ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେନସନ ଟିକକ ପାଇଁ ହରିଶ୍ଚନ୍ଦ୍ର ନୟାନ୍ତ : ତଥାପି ବିଫଳ 

ତେନ୍ତୁଳିଖୁଣ୍ଟି ୦୭/୦୫/୨୩ -ହରିଶ୍ଚନ୍ଦ୍ର ନାୟକ (କ୍ଷମା )ବୟସ ପ୍ରାୟ 68 ବର୍ଷ , ଗ୍ରାମ ଡ଼ଙ୍ଗରଭେଜା, ଅବସରପ୍ରାପ୍ତ ମେସେଞ୍ଜର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି (ଡ଼ଙ୍ଗରଭେଜା ),ଦୀର୍ଘ 26 ବର୍ଷ ଚାକିରୀ କଲେ l ଅବସରର 8 ବର୍ଷ ପରେ ମଧ୍ୟ ମିଳିଲାନି ପେନସନ, ଦିନେ ଯେଉଁ ବ୍ୟାଙ୍କ ର କର୍ମଚାରୀ ଥିଲେ ଆଜି ପେନସନ ଟିକକ ପାଇବା ଡହଳ ବିକଳ ଆଉ ଧାଇଁ ଧାଇଁ ନୟାନ୍ତ l ହାତ ଗୋଡ଼ ପକ୍ଷାଘାତ ରେ ଆକ୍ରାନ୍ତ, ତେଣେ ସେ ଜଣେ ମଧୁମେହ ରୋଗୀ l ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ନନ୍ଦାହାଣ୍ଡି କର୍ତୃପକ୍ଷ ତୁମର ସବୁ କାଗଜପତ୍ର ଯାଇଛି ଆଜି ହେବ କାଲି ହେବ କହି କହି 8 ବର୍ଷ ବିତିଗଲା l ଏକମାତ୍ର ଭେଣ୍ଡା ରୋଜଗାରିଆ ପୁଅ ସନ୍ତୋଷ ଅଚାନକ ହୃଦଘାତ ରେ ଆରପାରିକୁ ଚାଲିଗଲା l ଅଚାନକ ଦୁଃଖ ର ପାହାଡ଼ ଏହି ପରିବାର ଉପରେ ପଡିଗଲା l ଘରେ ପତ୍ନୀ, ବିଧବା ବୋହୂ ଆଉ 3 ବର୍ଷର ନାତୁଣୀ ଟିଏ l ରୋଜଗାର ର କୌଣସି ପନ୍ଥା ନାହିଁ l ଦୁଃଖ କଷ୍ଟ ରେ ଜର୍ଜରିତ ଆଜି ଏହି ପରିବାର l ଏକଥା ଶୁଣି ଯୁବ ଆଇନଜୀବୀ ତଥା ସମାଜସେବୀ ଶ୍ରୀକାନ୍ତ କୁମାର ପଣ୍ଡା ସହାୟତା ର ହାତ ବଢ଼ାଇଛନ୍ତି l ସେ ଏ ବାବଦରେ ମୋ ସରକାର, ମାନ୍ୟବର ପ୍ରଧାନମନ୍ତ୍ରୀ,ମାନ୍ୟବର ରାଜ୍ୟପାଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଟ୍ୱିଟ କରିଛନ୍ତି ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ର ବିଭିନ୍ନ ଶାଖା କୁ ଇମେଲ ମାଧ୍ୟମରେ ମଧ୍ୟ ଜଣେଇଛନ୍ତି ତଥାପି ମଧ୍ୟ ଫଳ ଶୂନ l ଦେଖାଯାଉ ଏହି ପରିବାର ର ଭାଗ୍ୟ କେଵେ ଖୋଲିବ ଆଉ କେଵେ ମିଳିବ ପେନସନ l ଏହି ଘଟଣା ଟି ଏଵେ ଏହି ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ଜନପ୍ରତିନିଧି ତଥା ସରକାର ଏହି ପରିବାର କୁ ସହାୟତା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନଭେମ୍ବର 12 ରୁ ଚାରିଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ,  ପ୍ରଥମ ଦିନରେ ପଥ ଉତ୍ସବରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ,ଶିଶୁ ଉଦ୍ୟାନରେ ପ୍ରତିଭା ପ୍ରଦର୍ଶନ କରିବେ ଛାତ୍ର ଛାତ୍ରୀ

Sunil Chandra Nayak

ଜାତୀୟ ଚେତନାରେ ଉଦବୁଦ୍ଧ ଯୁବ ସଂଗଠକ : ଇଂ.ବିପ୍ର ରଞ୍ଜନ ନାୟକ

Sunil Chandra Nayak

ସନ୍ତୋଷ କୁମାର ତୁଳ ପାଇବେ ଦେବଗିରି ବାର୍ତ୍ତା ସମ୍ମାନ

masiha

Leave a Comment

error: Content is protected !!