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେI

ଏହି ଗ୍ରାମର ସାର୍ବଜନିନ ଉନ୍ନତି ପାଇଁ ରେଡ୍ କ୍ରସ୍ ଲୋକମାନଙ୍କର ଜୀବିକା ଉପରେ କାମ କରିବ ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେI ଏହି ପରିପ୍ରେକ୍ଷୀରେ ଉପରବେଡା ଉଚ୍ଚ ବିଦ୍ୟାଳୟରେ ରେଡ କ୍ରସର ବହୁମୁଖୀ କାର୍ଯ୍ୟକ୍ରମ ହୋଇଥିଲାI

ରାଜ୍ୟ ବରିଷ୍ଠ ସାଧନ କର୍ମୀ ଆଶୁ ଚିକିତ୍ସା ସାଧନ କର୍ମୀ ଲୀଲାପୂଣ୍ୟ ତୀର୍ଥ ସ୍ୱାଇଁ ଲୋକ ମାନଙ୍କୁ ବିଭିନ୍ନ କୌଶଳ ଶିଖାଇଥିଲେ Iଏଥିରେ ଜିଲ୍ଲା ଜୁନିୟର ରେଡ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି ବିଭିନ୍ନ ପ୍ରକାରର ସଚେତନତା ଧର୍ମୀ ସ୍ଲୋଗାନ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେIଜିଲ୍ଲା ସାଧନ କର୍ମୀ ତଥା ପରିବେଶବିତ ଡ଼ ରମାକାନ୍ତ ମହାନ୍ତ, ବାଦାମପାହାଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାନ୍ତ,ଅଧ୍ୟାପକ ଜିତେନ୍ଦ୍ରନାଥ ଦଳେଇ, ସମାଜସେବୀ କିଶୋର କୁମାର ରଜକ, ସରପଞ୍ଚ ଯମୁନା ହେମ୍ବ୍ରମ, ୱାର୍ଡ ମେମ୍ବର ଇନ୍ଦ୍ରମଣି ହେମ୍ବ୍ରମ, ସିଂଗରାଇ ବାଙ୍କୀରା, ରୀନା ହେମ୍ବ୍ରମ, ଈଶ୍ୱର ଚନ୍ଦ୍ର ଗିରି, ରାମଚନ୍ଦ୍ର ହେମ୍ବ୍ରମ, କିଙ୍ଗ କଙ୍ଗ ମଣ୍ଡଳ, ବବୁଲ ପୂର୍ତ୍ତି, ହତଲ ଗୁଡ଼ି ଉଲ୍ଲୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେIଯୁବ ରେଡ କ୍ରସ ସ୍ବେଛାସେବୀ ନମ୍ରତା ମହାନ୍ତ, ରିକି ମହାନ୍ତ, ମଧୁସ୍ମିତା ବେହେରା, ତପସ୍ୱିନୀ ଗିରି, ମାମା ପଣ୍ଡା, ସୌମ୍ୟ ରଞ୍ଜନ ଦଳେଇ, ମାନସ ରଞ୍ଜନ ମାଟିଆ ପ୍ରମୁଖ ସହଯୋଗ କରିଥିଲେIରେଡ୍ କ୍ରସ୍ ପକ୍ଷରୁ ହାଇ ଜିନ କିଟ୍, ତାରପୋଲିନ, କିଚେନସେଟ, ବାଲ୍ଟି, ମଗ,ଟାୱାଲ,ମଶାରୀ, ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ରେଡ କ୍ରସ ପକ୍ଷରୁ ହାଇ ଜିନ୍ କିଟ୍ ଯଥା ଟୁଥ ପେଷ୍ଟ,ଟୁଥ ବ୍ରସ,ତେଲ, ଲୁଗା ସଫା ସାବୁନ,ଦେହ ଲଗା ସାବୁନ, ସାନିଟାରୀ ପ୍ୟାଡ଼ ଇତ୍ୟାଦି ପ୍ରଭୁତି ଗ୍ରାମବାସୀମାନଙ୍କୁ ରେଡ୍ କ୍ରସ୍ ପକ୍ଷରୁ ପ୍ରଦାନ କରିଥିଲେI

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅଳ୍ପକେ ବଞ୍ଚିଗଲା ପରିବାରର ୪ ଜଣଙ୍କ ଜୀବନ 

masiha

ଚଳିତ ମାସ 13ତାରିଖରେ ରାୟଗଡl ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ପାୟଲ ର ୩୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୧ ରେ……

masiha

Leave a Comment

error: Content is protected !!